ହାଫିଜ୍ ନିବେଦନକୁ ଅଗ୍ରାହ୍ୟ କଲା ଜାତିସଂଘ ହାଫିଜ୍କୁ ଭେଟିବାକୁ ଆସୁଥିବା ଜାତିସଂଘ ସଦସ୍ୟଙ୍କ ଭିସା ରଦ୍ଦ କଲା ପାକିସ୍ତାନ୍

ଇସଲାମାବାଦ୍(ଏଜେନ୍ସି): ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦ୍କୁ ଆଜି ମିଳିତ ଜାତିସଂଘ ପକ୍ଷରୁ ଜୋରଦାର ଝଟ୍କା ଲାଗିଛି ।
ମିଳିଥିବା ସୂଚନାନୁସାରେ କିଛି ଦିନ ପୂର୍ବେ, ତା’କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ତାଲିକାରେ ସାମିଲ କରାଯିବାକୁ ବିରୋଧ କରି (ୟୁଏନ୍ଏସ୍ସି ୧୨୬୭ ପ୍ରତିବନ୍ଧ ସୂଚୀରୁ ନିଜ ନାମ ହଟାଇବା ପାଇଁ) ହାଫିଜ୍ ମିଳିତ ଜାତିସଂଘର ଦ୍ୱାରସ୍ଥ ହୋଇଥିଲା । ତା’ ବିରୋଧରେ ନିଆଯାଇଥିବା ଏପ୍ରକାର ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ସେ ଅନୁରୋଧ ମଧ୍ୟ କରିଥିଲା । ଏହା ସଂଯୁକ୍ତ ରାଷ୍ଟ୍ରର ମାନ୍ୟତା ପ୍ରାପ୍ତ ଅ ।ତଙ୍କବାଦୀ ସଂଗଠନ ଓ ସେମାନଙ୍କ ମୁଖ୍ୟଙ୍କ ସମ୍ପର୍କୀତ ଏକ ତାଲିକା ଯାହାକୁ ଭିତ୍ତି କରି ଜାତିସଂଘ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ମାତ୍ର ଆଜି ମିଳିତ ଜାତିସଂଘ ଏହି ପ୍ରସଙ୍ଗରେ ବିଚାରବିମର୍ସ କରିବା ପରେ ତା’ର ଏହି ଅନୁରୋଧକୁ ଅଗ୍ରାହ୍ୟ କରିଦେଇଛନ୍ତି । ମିଳିଥିବା ଅନ୍ୟ ଏକ ବିଶ୍ୱସ୍ତ ସୂତ୍ରରୁ ଏହା ମଧ୍ୟ ଜଣାପଡିଛି ଯେ, ଜାତିସଂଘ ହାଫିଜ୍ର ଆବେଦନକୁ ବିଚାର କରୁଥିବା ବେଳେ ଭାରତ ତା’ ବିରୋଧରେ ଏକାଧିକ ପ୍ରମାଣ ଦେଇଥିଲା । ଏଥିରେ ହାଫିଜ୍ ଲସ୍କର-ଏ-ତୋଏବା ଭଳି ଆତଙ୍କବାଦୀ ସଂଗଠନର ସହ ପ୍ରତିଷ୍ଠାତା ରହିଥିବା ନେଇ ଭାରତର ପ୍ରମାଣ ମିଳିତ ଜାତିସଂଘ ସୁରକ୍ଷା ପରିଷଦଙ୍କୁ ସନ୍ତୁଷ୍ଟ କରିଥିବାରୁ ଜାତିସଂଘ ହାଫିଜର ଆବେଦନକୁ ଖାରଜ କରିଛନ୍ତି । ପ୍ରକାଶ ଯେ, ୨ଠଠ୮ ଡିସେମ୍ବର ୧ଠରେ ଜାତିସଂଘ ପକ୍ଷରୁ ହାଫିଜ୍କୁ ବିଶ୍ୱସ୍ତରୀୟ ଆତଙ୍କୀ ଘୋଷଣା କରାଯାଇଥିଲା ଏବଂ ତା’ର ସଂଗଠନ ଜମାତ୍-ଉଦ୍-ଦାୱା (ଜେୟୁଡ)କୁ ବ୍ୟାନ୍ କରାଯାଇଥିଲା । ସେହିପରି ଏହି ମର୍ମରେ ମିଳିଥିବା ଅନ୍ୟ ଏକ ସୂଚନାନୁସାରେ ହାଫିଜ ସୟିଦ୍କୁ ଭେଟିବାକୁ ଆସୁଥିବା ମିଳିତ ଜାତିସଂଘର ଏକ ପ୍ରତିନିଧିମଣ୍ଡଳୀ ସଦସ୍ୟଙ୍କ ଭିସାକୁ ପାକ୍ ସରକାର ରଦ୍ଦ କରିଦେଇଛନ୍ତି । ହାଫିଜ୍ ସୟିଦ୍ ସଂଗଠନକୁ ନିଷିଦ୍ଧ ତାଲିକାରୁ ହଟାଇବା ପ୍ରସ୍ତାବ ପାଇଁ ସାମ୍ନାସାମ୍ନି ସାକ୍ଷାତକାର ଅନିବାର୍ଯ୍ୟ ନୁହେଁ ବୋଲି କହି ପାକିସ୍ତାନ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଦର୍ଶାଇଛି ।
ଗୋଟିଏ ପଟେ ପାକିସ୍ତାନରେ ସକ୍ରିୟ ଥିବା ଅନ୍ୟତମ କୁଖ୍ୟାତ ଆତଙ୍କୀ ତଥା ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ମଧ୍ୟ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ଭାରତ ସମେତ ବିଶ୍ୱର ଅଧିକାଂଶ ରାଷ୍ଟ୍ରଙ୍କ ପକ୍ଷରୁ ଆଗତ ପ୍ରସ୍ତାବ ଉପରେ ଜାତିସଂଘ ସୁରକ୍ଷା ପରିଷଦ ଚିନ୍ତା କରୁଥିବା ବେଳେ ହାଫିଜ୍କୁ ଏଭଳି ଝଟ୍କା ଭାରତ ପାଇଁ ଏକ ଶୁଭଙ୍କର ସୂଚନା ଦେଇଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତ ପକ୍ଷରୁ ଦିଆଯାଇଥିବା ପ୍ରମାଣ ଓ ଦସ୍ତାବିଜ୍ ଉପରେ ମାସୁଦ୍ ଆଝାରକୁ ମଧ୍ୟ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରାଯିବାର ସମ୍ଭାବନା ଦୃଢ଼ୀଭୂତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ