ହିଞ୍ଜିଳିକାଟୁରୁ ରେଡ଼ଜୋନ ହଟିବା ସମ୍ଭାବନା ରହିଛି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଦୀର୍ଘଦିନର ଅବସାନ ପରେ ହିଞ୍ଜିଳିକାଟୁ ଅଂଚଳରେ କରୋନା ପରିସ୍ଥିତିରେ କିଛିଟା ସୁଧାର ଆସିଛି । ଯାହା ଫଳରେ ପୌରାଂଚଳରୁ ରେଡ଼ଜୋନ ହଟାଯିବାର ସମ୍ଭାବନା ଅଧିକ ରହିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଯେ, ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଭୟାବହତା ଲାଗି ରହିଛି । ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକରେ କରୋନା ପରିସ୍ଥିତି ଭୟଙ୍କର ଦେଖା ଦେଇଥିଲା । କରୋନାକୁ ପ୍ରତିହିତ କରିବା ଲାଗି ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଜୁନ ମାସ ଠାରୁ ହିଞ୍ଜିଳିକାଟୁ ଅଂଚଳରେ କରୋନାର ସ୍ଥିତି ଅତି ଭୟାବହ ଦେଖା ଦେଇଥିଲା । ୪ଟି ପର୍ଯ୍ୟାୟ ଲକଡ଼ାଉନ ଅବଧି ଶେଷ ପରେ ଜୁନ ମାସରେ ଅନଲକ-୧ କାର୍ଯ୍ୟକାରୀ କରାଯିବା ପରେ କଟକଣାରେ ସାମାନ୍ୟ କୋହଳ କରାଯାଇଥିଲା । ଏହାରି ଫଳରେ ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ରକ୍ଷା ଏବହ ବିଭିନ୍ନ କରୋନା କଟକଣାକୁ ଅବମାନନା କରିବାକୁ ଲାଗିଲେ । ଜୁନ ମାସରେ ବିବାହ, ବ୍ରତ ଓ ଅନ୍ୟାନ ମାଙ୍ଗଳିକ କାର୍ଯ୍ୟ ସକାଶେ ବ୍ରବସାୟିକ ପ୍ରତିଷ୍ଠାନ ଗୁଡିକରେ ଗ୍ରାହକଙ୍କ ଅସମ୍ଭବ ଭିଡ଼ ଲାଗି ରହିଥିଲା । ବହୁ ବ୍ୟବସାୟୀ ବାହାରପଟୁ ତାଲା ବନ୍ଦ କରି ଭିତରପଟେ ବ୍ୟବସାୟ ଚଲାଉଥିବାର ନଜିର ରହିଥିଲା । ନିକଟସ୍ଥ ଗ୍ରାମାଂଚଳର ବହୁ କ୍ଷୁଦ୍ର ବ୍ୟବସାୟୀ ସ୍ଥାନୀୟ ପୌରାଂଚଳକୁ ଆସି ବେପାର ବଣିଜ କରିବା ସହ ସଙ୍ଗରୋଧ କେନ୍ଦ୍ରରେ ଅବଧି ପୁରଣ କରିବା ପରେ ପ୍ରବାସୀ ମାନେ ନିର୍ଦ୍ଧିଷ୍ଟ ସମୟ ହୋମ କ୍ୱରେଂଟାିନରେ ନରହି ବାହାରେ ବୁଲାବୁଲି କରିବା ଫଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତ ଅଣାୟତ ହୋଇପଡ଼ିବାରୁ ଗଞ୍ଜାମ ଜିଲ୍ଲା ପ୍ର।।ସନର ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଜୁନ ୨୮ ତାରିଖ ଠାରୁ ପୌରାଂଚଳର ୪ଟି ୱାର୍ଡ଼ ସମେତ ୫୯ ନଂ ଜାତୀୟ ରାଜପଥର ବଇଁଚବଣିଆ ଛକ ଠାରୁ ଆରଏମସି ଛକ, ୩୬ ନଂ ରାଜ୍ୟ ରାଜପଥର ପରିବା ବଜାର ଠାରୁ ହିଞ୍ଜିଳି ମୁଖ୍ୟ ରାସ୍ତାକୁ କଂଟେନମେଂଟ ଜୋନ ଓ ପୌରାଂଚଳର ୩କିମି ପରିଧି ଅଂଚଳକୁ ବଫରଜୋନ ଭାବେ ଘୋଷଣା କରାଯାଇଥିଲା । ଏଥି ସହ ପୌରାଂଚଳର ୧୫ଟି ୱାର୍ଡ଼କୁ ରେଡ଼ ଜୋନ ଭାବେ ଘୋଷଣା କରାଯାଇଥିଲା । କଂଟେନମେଂଯ ଜୋନ ଘୋଷିତ ହେବା ପରେ ରେଡ଼ଜୋନ ଭୁକ୍ତ ୱାର୍ଡ଼ ଗୁଡ଼ିକର ପ୍ରବେଶ ପଥ ଗୁଡ଼ିକ ପୌର ପ୍ରଶାସନ ପକ୍ଷରୁ ବାଉଁଶବାଡ଼ ସହାୟତାରେ ସିଲ କରାଯାଇଥିଲା । ଔଷଧ ଦୋକାନ ବ୍ୟତିତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଯାନବାହାନ, ବ୍ୟାଙ୍କ ଓ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିସକ ସମ୍ପୁର୍ଣ୍ଣ ବନ୍ଦ ରଖାଯାଇଥିଲା । ଖାଉଟିଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା ଲକ୍ଷ୍ୟରେ ପୌର ପ୍ରଶାସନ ପକ୍ଷରୁ ଟୋଲ ଫ୍ରୀ ନମ୍ବର ଜାରି କରାଯିବା ସହ ସାଇକେଲ ଓ ରିକ୍ସା ଯୋଗେ ସାହି ସାହିକୁ ବୁଲି ପନିପରିବା ବିକ୍ରି କରିବା ସକାଶେ ୩୬ ଜଣ ବ୍ରବସାୟୀଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା । ଜୁଲାଇ ମାସ ଆରମ୍ଭରୁ କରୋନା ଆକ୍ରାନ୍ତରେ ମୃତ୍ୟକୁ ନେଇ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା । କରୋନା ସଂକ୍ରମଣରେ ବହୁ ବ୍ୟକ୍ତି ଆକ୍ରାନ୍ତ ହେବା ସହ ପୌର କର୍ମଚାରୀ, ଔଷଧ ଦେକାନୀ, ଗଣମାଧ୍ୟଢ଼ ପ୍ରତିନିଧି, ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ହେବା ସହ କିଛି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ପ୍ରଶାସନ ପକ୍ଷରୁ କରୋନା କଟକଣା କଡ଼ାକଡ଼ି ପାଳନ କରାଯିବା ସହ ଥର୍ମାଲ ସ୍କ୍ରିନିଂ, ଆଂଟିଜେନ ଟେଷ୍ଟ ବ୍ୟାପକ କରାଯିବା ସହ ଲକ୍ଷଣ ପ୍ରକାଶ ଥିବା ବ୍ୟକ୍ତିଙ୍କୁ କୋଭିଡ଼ କେୟାର ହୋମ ଓ କୋଭିଡ଼-୧୯ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ଜୁଲାଇ ମାସ ୩ୟ ସପ୍ତାହରେ ସଂକ୍ର୍ରମଣ ପରିସ୍ଥିତିରେ ସାମାନ୍ୟ ହ୍ରାସ ହେବା ସହ ବହୁ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି । ଏହାକୁ ଆଖି ଆଗରେ ରଖି ଜୁଲାଇ ୨୧ ତାରିଖରେ ପୌରାଂଚଳର ମୁଖ୍ୟ ରାସ୍ତା ୫୯ ନଂ ଜାତୀୟ ରାଜପଥର ବଇଁଚବଣିଆ ଛକ ଠାରୁ ଆରଏମସି ଛକ ପର୍ଯ୍ୟନ୍ତ ଅଂଚଳକରେ କରୋନା କଟକଣାକୁ ଉଛେଦ କରାଯାଇଥିଲା । ପୌରାଂଚଳର ୧୫ଟି ୱାର୍ଡ଼କୁ ରେଡ଼ ଜୋନ ଭାବେ ଘୋଷିତ କରାଯାଇଥବା ଅଂଚଳରେ ଯଥାଶୀଘ୍ର ରେଡ଼ଜୋନ କଟକଣା ହଟାଯିବା ଲାଗି ପ୍ରଶାସନ ପକ୍ଷରୁ ଚିନ୍ତା କରାଯାଇଛି । ତେବେ ଏ ନେଇ ଶନିବାର ସୁଦ୍ଧା କୌଣସି ଲିଖିତ ନିର୍ଦ୍ଦେଶନାମା ଜାରି ହୋଇନାହିଁ । ରେଡ଼ ଜୋନ ଅବଧି ବୃଦ୍ଧି ନହୋଇପାରେ ଏବଂ ଅନଲକ-୩ ଅନୁସାରେ ପୂର୍ବଭଳି ବହୁ କଟକଣା ଲାଗୁ କରାଯିବ ବୋଲି ବିଡ଼ିଓ ପ୍ରସନ କୁମାର ପାତ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ