ହିଂଜିଳି ବିଧାନସଭା ଭୋଟ ଗ୍ରହଣ : ୪ ଟି ବୁଥରେ ଇଭିଏମରେ ଯାନ୍ତ୍ରିକ ତୃଟି କିଛି ବୁଥରେ ଭୋଟ ବେଳେ ଉତେଜନା
ହିଂଜିଳିକାଟ (ଶେଷଦେବ ସାହୁ): ଗଂଜାମ ଜିଲା ହିଂଜିଳି-୧୩୧(ସାଧାରଣ ବର୍ଗ) ବିଧାନସଭା ପାଇଁ ୨ୟ ପର୍ଯ୍ୟାୟ ୧୮ତାରିଖ ଗୁରୁବାର ଦିନ ମତଦାନ ହୋଇଛି । ହିଂଜିଳିକାଟୁ ବ୍ଲକ ସମେତ ପୋ÷ରାଂଚଳର ବିଭିନ୍ନ ମତଦାନ କେନ୍ଦ୍ରରେ ସକାଳ ୭ରୁ ଭୋଟ ଆରମ୍ଭ ହୋଇଥିଲା । ହିଂଜିଳିକାଟୁ ମ୍ୟୁନିସପାଲଟିର ୧୭ ଟି ବୁଥ ଓ ହିଂଜିଳିକାଟୁ ବ୍ଳକରେ ୧୦୧ଟି ବୁଥରେ ମତଦାନରେ ଲୋକେ ଉତ୍ସାହର ସହ ଭାଗ ନେଇଥିଲେ । ବ୍ଲକର କଂଟେଇକୋଲି ୧୯୬ ବୁଥରେ ସକାଳେ ଇଭିଏମରେ ଯାନ୍ତ୍ରୀକ ତୃଟିରୁ ପ୍ରାୟ ୧ଘଂଟା ପର୍ଯ୍ୟନ୍ତ ମତଦାନ ବନ୍ଦ ରହିଥିଲା । ପରେ ତୃଟି ସୁଧାରିବା ପରେ ମତଦାନ ହୋଇଥିଲା । ସେହିପରି ହିଂଜିଳିକାଟୁ ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ରେଗିଡ଼ି ପ୍ରାଇମେରୀ ସ୍କୁଲ ବୁଥରେ ଇଭିଏମରେ ତୃଟି ହେତୁ କିଛି ସମୟ ପାଇଁ ମତଦାନ ବନ୍ଦ ରହିଥିଲା ପରେ ତୃଟି ସୁଧାର ପରେ ମତଦାନ ସ୍ୱାଭାବିକ ହୋଇଥିଲା । । ଅପରାହ୍ନ ପ୍ରାୟ ୪ଘ. ୪୫ ମି. ସମୟରେ ବୁରୁପଡ଼ା ୟୁପି ସ୍କୁଲ ପରିସର ୧୧୫ ନଂ ବୁଥରେ ପ୍ରାୟ ୪୫ ମିନଟ ଧରି ଇଭିଏମ ମେସିନରେ ଯାନ୍ତ୍ରିକ ତୃଟି ଦେଖା ଦେଇଥିଲା ପରେ ତୃଟି ସୁଧାର ପରେ ମତଦାନ ସ୍ୱାଭାବିକ ହୋଇଥିଲା । ପୋ÷ରାଂଚଳର ଏନଏସି ହାଇସ୍କୁଲ ୧୨୪ନଂ ବୁଥକୁ ପିଙ୍କ ବୁଥ ଭାବେ ଚିହ୍ନଟ କରାଯାଇତିଲା । ସେଥିରେ ୬ଜଣ ମହିଳା କର୍ମଚାରୀ ମତଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗୁରୁବାର ସକାଳେ ଭୋଟ ଗ୍ରହଣକୁ ନେଇ ରାଳବ ଗ୍ରାମରେ ଥିବା ୧୪୮,୧୪୯ ଓ ୧୫୦ ବୁଥରେ ଗ୍ରାମର କିଛି ବ୍ୟକ୍ତି ଜବରଦସ୍ତ ବୁଥ ଭିତରେ ପଶି ଭୋଟ ନ ଦେଲେ ଚାଉଳ କାର୍ଡ଼ ବନ୍ଦ କରିଦେବା ଧମକ ଦେଉଥିବା ନେଇ ଭାଜପା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ଗୁରୁତର ଅଭିଯୋଗ କରିଛନ୍ତି । ଏଥି ନେଇ ଆଚାର୍ଯ୍ୟ ଜିଲା ଆରକ୍ଷୀ ଅଧିକାରୀଙ୍କୁ ଜଣାଇଥିବା ଗଣମାଧମକୁ କହିଛନ୍ତି । ଅନ୍ୟ ପକ୍ଷରେ ହିଂଜିଳି ବ୍ଲକ ଚାନ୍ଦୁଲି, ଦୁର୍ବନ୍ଧ, ସାହାପୁର, ଶିଖରପୁର, ବୁରୁପୋଡ଼ା, କଂଟେଇକୋଳି ଗ୍ରାମର ଭୋଟ କେନ୍ଦ୍ର ଓ ପୋ÷ରାଂଚଳର ଆଙ୍କୋରଡ଼ାରେ ଭୋଟ କେନ୍ଦ୍ର ଗୁଡ଼ିକରେ ମତଦାନକୁ ନେଇ ସାମାନ୍ୟ ଉତେଜନା ପ୍ରକାଶ ପାଇଥିବା ଅଭିଯୋଗ ହୋଇଛି । ଅପରାହଣ ୫ସୁଦ୍ଧା ହିଂଜିଳି ବିଧାନସଭାରେ ୫୪.୮ ପ୍ରତିଶତ ଭୋଟ ହୋଇଛି । ପୋ÷ରାଂଚଳରେ ଅପରାହଣ ୫ସୁଦ୍ଧା ପ୍ରାୟ ୬୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ପ୍ରକାଶ ଥାଉ କି ଚଳିତ ନିର୍ବାଚନରେ ହିଂଜିଳି ବିଧାନସଭା ପାଇଁ ମୋଟ ୨,୨୦,୨୬୫ ଭୋଟର ତାଲିକାରେ ଅଛନ୍ତି । ସେଥି ମଧ୍ୟରୁ ପୁରୁଷ ୧,୧୬,୯୩୫ ମହିଳା ୧,୦୩, ୩୧୫ ଓ ଅନ୍ୟାନ୍ୟ ୧୫ ଭୋଟର । ଏଥିସହ ନିର୍ବାଚନ ମଣ୍ଡଳୀରେ ୨୭୧ଜଣ ସରକାରୀ କର୍ମଚାରୀଙ୍କ ଭୋଟ ରହିଛି । ମୋଟ ୧୪୮୮ ପୋଲିଂ କର୍ମଚାରୀଙ୍କ ମଧ୍ୟରୁ ୬ଜଣ ମହିଳା କର୍ମଚାରୀ ନିୟୋଜିତ ଅଛନ୍ତି । ବିଭିନ୍ନ ବୁଥରେ ଭିନ୍ନକ୍ଷମ ଭୋଟରଙ୍କୁ ବୁଥକୁ ନେବା ଆଣିବା ପାଇଁ ହ୍ୱିଲ ଚେୟାର ବ୍ୟବସ୍ଥା କରାଯାଇଥିଲା । ବିଭିନ୍ନ ବୁଥରେ ସ୍ୱେଚ୍ଛାସେବୀ ମାନେ ଭୋଟରଙ୍କୁ ସହଯୋଗ ପାଇଁ ନିୟୋଜିତ ଥିଲେ । ହିଂଜିଳି ଥାନାର ୮ଟି ମୋବାଇଲ ପାର୍ଟି ସହ ପ୍ରତ୍ୟେକ ବୁଥରେ ପୋଲିସ କର୍ମଚାରୀ ନିୟୋଜିତ ଥିଲେ । ବ୍ଲକର ୧୫ଟି ବୁଥକୁ ଅତି ଉତେଜନା ପ୍ରବଣ ଭାବେ ଚିହ୍ନଟ କରାଯାଇ ସେଠାରେ ସିଏପିଏଫ ବାହିନୀ ମୁତୟନ ହୋଇଥିଲା । କିଛି ବୁଥରେ ୱେବ କାଷ୍ଟିଂ, ଶାସନ ଆମ୍ବଗାଁ ବୁଥରେ ସିସି କ୍ୟାମେରା ଲଗାଯାଇଥିଲା । ଲୋକେ ଅଂଚଳରେ ହୋଇଥିବା ବିକାଶକୁ ଦେଖି ପୁଣିଥରେ ନବୀନ ପଟ୍ଟନାୟକ ଓ ବିଜେଡ଼ି ଉପରେ ଭରସା ରଖି ବହୁମାତ୍ରାରେ ଭୋଟ ଦେଇଛନ୍ତି ବୋଲି ବିଜେଡ଼ି ନଗର ସଭାପତି ଭୀମସେନ ବେହେରା କହିଛନ୍ତି । ଏକଦା କଂଗ୍ରେସର ଗଡ଼ ଥିବା ହିଂଜିଳିରେ ଶାସକ ବିଜେଡ଼ିର ଗୁଣ୍ଡାରାଜ ଓ ମିଥ୍ୟ ପ୍ରତିଶୃତିରେ ବୀତସ୍ପୃହ ହୋଇ ଲୋକେ କଂଗ୍ରେସକୁ ଭୋଟ ଦେଇଛନ୍ତି ବୋଲି କଂଗ୍ରେସ ପ୍ରାର୍ଥୀ ଶମ୍ବୁ ପାଣିଗ୍ରାହି କହିଛନ୍ତି । ଜନମତ ନିଶ୍ଚିତ ଭାବେ ଭାଜପା ସପକ୍ଷରେ ଯାଇଛି । ଲୋକେ ସ୍ପତ୍ୱସ୍ପୂର୍ତ ଭାବେ ଏତେମାତ୍ରାରେ ଭାଜପା ଓ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଭୋଟ ଦେଇଛନ୍ତି ବୋଲି ଦାବି କରିଛନ୍ତି ଭାଜପା ପ୍ରାର୍ଥୀ ଆଚାର୍ଯ୍ୟ । ଅନ୍ୟ ପକ୍ଷରେ ବିଭିନ୍ନ ଭୋଟ କେନ୍ଦ୍ରରେ ଲୋକେ ଉତ୍ସାହର ସହ ଭୋଟ ଦେଇଛନ୍ତି । କିଛି ଲୋକେ ପରିବର୍ତନ ଚାହିଁଥିବା ବେଳେ କିଛି ସରକାରଙ୍କ ଉପରେ ବିଶ୍ୱାସ ରଖି ଭୋଟ ଦେଇଥିବା କହିଛନ୍ତି । ତେବେ ଯୁବପଢ଼ି ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ଭୋଟ ଦେଇଥିବା କହିଛନ୍ତି । ଅନ୍ୟ ପକ୍ଷରେ ଲୋକସଭା ଓ ବିଧାନସଭା ପାଇଁ ଭିନ୍ନ ଭିନ୍ନ ଭୋଟ କରିଥିବା ବହୁ ଭୋଟର କହିଛନ୍ତି । ପ୍ରକାଶ ଥାଉକି, । ହିଂଜିଳି ବିଧାନସଭା ଆସନରେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମେସିନମଧ୍ୟରେ ରହିଛି । ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବମୋଟ ୨ ଲକ୍ଷ ୨୦ ହଜାର ୨୬୫ ଭୋଟର ରହିଛନ୍ତି ।(ପୁରୁଷ ଭୋଟର – ୧ ଲକ୍ଷ ୧୬ ହଜାର ୯୩୫, ମହିଳା ଭୋଟର ୧ ଲକ୍ଷ ୩ ହଜାର ୩୧୫ ଓ ତୃତୀୟ ଲିଙ୍ଗ ୧୫ ଭୋଟର) । ଗୁରୁବାର ଦିନ ଅନୁଷ୍ଠିତ ଭୋଟରେ ଅପରାହ୍ନ୫ ଟା ସୁଦ୍ଧା ୫୪.୮ ପ୍ରତିଶିତ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ହିଂଜିଳି ବ୍ଳକର ସମୁଦାୟ ୨୧ ଟି ପଂଚାୟତ, ଶେରଗଡ଼ ବ୍ଳକର ୨୨ ଟି ପଂହଚାୟତ ଓ ହିଂଜିଳିକାଟୁ ପୌରାଂଚଳର ୨୧ ଟି ୱାର୍ଡ଼କୁ ନେଇ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ ।