ହିଂଜିଳିକାଟୁ ମାର୍କେଟ କମ୍ପେ୍ଳକ୍ସର ନକ୍ସା ପରିବର୍ତନ ସକାଶେ ଦାବିପତ୍ର ପ୍ରଦାନ

ହିଂଜିଳିକାଟୁ, ୨ା୭(ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ପରିବା ବଜାର ମଧ୍ୟରେ ୫ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟରେ ଏକ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ ସକାଶେ ହିଂଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୪ ଏପ୍ରିଲ ୨୦୧୮ ତାରିଖରେ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଭିତିପ୍ରସ୍ତର ସ୍ଥାପନର ଦୀର୍ଘ ୧୪ ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ ସଂପୃକ୍ତ ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ତ ଦୂରର କଥା ଆଂଜୁଳାଏ ମାଟି ପଡ଼ି ପାରିନାହିଁ । ଏ ନେଇ ବହୁବାର ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ଚେଇଁ ଉଠିଥିଲା । ପ୍ରଶାସନ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯେଉଁ ନକ୍ସା ପ୍ରସ୍ତୁତ କରାଯାଇଛି, ଏହାକୁ ନେଇ ସ୍ଥାନୀୟ ଲକ୍ଷ୍ମୀ ନୃସିଂହ ବଣିକ ସଙ୍ଘ ପକ୍ଷରୁ ଆପତି କରାଯିବା ସହ ନକ୍ସାରେ ପରିବର୍ତନ କରିବା ପାଇଁ ମଙ୍ଗଳବାର ଦିନ ହିଂଜିଳିକାଟୁ ଲକ୍ଷ୍ମୀ ନୃସିଂହ ବଣିକ ସଙ୍ଘ ପକ୍ଷରୁ ଏକ ଦାବୀ ପତ୍ର ସ୍ଥାନୀୟ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି । ଏହାର ଏକାକିତା ନକଲ ଗଂଜାମ ଜିଲ୍ଲାପାଳ ଓ ହିଂଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନୀନ ପଟ୍ଟନାୟକଙ୍କନିକଟକୁ ପ୍ରେରଣ କରାଯାଇଛି ।
ପ୍ରକାଶ ଥାଉକି, ହିଂଜିଳିକାଟୁ ହାଟପଦା ଠାରେ ନିର୍ମାଣ ହେବାକୁ ଥିବା ମାର୍କେଟ କମ୍ପେ୍ଳକ୍ସ ମାର୍ଲଟ ଷ୍ଟୋରିଡ଼ ବିଲ୍ଡିଂ ଭାବେ ନିର୍ମାଣ କରାଯିବା ପାଇଁ ସ୍ଥିରିକୃତ ରହିଛି । ଉକ୍ତ ବିଲ୍ଡିଂର ତଳଭାଗଟିକୁ ଖୋଲା ରଖାଯାଇ ପାର୍କିଂ ବ୍ୟବସ୍ଥା କରାଯିବାକୁ ଥିବା ବେଳେ ଉପର ମହଲାର ପ୍ରକୋଷ୍ଠ ଗୁଡ଼ିକୁ ବ୍ୟବସାୟୀ ମାନଙ୍କୁ ବାଣିଜ ବ୍ୟବସାୟ କରିବା ପାଇଁ ଭଡ଼ା ସୁତ୍ରରେ ଦିଆଯିବ । କୌଣସି ଗ୍ରାହକ ଶିଢି ଚଢି ଜିନିଷ କିଣିବା ପାଇଁ ଇଚ୍ଛା ପ୍ରକାଶ କରିବ ନାହିଁ । ଯଦ୍ୱାରା ବ୍ୟବସାୟ ଆଶନରୁପକ ହେବ ନାହିଁ ସନ୍ଦେହ କରିଛନ୍ତି । ନିର୍ମାଣ ହେବାକୁ ଥିବା ମାର୍କେଟ କମ୍ପେ୍ଳକ୍ସର ନକ୍ସା ପରିବର୍ତନ କରିବାକୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି, ହିଂଜିଳିକାଟୁ ବସଷ୍ଟାଣ୍ଡ ପରିସରରେ ୬୭ ଲକ୍ଷ ଟଙ୍କା ବ୍ୟୟରେ ମଧୁବାବୁ କମ୍ପେ୍ଳକ୍ସ ନିର୍ମାଣ କରାଯାଇ ଗତ ୪ ଏପ୍ରିଲ ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଥିଲେ । ଶୁଭ ଉଦଘାଟନର ଦୀର୍ଘ ୧୪ ମାସ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ସଂପୃକ୍ତ କମ୍ପେ୍ଳକ୍ସଟି ଭଡ଼ା ସୁତ୍ରରେ କୌଣସି ବ୍ୟବସାୟୀ ରଖିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଦାବୀ ପତ୍ର ପ୍ରଦାନ ସମୟରେ ସ୍ଥାନୀୟ ଲକ୍ଷ୍ମୀ ନୃସିଂହ ବଣିକ ସଙ୍ଘର ସଭାପତି ତଥା ଆଇନଜୀବି ନୃସିଂହ ପ୍ରସାଦ ପଟ୍ଟନାୟକ, ପ୍ରମୋଦ କୁମାର ପଣ୍ଡା, ନିଳାଂଚଳ ପ୍ରଧାନ, ଗୋପାଳ କୃଷ୍ଣ ସାହୁ, କୃଷ୍ଣ ଡ଼ାକୁଆ, ଭୋବିନି ମହାଙ୍କୁଡ଼, ଶିଶିର କୁମାର ପାତ୍ର, ଅବନି ମହାଙ୍କୁଡ଼, ସନ୍ତୋଷ ପାତ୍ର, ପ୍ରବିଣ କୁମାର ସାବତ, ଗୋବିନ୍ଦ ପଣ୍ଡା, ଯୁଗୋଳ କିଶୋର ପଣ୍ଡା, କିଶୋର ଚୌଧୁରି, ହୃଷିକେଷ ସାବତ, ହରିହର ଡ଼ାକୁଆ, ସନ୍ତୋଷ କୁମାର ଡ଼ାକୁଆଙ୍କ ସମେତ ବହୁ ବ୍ୟବସାୟୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ