ହିଂଜିଳିକାଟୁରେ ଶ୍ରୀରାମ ନବମୀ ପାଳିତ

ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳିକାଟୁ ପୌରାଂଚଳ ହିଂଜିଳି ଗ୍ରାମ ସ୍ଥିତ ରଘୁନାଥ ମଠରେ ମହାଆଡ଼ମ୍ବର ସହକାରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି । ଶନିବାର ପୂର୍ବାହ୍ନରେ ମନ୍ଦିରର ସମସ୍ତ ଦେବନୀତି ସମାପନ ପରେ ପ୍ରଭୂ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ରଘୁନାଥ ମଠ ପରିସରରେ ରାମଚରିତ ମାନସ ପାରାୟଣ ଅନୁଷ୍ଠିତ ହୋଇଥିଲା ।ବହୁ ଭକ୍ତ ପୂଜାର୍ଚ୍ଚନା କରିବା ସହ ଆୟୋଜିତ ମାନସ ପାରାୟଣରେ ଅଂଶଗ୍ରହଣ କରି ପ୍ରଭୂକୃପା ଲାଭ କରିଥିଲେ । ଅନୁରୂପ ଭାବେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଶ୍ରୀରାମ ନବମୀ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଶିଶୁ ବିଦ୍ୟା ମନ୍ଦିରର କୋମଳମତି ଶିଶୁ ଶିକ୍ଷାର୍ଥୀ ମାନଙ୍କୁ ରାମ – ସୀତା ବେଶରେ ସୁସଜ୍ଜିତ କରାଯାଇ ଗ୍ରାମ ପରିକ୍ରମା କରାଯିବା ସହ ବିଦ୍ୟା ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ବିଦ୍ୟା ମନ୍ଦିର ପରିସରରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟର ଉପଦେଷ୍ଟା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଯୋଗଦେଇ ପ୍ରଭୂ ଶ୍ରୀରାମ ଚନ୍ଦ୍ରୟଙ୍କ ବିଷୟରେ ମାର୍ଗ ଦର୍ଶନ କରିଥିଲେ । ସ୍ମାନିତ ଅତିଥି ଭାବେ ବିଦ୍ୟାମନ୍ଦିରର ସମ୍ପାଦକ ତଥା ତରାତାରୀଣି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା, କ୍ଷେତ୍ରୀୟ ପ୍ରାନ୍ତ ଶାରୀରିକ ଶିକ୍ଷା ସଂଯୋଜକ ବଳରାମ ସାହୁ ଙ୍କ ପରିଚାଳନା କମିଟିର ସଭ୍ୟ ମାନେ ଉପସ୍ଥିତ ଥିଲେ । ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ ପ୍ରଧାନଆଚାର୍ଯ୍ୟ ସୁ।।ନ୍ତ କୁମାର ବିଷୋୟୀ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକମ, ସେବିକା, ଅଭିଭାବକ. ଅଭିଭାବିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ