ହିଂଜିଳିରେ ଆଇପିଏଲ କ୍ରିକେଟକୁ ନେଇ ସଟ୍ଟାବାଜି : ନିଶାରେ ଯୁବଗୋଷ୍ଠୀ

ହିଂଜିଳିକାଟୁ, (ଶେଷଦେବ ସାହୁ): କ୍ରିକେଟ ଖେଳ ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ ଆଗ୍ରହ ରହିଥିବାର ଦେଖିବାକୁ ମିଳୁୂଛି । ମାର୍ଚ୍ଚ ୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା କ୍ରିକେଟ ଆଇପିଏଲକୁ ନେଇ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବତିର୍ତ ଗ୍ରାମାଂଚଳ ଗୁଡ଼ିକରେ ସଟ୍ଟାବାଜି ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଅଂଚଳର ଯୁବଗୋଷ୍ଠୀ ଆଇପିଏଲ ନିଶାରେ ବାଜି ଲଗାଇ ଲକ୍ଷ ଲକ୍ଷ ଟଙ୍କା ହରାଇବା ସହ ସର୍ବସ୍ୱ ହରାଉଥିବା ଦେଖିବାକୁ ମିଳୁଛି । ହିଂଜିଳିକାଟୁ ପୌରାଂଚଳର ବିଭିନ୍ନ ଛକ ସ୍ଥାନ ସମେତ ବିଭିନ୍ନ ସାହି ବସ୍ତି ଓ ନିକଟବତିର୍ତ ଗ୍ରାମାଂଚଳ ଗୁଡ଼ିକରେ ଅବାଧରେ ବେକାର ଯୁବକ, ଦୋକାନୀ, କଲେଜ ଓ ହାଇସ୍କୁଲ ଶିକ୍ଷାର୍ଥୀ ମାନେ ଏଥିରେ ବହୁ ମାତ୍ରିାରେ ସାମିଲ ହେଉଛନ୍ତି । କିଛି ଯୁବକଙ୍କ ନିଜସ୍ୱ ରୋଜଗାର ନଥିବା ବେଳେ ସେମାନେ ଧାର କରଜ କରି କିମ୍ବା ଘରେ ମିଛ ବାହାନା କରି ଟଙ୍କା ଆଣି ଆଇପିଏଲରେ ସଟ୍ଟା ଖେଳୁଥିବାର ଜଣାପଡ଼ିଛି । କେତେକ ନିର୍ଦ୍ଧିଷ୍ଟ ଚା’ ଦୋକାନ, ମୋବାଇଲ ଦୋକାନ ଓ ଅନ୍ଲାଇନ ମାଧ୍ୟମରେ ଆଇପିଏଲ ବାଜି ଆଣି ଦଲାଲଙ୍କୁ ଦେଇ ମୋଟା ଅଙ୍କା ଲାଭ ପାଇଥାନ୍ତି । କେହି କେହି ନିଜର ସର୍ବସ୍ୱ ହରାଇ ବସୁଥିବା ବେଳେ କେହି କେହି ରାତା ରାତି ଲକ୍ଷପତି ସାଜୁଛନ୍ତି । ଯୁବଗୋଷ୍ଠୀଙ୍କ ମଧ୍ୟରେ ଆଇପିଏଲ ସଟ୍ଟାବାଜି ନିଶା ଏତେ ମାତ୍ରାରେ ଭରି ରହିଛି ଯେ, ମ୍ୟାଚ୍ର ପ୍ରତି ଓଭର ଏଭଳିକି ପ୍ରତ୍ୟେକ ରନ୍ ପିଛା ବାଜି ମରାଯାଉଥିବାର ଦେଖିବାକୁ ମିଳୁଛି । ସମାଜରେ ଏହା ଏକ ଅପରାଧ ହୋଇଥିବା ବେଳେ ଯୁବଗୋଷ୍ଠୀ ଏଥିପ୍ରତି ସଚେତନତା ନହୋଇ ଆଇପିଏଲ ନିଶାରେ ମସଗୁଲ ହେଉଛନ୍ତି । ଗତବର୍ଷ ଆଇପିଏଲ ସିଜନ୍ରେ ତତ୍କାଳୀନ ଥାନା ଅଧିକାରୀ ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ପ୍ରଦାନ କରି ଆଇପିଏଲ ସଟ୍ଟା ଖେଳକୁ କିଛି ମାତ୍ରାରେ ରୋକିବାରେ ସକ୍ଷମ ହୋଇଥିବା ବେଳେ ଚଳିତ ସିଜନରେ ଆଇପିଏଲ ସଟ୍ଟାକୁ ନେଇ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଏଯାବତ୍ କୌଣସି ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇନଥିବା ଯୋଗୁଁ ଆଇପିଏଲ ସଟ୍ଟା କାରବାର ଜୋରଶୋର ଚାଲିଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ପୁଲିସ ପ୍ରଶାସନ ଘଟଣା ପ୍ରତି ଦୃଷ୍ଟି ଦେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବେଟିଂ ରୋକିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ