ହିଂଜିଳି ଅଂଚଳରେ ପୁଣି ହାତୀ ଆତଙ୍କ
ହିଂଜିଳିକାଟୁ, (ଶେଷଦେବ ସାହୁ) : ଗଂଜାମ ଜିଲ୍ଲା ହ÷ିଂଜିଳିକାଟୁ ଅଂଚଳରେ ପୁଣି ଥରେ ହାତୀ ଆତଙ୍କ ଦେଖାଦେଇଛି । ଗୁରୁବାର ଭୋରରୁ ହିଂଜିଳିକାଟୁ ବ୍ଳକ ବଳରାମପୁର ଗ୍ରାମରେ ବଣୁଆ ହାତୀ ଆତଙ୍କ ଦେଖାଯାଇଛି । ଗୁରୁବାର ଭୋର ପ୍ରାୟ ୫ ଟାରେ ହାତୀ ପଲ ବ୍ରହ୍ମପୁର ଟାମଣା ଜିଲିଗୁଡ଼ା ଜଙ୍ଗଲରୁ ୧୨ ଟି ହାତୀ ବାଲିପଡ଼ା- କାଳୁଆ ରୋଡ଼ ଦେଇ ସ୍ଥାନୀୟ ବ୍ଳକ ବଳରାମପୁର ଗ୍ରାମ ମଧ୍ୟ ଦେଇ ଖଇରବେଠି ପାହାଡ଼ରେ ଥିବା ଜଣାପଡ଼ିଛି । ହାତୀ ପଲ ମଧ୍ୟରେ ୨ ଟି ଦନ୍ତା, ୮ ଟି ମାଇହାତୀ ସମେତ ୨ ଟି ଶିଶୁ ହାତୀ ଥିବା ସୂଚନା ମିଳିଛି । ଖବର ପାଇ ବ୍ରହ୍ମପୁର ବନବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ହାତୀ ଘଉଡ଼ାଇବାକୁ ଚେଷ୍ଟା ଚଲାଇଛନ୍ତି । ବ୍ରହ୍ମପୁର ବନାଂଚଳ ଅଧିକାରୀଙ୍କ ନେତୃତ୍ୱରେ ଫରେଷ୍ଟର ରାଜିବ ଲୋଚନ ପାତ୍ର, ପ୍ରଦିପ କୁମାର ପଣ୍ଡା, କମଳକାନ୍ତ ପାତ୍ର, ଅକ୍ଷୟ କୁମାର ତ୍ରିପାଠି, ଗାର୍ଡ଼ ନିରାକାର ବେହେରା, ଅମରେଶ ଦାସଙ୍କ ସହ ହିଂଜିଳିକାଟୁ ବନ ବିଭାଗୀୟ ବିଟ ହାଉସରେ କାର୍ଯ୍ୟରତ କର୍ମଚାରୀଙ୍କ ସମେତ ଟ୍ରାକେର ଓ ପାର ଫରେଷ୍ଟର କର୍ମଚାରୀ ମାନେ ଖଇରବେଠି ପାହାନ ନିକଟରେ ପଂହଚି ଢୋଲବାଦ୍ୟ ଓ ବିଭିନ୍ନ ସାଇରନ୍ ମାଧ୍ୟମରେ ହାତୀପଲକୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରୀ ରଖିଛନ୍ତି । ଖବର ଲେଖା ହେବା ସୁଦ୍ଧା ହାତୀ ପଲ ଖଇରବେଠି ପାହାଡ଼ରେ ଥିବା ଜଣାପଡ଼ିଛି ।ଗ୍ରାମ ନିକଟସ୍ଥ ପାହାଡ଼ରେ ହାତୀପଲ ରହିଥିବାରୁ ଗ୍ରାମବାସୀଙ୍କମଧ୍ୟରେ ଆତଙ୍କ ସୃଷ୍ଟି ହୋିଛି । ପ୍ରକାଶ ଥାଉକି, ଗତ ଜାନୁୟାରୀ ୧୮ ତାରିଖରେ ମଧ୍ୟ ୧୨ ଟି ହାତୀ ହିଂଜିଳିକାଟୁ ବ୍ଳକ ମକରଝୋଳ ଗ୍ରାମପଂଚାୟତ ଅଧିନସ୍ଥ ପଲ୍ଲୀପଦ୍ମନାଭପୁର ନିକଯସ୍ଥ ସାତପାଣ୍ଡିଆ ଗ୍ରାମରେ ପଶି ଗ୍ରାମର ବହୁ ଚାଷୀଙ୍କ୭୦ ବସ୍ତା ଧାନ ଖାଇଯାଇଥିଲେ ।


