ହାବଳେଶ୍ୱର ପଞ୍ଚାୟତରେ କୃଷି ସାମଗ୍ରୀ ବିତରଣ ଓ ସଚେତନତା କାର୍ଯ୍ୟକ୍ରମ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ହାବଳେଶ୍ୱର ପଞ୍ଚାୟତରେ କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ କୃଷି ସାମଗ୍ରୀ ବିତରଣ ସହ ଚାଷ ପ୍ରଣାଳୀରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ହାବଳେଶ୍ୱର ପଞ୍ଚାୟତର ସରପଞ୍ଚ ରମାକାନ୍ତ ନାୟକ, ଗ୍ରାମ୍ୟ କୃଷି ପରିଦର୍ଶକ ରଞ୍ଜିତ କୁମାର ସାମଲ, ବ୍ଲକ ସଂଯୋଜକ ତନ୍ମୟ କୁମାର ଚାନ୍ଦ, ୱାର୍ଡ଼ ସଭ୍ୟ ଭାସ୍କର ମହାଳିକ, ବରିଷ୍ଠ ଚାଷୀ ପ୍ରସନ୍ନ ମହାନ୍ତିଙ୍କ ସମେତ କୃଷକ ସାଥି ଅରୁଣ କୁମାର ସାହୁ ପ୍ରମୁଖ ଯୋଗଦେଇ ଧାନଚାଷ ପରେ ପଡ଼ିଆ ରହୁଥିବା ଜମିର ଉପଯୋଗ କିପରି କରିବା ସେନେଇ ଚାଷୀ ମାନଙ୍କୁ ସଚେତନ କରାଇଥିଲେ । ହାବଳେଶ୍ୱର ଅଞ୍ଚଳରେ ୪୦ହେକ୍ଟର ଜମିରେ ବିରି ଚାଷ ନେଇ ରବିନ୍ଦ୍ର ସାହୁ, ସନାତନ ଧଳ, ବାବାଜୀ ସାହୁ, ପର୍ଶୁରାମ ଧଳ, ନୃସିଂହ ମହାନ୍ତି, ପଦ୍ମନାଭ ମହାନ୍ତି, ଅରୁଣ ମହାଳିକ, ପର୍ଶୁରାମ ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ଚାଷୀଙ୍କୁ ବିରି ବିହନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଯୋଗ ଦେଇଥିବା ବେଳେ ପଞ୍ଚାୟତର ବିଭିନ୍ନ ଗ୍ରାମର ଚାଷୀଙ୍କୁ ବିହନ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ