ହିଂସାତ୍ମକ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଉତ୍ତର ପୂର୍ବ ଭାରତ ସମଗ୍ର ଦେଶରେ ହିଂସା ଦେଖିବାକୁ ମିଳିଛି । ଦିଲ୍ଲୀ ଜାମିଆ ଇଲମିଆ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ପ୍ରଦେଶ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଏହି ଆଇନ ବିରୋଧରେ ହିଂସା ପ୍ରଦର୍ଶନ କରିଛନ୍ତି । ଏହି ମାମଲାର ତତ୍କାଳ ଶୁଣାଣି ପାଇଁ ଆବେଦନ କରିଥିବା ବେଳେ ଛାତ୍ରଛାତ୍ରୀ ହିଂସାରୁ ନିବୃତ ରହିବା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିବେଦନ କରାଯାଇଛି । ଆସନ୍ତା ୧୮ ତାରିଖରେ ମୁଖ୍ୟ ବିଚାରପତି ଏହି ମାମଲାର ଶୁଣାଣି ପାଇଁ ସ୍ଥିର କରିଛନ୍ତି । ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବା ଉଚିତ୍‌, ମାତ୍ର ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବା ଉଚିତ୍‌ ବୋଲି ବୋବଡେ କହିଛନ୍ତି । ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ