ହିଂଜିଳିକାଟୁ : ପୌର ନିର୍ବାଚନ ପାଇଁ ଆରମ୍ଭ ହେଲାଣି ରାଜନୈତିକ ଉଷ୍ମତା
ହିଂଜିଳିକାଟୁ, (ଶେଷଦେବ ସାହୁ): ପୌର ନିର୍ବାଚନ ସକାଶେ ତାରିଖ ଘୋଷଣା ନହେବା ପୁର୍ବରୁ ସମସ୍ତ ଦଳ ପକ୍ଷରୁ ବର୍ତମାନ ଠାରୁ ହିଁ ରାଜନୈତିକ ଉଷ୍ମତା ଦେଖାଦେଲାଣି । ମହାନଗର ନିଗମ ସମେତ ପୌର ପରିଷଦ ଓ ବିଞାପିତାଂଚଳ ପରିଷଦର ଅଧ୍ୟକ୍ଷ ପଦବୀ ସକାଶେ ପ୍ରତ୍ୟକ୍ଷ ନିର୍ବାଚନ ହେବା ଘୋଷଣା ହେବା ପରେ ସମସ୍ତ ଦଳରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଯାଇଛି । ଇତି ମଧ୍ୟରେ ବିଭିନ୍ନ ଦଳର ଆଭ୍ୟନ୍ତରଣ ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାକୁ ବସିଲାଣି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହିଂଜିଳିକାଟୁରେ ମଧ୍ୟ ବର୍ତମାନଠାରୁ ରାଜନୈତିକ ଉଷ୍ମତା ଦେଖାଦେଲାଣି । ସାରା ରଜ୍ୟର ନେତାମାନଙ୍କ ଆଖି ହିଂଜିଳି ଉପରେ ନିବଦ୍ଧ ହେଉଥିବା ବେଳେ ଏଠାରେ ମଧ୍ୟ ବିଜେପି, କଂଗ୍ରେସ ସମେତ ଶାସକ ବିଜେଡ଼ିରେ ମଧ୍ୟ ଗୋଷ୍ଠୀକନ୍ଦଳ ଲାଗି ରହିଛି । ଗତ ୨୦୧୩ ପୌର ନିର୍ବାଚନରେ ଶାସକ ଦଳର ଆଭ୍ୟନ୍ତରଣ ଗୋଷ୍ଠୀ କନ୍ଦଳ ଭିନ୍ନ ମୋଡ଼ ନେଇଥିଲା । ଯାହାର ପରିଣାମ ନିର୍ବାଚନରେ ପୂର୍ବତନ ନଗରପାଳଙ୍କ ସମେତ ୫ ଜଣ ବିଜେଡ଼ି କର୍ମୀ ପରାଜୟର ସ୍ୱାଦ ଚାଖିବାକୁ ବାଧ୍ୟ ହୋଇଥିଲେ । ଅପର ପକ୍ଷରେ ବିଜେପି ୨୧ ଟି ୱାର୍ଡ଼ ମଧ୍ୟରୁ କେବଳ ଗୋଟିଏ ୱାର୍ଡ଼ରେ ପ୍ରାର୍ଥୀ ଠିଆ କରାଇଥିବା ବେଳେ ମଧ୍ୟ ବିଜୟୀ ହେବା ସମ୍ଭବପର ହୋଇନଥିଲା । ଯାହା ଦଳର ଦୁର୍ବଳ ନେତୃତ୍ୱର ପରିପ୍ରକାଶ ପାଇଥିଲା । ସେହିପରି କଂଗ୍ରେସର ମାତ୍ର ଜଣେ ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ୫ ଟି ୱାର୍ଡ଼ରେ ବିଜେଡ଼ି ପ୍ରାର୍ଥୀଙ୍କୁ ପରାଜିତ କରି ବିଜୟ ଲାଭ କରିଥିବା କାଉନସିଲର ମାନେ ପରବର୍ତୀ ସମୟରେ ତକ୍ରାଳୀନ ପୌର ଅଧ୍ୟକ୍ଷା ଗୌରାୀ ପାଣିଗ୍ରାହୀଙ୍କୁ ସମର୍ଥନ କରିବା ସହ ଶାସକ ବିଜେଡ଼ିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ଯୋଗ ଦେଇଥିଲେ । ଯାହାକି ବିଜେଡ଼ିର ଦବଦବା ବର୍ତମାନ ସମୟରେ ହିଁ ରହିଛି ।
ଚଳିତ ପୌର ନିର୍ବାଚନ ହିଂଜିଳିକାଟୁ ସହର ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି । ହିଂଜିଳିକାଟୁକୁ ପୌର ପରିଷଦର ମାନ୍ୟତା ପାଇବା ପରେ ପ୍ରଥମ ଥର ଲାଗି ଅଧ୍ୟକ୍ଷ ପଦବୀ ସକାଶେ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ବିଜେଡ଼ି ହାଇକମାଣ୍ଡ ଯାହାଙ୍କ ଉପରେ ଲାଗାତାର ଆସ୍ଥା ପ୍ରକଟ କରି ଆସୁଥିଲେ ଏବେ ପ୍ରତ୍ୟକ୍ଷ ନିର୍ବାଚନରେ ମଧ୍ୟ ସେହି ପରମ୍ପରକାୁ ବଜାୟ ରଖିବେ କି କିଛି ନୂଆଁ ଏକ୍ସପେରିମେଂଟ କରିବେ ସେ ନେଇ ସସ୍ପେନ୍ସ ରହିଛି । ତେବେ ଆହୁରି ଅନେକ ଆଗ ଧାଡ଼ିର ନେତା ଅଧ୍ୟକ୍ଷ ପଦବୀ ସକାଶେ ଲବିରେ ରହିଥିବା ଜଣାପଡ଼ିଛି । ତେବେ ପୌର ନିର୍ବାଚନ ସକାଶେ ତାରିଖ କିମ୍ବା କୌଣସି ପ୍ରକାର ସଂରକ୍ଷଣ ବ୍ୟବସ୍ଥା ଘୋଷଣା ହୋଇନଥିବାରୁ ନେତାଙ୍କମନରେ ଏବେ ବି ଅନିଶ୍ଚିତତା ଲାଗି ରହିଛି । ଅଧ୍ୟକ୍ଷା ପଦବୀ ସକାଶେ ଦୌଡ଼ରେ ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୁର୍ବର୍ତନ ନଗରପାଳ ଶିବରାମ ଗୌଡ଼, ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା, ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଂଜୟ କ୍ୁମାର ପଣ୍ଡାଙ୍କ ସମେତ ଆହୁରି କିଛି ନେତାଙ୍କ ନାମ ରେସ୍ରେ ରହିଥିବା ଶୁଣିବାକୁ ମିଳୁଛି ।


