ହିଂଜିଳିକାଟୁରେ ବାଇପାସ୍ ରୋଡ଼ ନିର୍ମାଣ ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

ହିଂଜିଳିକାଟୁ, (ଶେଷଦେବ ସାହୁ) : ୫୯ ନଂ ଜାତୀୟ ରାଜପଥ ହିଂଜିଳିକାଟୁ ସହରରେ ଏକ ବାଇପାସ୍ ରୋଡ଼ ନିର୍ମାଣ ସକାଶେ ହିଂଜିଳିକାଟୁ ବିକାଶ ମଂଚ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ହିଂଜିଳି ବିଧାୟକଙ୍କ ନିକଟକୁ ଏକ ଅନୁରୋଧ ପତ୍ର ପ୍ରେରଣ କରିଛନ୍ତି । ଏହାର ଏକାକିତା ନକଲ ଗଂଜାମ ଜିଲ୍ଲାପାଳ, ଡ଼ିଆରଡ଼ିଏ ପି.ଡ଼ି ଏବଂ ଭାରତ ସରକାରଙ୍କ ଜାତୀୟ ରାଜପଥ ବିଭାଗୀୟ ଉଚ୍ଚ କର୍ତୁପକ୍ଷଙ୍କ ନିକଟକୁ ପ୍ରେରଣ କରାଯାଇଛି ବୋଲି ମଂଚ ସଭାପତି ପ୍ରମୋଦ କୁମାର ପଣ୍ଡା କହିଛନ୍ତି । ପ୍ରକାଶ ଯେ, ଗଂଜାମ ଜିଲ୍ଲା ଗୋପାଳପୁର ଠାରୁ ଛତିଶିଗଡ଼ ରାଜ୍ୟ ରାୟପୁର ପର୍ଯ୍ୟନ୍ତ ୫୯ ନଂ ଜାତୀୟ ରାଜପଥ ଲମ୍ବି ରହିଛି । ପ୍ରତ୍ୟେହ ସଂପୃକ୍ତ ଜାତୀୟ ରାଜପଥରେ ବ୍ରହ୍ମପୁର ଠାର ହିଂଜିଳିକାଟୁ ସହର ମଧ୍ୟଦେଇ ଆସିକା, ଭଂଜନଗର, ସୋରଡ଼ା, ବୈଦ୍ଧ, ଟିକାବାଲି, ଫୁଲବାଣୀ ସମେତ ବହୁ ସହରକୁ ସହସ୍ରାଧିକ ଯାତ୍ରୀ ପରିବହନକାରୀ ବସ, ପରିବହନକାରୀ ଟ୍ରକ, କାର ସମେତ ବହୁ ଛୋଟବଡ଼ ଗାଡ଼ି ଯାତାୟତ କରିଥାନ୍ତି । ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହର ପରେ ଜିଲ୍ଲାର ୨ୟ ବୃହତମ ସହର ଓ ଏକମାତ୍ର ପୌରପାଳିକା ଭାବେ ହିଂଜିଳିକାଟୁ ସହର ରହିଛି । ଭୌଗଳିକ ପରିସ୍ଥିତ ଅନୁସାରେ ସହରର ଚାରିପଟ ପାହାଡ଼ ଘେରା ଓ ଘୋଡ଼ାହାଡ଼ ନଦୀ ପ୍ରବାହିତ ।ଶାନ୍ତିପ୍ରିୟ ଅଂଚଳ ଭାବେ ଦିନକୁ ଦିଦ ଜନସଂଖ୍ୟା ସହରରେ ବଢୁଥିବା ବେଳେ ସହରର କଳେବର ବୃଦ୍ଧି ପାଇଁ ବିଶେଷ ସୁବିଧା ନାହିଁ । ସହରର ମାର୍କେଟ ଅଂଚଳ ଅଧୁନା ଯାଇଥିବା ଜାତୀୟ ରାଜପଥ ଉଭୟ ପ୍ୱାଶ୍ୱର୍ରେ ସୀମିତ ଅଟେ । ସହରରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିବା ବେଳେ ଭବିଷ୍ୟତରେ ଉକ୍ରଟ ରୂପ ନେବା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ । ବ୍ରହ୍ମପୁର ଠାରୁ ହିଂଜିଳିକାଟୁ- ଆସିକା ଦିଗରେ ସହରର ସୋମପୁର ଠାରୁ ଏକ ବାଇପାସ୍ ରୋଡ଼ କରାଯାଇ ନୁଆଁଗଡ଼ ଦେଇ ଘୋଡ଼ାହାଡ଼ ପୋଲକୁ ସଂଯୋଗ କରାଗଲେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଉତମ ଯୋଗାଯୋଗ ବ୍ୟବସ୍ଥା ହୋଇ ପାରିବ ବୋଲି ସହରର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ