ହିଞ୍ଜିଳିକାଟୁରେ ଅଂହିସା ରଥକୁ ବିପୁଳ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତି ପାଳନ ଅବସରରେ ସାରା ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜନ ସଚେତନତା ଓ ଦସ୍ତଖତ ଅଭିଯାନ ସହ ବିଶ୍ୱର ଶାନ୍ତି ଓ ପ୍ରଗତି ପାଇଁ ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ଗତ ୧୯ ତାରିଖ ଠାରୁ ବାହାରିଥିବା ଅହିଂସା ରଥ ଶନିବାର ଅପରାହ୍ନରେ ହିଞ୍ଜିଳିକାଟୁ ପୌରାଂଚଳରେ ପଂହଚିଥିଲା । ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ମହାପାତ୍ର, ପୌରାଂଚଳ ପ୍ରତିନିଧି ସଞ୍ଜୟ କୁମାର ପଣ୍ଡା, ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନିଳମଣି ପଟ୍ଟନାୟକ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌରାଂଚଳ ନଗର ବିଜେଚଡ଼ି ସଭାପତି ଭୀମସେନ ବେହେରା, ଛାତ୍ର ବିଜେଡ଼ି ସଭାପତି ରିଙ୍କୁ ପଣ୍ଡା, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗୌଡ଼, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଯୁବ ବିଜେଡ଼ି ସମ୍ପାଦକ ପ୍ୟାରୀମୋହନ ପାଢି, ସରୋଜ କୁମାର ପଣ୍ଡା, କାହ୍ନୁ ଚୌଧୁରୀ, ମିଟୁ ସୁବୁଦ୍ଧି, ଯୁଧିଷ୍ଟିର ସ୍ୱାଇଁ, ଯୋଗେନ୍ଦ୍ର ଖାଡ଼ଙ୍ଗା, ମାନସ ରଞ୍ଜନ ବେହେରା, କିରଣ ପଟ୍ଟନାୟକ, ସୁଶାନ୍ତ ଚୌଧୁରୀ, ପର୍ଶୁରାମ ସାହୁଙ୍କ ସମେତ ଶହ ଶହ ବିଜେଡ଼ି କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବି, ଗାନ୍ଧୀ ପ୍ରେମୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ଆଣିଥିଲେ । ସ୍ଥାନୀୟ ପୌରାଂଚଳ ପୂର୍ତବିଭାଗ ଡ଼ାକବଙ୍ଗଳା ଠାରୁ ଏକ ଶୋଭାଯାତ୍ରାରେ ବାହାରି ୨୦ନଂ ୱାର୍ଡ଼ ଆଙ୍କୋରଡ଼ାରେ ପଂହଚିଥିଲା । ଆଙ୍କୋରଡ଼ାରେ ରଥ ପଂହଚିବା ପରେ ଶତାଧିକ ମହିଳା ଫୁଲ ଚନ୍ଦନ ଦେଇ ରଥକୁ ସ୍ୱାଗତ କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ସେଠାରୁ ୫୯ ନଂ ଜାତୀୟ ରାଜପଥ ଲକ୍ଷ୍ମୀ ବଜାର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସେଠାରୁ ହିଞ୍ଜିଳି କାଳୀ ମନ୍ଦିର ଛକରେ ରଥକୁ ଗ୍ରାମବପାସୀଙ୍କଦ୍ୱାରା ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବାପୁଜୀଙ୍କ ଜୀବନାଦର୍ଶ ଉପରେ ଅତିଥି ମାନେ ଆଲୋକପାତ କରିଥିଲେ । ତାଙ୍କନୀତି ଆଦର୍ଶର ଅନୁପ୍ରାଣିତ ହେବାକୁ ଆହ୍ୱାନ ଜଣାଇଥିଲେ । ହିଞ୍ଜିଳିକାଟୁ ବ୍ଳକ ସିକିରି, ବେଲଗାଁ, ପଲ୍ଲୀପଦ୍ମନାଭପୁର ଗ୍ରାମକୁ ଅଂହିସା ରଥ ପରିକ୍ରମା କରିଥିଲା । ଅଂହିସା ରଥ ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକର ବିଭିନ୍ନ ଗ୍ରାମ ପରିକ୍ରମା କରୁଥିା ବେଳେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ସିଲଭର ଗାନ୍ଧୀ ରୂପେ ପରିଚିତ ଯୁବ ସମାଜସେୀ ମୋହନ ମହାପାତ୍ରଙ୍କ ଗାନ୍ଧୀ ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଅଂହିସାକୁ ସ୍ଥାନିତ କରିବା ପାଇଁ ଦେଇଥିା ପ୍ରସ୍ତାବକୁ ସମର୍ଥନ ଜଣାଇ ସାରା ରାଜ୍ୟରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିବା ବେଳେ ହିଞ୍ଜିଳିକାଟୁ ଅଂଚଳରେ ଏହି କାର‌୍ୟ୍ୟକ୍ରମକୁ ବିପୁଳ ସମର୍ଥନ ମିଳିଥିଲା । ଅଂହିସାକୁ ସମ୍ବିଧାନରେ ଲିପିବଦ୍ଧ କରିବା ପାଇଁ ଜନ ସଚେତନତା ଓ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଆସନ୍ତା ଅକ୍ଟୋବର ୨ ତାରିଖ ମଧ୍ୟରେ ସାରା ରାଜ୍ୟରେ ଦସ୍ତଖତ ଅଭିଯାନ କରାଯାଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବାର କାର‌୍ୟ୍ୟକ୍ରମ ରହିଛି । ସ୍ଥାନୀୟ ବ୍ଳକର ବିଭିନ୍ନ ପଂଚାୟତରେ ରଥ ପଂହଚିବା ପରେ ସୁରେନ୍ଦ୍ର ପ୍ରଧାନ, , ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଭାଣ୍ଡି ରବିନ୍ଦ୍ର, ଗୌରୀ ସାହୁ, ସୁଧାଂଶୁ ଶେଖର ସାହୁ, ପିଇଓ ବି. ହରି, ଦଣ୍ଡପାଣି ଆଚାରୀ, ବାବୁ ସ୍ୱାଇଁ, ଶ୍ରୀକାନ୍ତ ସାହୁ, ରାଜେଶ ସାହୁ, ତ୍ରିନାଥ ପାଣିଗ୍ରାହୀଙ୍କସମେତ ହୁ ସଂରପଚ, ସମିତିସଭ୍ୟ ଓ ବହୁ ୱାର୍ଡ଼ ସଭ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ