ହାର୍ଟବିଟ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଉଦଯାପିତ

କେନ୍ଦ୍ରାପଡା : କପାଳେଶ୍ୱରସ୍ଥିତ ଓଡିଶା ହାଟବିଟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ଖେଳରେ କଟକର ଅକୁଲ ଓ ତନ୍ମୟ ବିଜୟୀ ହୋଇଥିବା ବେଳେ ଜଗତସିଂହପୁରର ପୁରସ୍ତମ ଓ ଜ୍ଞାନ ରନର୍ସଅପ ହୋଇଥିଲା । ଏହି ଉପଲକ୍ଷେ ଅନୁଷ୍ଠାନର ସଭାପତି ଲୋହିତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ଡେଭଲପମେଂଟ ଫାଉଣ୍ଡେସନର ଅଧ୍ୟକ୍ଷ ଚୈାଧୁରୀ ଅମିତାଭ ଦାସ ଓ ରାଜ୍ୟ ଯୁବ ବିଜେଡିର ସାଧାରଣ ସମ୍ପାଦକ ରାଜେଶ ଦାସ ଅତିଥି ଭାବେ ଯୋଗଦେଇ ବିଜୟୀ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଅନୁଷ୍ଠାନର ପ୍ରମୋଦ ବେହେରା, ଶରତ ଚନ୍ଦ୍ର ବେହେରା, କୃଷ୍ଣ ଚନ୍ଦ୍ର ନାୟକ, ହିମାଂଶୁ ଦାସ, ସନ୍ତୋଷ କୁମାର ବେହେରା, ଭରତ ଚନ୍ଦ୍ର ସାହୁ, ନିରଞ୍ଜନ ଦାସ, ରଜତ ବେହେରା, ଅକ୍ଷୟ ବେହେରା, ସୁବାଷ ପ୍ରଧାନ, ରାଜେଶ ଚନ୍ଦ୍ର ବେହେରା, ବିଶ୍ୱନାଥ ବିଶ୍ୱାଳ, ଫାରାନ ଅଲ୍ଲୀ, ଯିଶୁ, ବାସା ଅଲ୍ଲୀ ପ୍ରମୁଖ ଟୁର୍ଣ୍ଣାମେଂଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ