ହାରୀ ପୋଟରଙ୍କ କାହାଣୀ ଶୈଳୀରେ ତିଆରି ହେଲା ଘର
ପିଲାମାନଙ୍କୁ ଭଗବାନଙ୍କ ରୂପ କୁହାଯାଇଥାଏ । ପ୍ରାୟ ଅଧିକାଂଶ ଘରର ବୟୋଜ୍ୟେଷ୍ଠମାନେ ପିଲାମାନଙ୍କ ଇଚ୍ଛା ପୂରଣ କରିଥାନ୍ତି । ସେମିତି ଏକ ଘଟଣା କାନାଡ଼ା ସହରରେ ଦେଖିବାକୁ ମିିଳିଛି । ୨ ବର୍ଷର ଜଣେ ଛୋଟ ପିଲାର ଇଚ୍ଛା ପୂରଣ କରିବାକୁ ଯାଇ ପରିବାର ଲୋକେ ହାରୀ ପୋଟରଙ୍କ କାହାଣୀ ଶୈଳୀରେ ଘର ନିର୍ମାଣ କରିଛନ୍ତି । ହ୍ୟାରୀ ତାଙ୍କ କାହାଣୀରେ ଘରର ବର୍ଣ୍ଣନା ଯେପରି କରିଥାନ୍ତି ଠିକ୍ ସେହିପରି ଏହି ଘରେ ଜେଜେମା, ଜେଜେବାପାଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ ରହିଛି । ଘର ପଛପଟେ ୩୫୦ ମିଟରର ସ୍କାଏର ତିଆରି କରାଯାଇଛି । ଘରେ ବାଲକୋନି, ଦୋଳି, ସ୍ଲାଇଡ୍, ଗୁପ୍ତ କୋଠରୀ, ଝାଡୁ ସହିତ ଏକ ଲୁହାର ଖୁଣ୍ଟ ମଧ୍ୟ ରହିଛି । ଏଠାରେ ଖେଳିବା ପାଇଁ ଏକ ଘର ରହିଛି । ଗରମ ଦିନରେ ଥଣ୍ଡାରେ ଶୋଇବା ପାଇଁ ମଧ୍ୟ ଏକ ବିଛଣା ପଡ଼ିଛି । ସେହିପରି ଥଣ୍ଡା ଦିନରେ ଘର ଗରମ ରହିବା ପାଇଁ ଇଲେକ୍ଟ୍ରିକ୍ ଚୁଲା ରହିଛି । ଲୁଚାଲୁଚି ଖେଳିବା ପାଇଁ ଶିଡ଼ି ତଳେ ଆଲମାରୀ ବି ରହିଛି । ଏହି ଘର ତିଆରି ପାଇଁ ୬ ସପ୍ତାହ ଅର୍ଥାତ ୪୨ଦିନ ଲାଗିଥିଲା ।