ହାଡ଼ଫୁଟି ହେଲେ ଠାକୁରାଣୀ ସବାର କୁହାଯାଏ କାହିଁକି?
ସ୍କୁଲରେ ପିଲା ନ ଆସିଲେ ସାର ସାଙ୍ଗମାନଙ୍କୁ ଛାତ୍ରର ଅନୁପସ୍ଥିତି ବିଷୟରେ ପଚାରି ବୁଝନ୍ତି । ଆଉ ପିଲା କୁହନ୍ତି “ସାର ତା’ ଦେହରେ ଠାକୁରାଣୀ ଆସିଛନ୍ତି’ । ଅର୍ଥାତ ତାକୁ ହାଡଫୁଟି ହୋଇଛି । କୌଣସି ବ୍ୟକ୍ତିଙ୍କ ଶରୀରରେ ହାଡଫୁଟି କିମ୍ବା ମିଳିମିଳା ହେଲେ ତାଙ୍କ ଦେହରେ ଠାକୁରାଣୀ ଆସିଛନ୍ତି ବୋଲି କୁହାଯାଏ । ଏକଥା ସମସ୍ତେ ଜାଣିଥିବେ ନିଶ୍ଚୟ । କିନ୍ତୁ ଏପରି କାହିଁକି କୁହାଯାଇଥାଏ ଜାଣିଛନ୍ତି କି? ଆଜି ଆମେ ଆପଣଙ୍କୁ ଜଣାଇବୁ ୟା ପଛରେ ଲୁଚି ରହିଥିବା କାରଣ ।
ହାଡଫୁଟିର ଇଂରାଜୀ ନାମ ହେଉଛି ଚିକେନପକ୍ସ । ଏହି ରୋଗକୁ ଶୀତଳା ମାତାଙ୍କ ସହିତ ଯୋଡା ଯାଇଛି । ଚିକେନପକ୍ସ ହେଲେ ଶରୀର ଜ୍ୱଳନ ହୋଇଥାଏ । ଏହି ସମୟରେ ଶରୀରକୁ ଥଣ୍ଡା ରଖିବା ପାଇଁ ପୂଜା କରାଯାଇଥାଏ । ମା’ସନ୍ତୁଷ୍ଟ ହେଲେ ଶରୀରକୁ ଶୀତଳତା ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ । ଚିକିତ୍ସା ବିଜ୍ଞାନ ଅନୁସାରେ ୯୦ ଦଶକ ପର୍ଯ୍ୟନ୍ତ ହାଡଫୁଟି ରୋଗ ପାଇଁ କୌଣସି ଟିକାକରଣ ହେଉନଥିଲା । ରୋଗକୁ ଭଲ କରିବା ପାଇଁ କିଛି ବିଦ୍ୱାନ ଘରୋଇ ଚିକିତ୍ସା ପଦ୍ଧତି ଆପଣାଇବାକୁ ପରାମର୍ଶ ଦେଇଥିଲେ । କ୍ରମେ ଏହା ଭଗବାନଙ୍କ ସହ ଯୋଡି ହୋଇଯାଇଥିଲା । ଆଜି ପର୍ଯ୍ୟନ୍ତ ଏହି ରୋଗ ପାଇଁ ସଠିକ ଔଷଧ ବାହାରିପାରିନାହିଁ । ଏଥିପାଇଁ କେବଳ କିଛି ଏଣ୍ଟିଭାଇରାଲ ଔଷଧ ଦିଆଯାଇଥାଏ । ଯେପରି କୌଣସି ସଂକ୍ରମଣ ନ ହେଉ ସେଥିପାଇଁ ନିମ୍ବ ପତ୍ରର ବ୍ୟବହାର କରାଯାଇଥାଏ ।