ହିଞ୍ଜିଳିକାଟୁରେ ଆରମ୍ଭ ହେଲା ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣାସାହି ଲକ୍ଷ୍ମୀନୃସିଂହ ମନ୍ଦିର ସମ୍ମୁଖ ପରିସରରେ ସ୍ଥାନୀୟ ଭଗବତ କଥା ବିତରଣ ପରିଷଦ ପକ୍ଷରୁ ଶ୍ରୀରାମ ଚରିତମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ସୋମବାର ବାର ପ୍ରଭୁ ରାମ, ଲକ୍ଷ୍ମଣ, ମାତା ସିତା ଓ ହନୁମାନଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ପରେ ପ୍ରତ୍ୟହ ସକାଳୁ ହନୁମାନ ଚାଳିଶା ସହ ହୋମ, ଭଜନ ପାରାୟଣ ଏବଂ ସନ୍ଧ୍ୟାରେ ପ୍ରବଚନ ଅନୁଷ୍ଠିତ ହେଉଛି । ପ୍ରବଚକ ଭାବେ କେନ୍ଦ୍ରାପଡ଼ା ଜିଲାର ରାମାୟଣ ପଣ୍ଡିତ ଅନଙ୍ଗ ପ୍ରସାଦ ଦାଶ ଓ ସହାୟକ ସନ୍ଧ୍ୟା ୭ରୁ ୯ଟା ପର୍ଯ୍ୟନ୍ତ ଶ୍ରୀରାମଙ୍କ ଅମୃତବାଣୀକୁ ପ୍ରବଚନ ମାଧ୍ୟମରେ ଲୋକଙ୍କୁ ଶୁଣାଇଛନ୍ତି। ବ୍ୟାସ ଭାବେ ପଦ୍ମଚରଣ ଦାଶ, ଧରକ ସନ୍ୟାସୀ ସାହୁ, ସାହେବ ସାହୁ, ଓ କର୍ତ୍ତା ରୁପେ ବିଜୟ କୁମାର ପାଣିଗ୍ରାହି କାର୍ଯ୍ୟ ସମ୍ପାଦନ କରିଛନ୍ତି । ପ୍ରତ୍ୟହ ଆଖପାଖ ଅଳରୁ ବହୁଭକ୍ତଙ୍କ ସମାଗମ ହେଉଛି । କାର୍ଯ୍ୟକ୍ରମରେ ଭଗବତକଥା ବିତରଣ ପରିଷଦର ସଭାପତି ଦେବାନନ୍ଦ ମହାପାତ୍ର , ଉପସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ,ସମ୍ପାଦକ ତରୁଣ କୁମାର ପଣ୍ଡା , କୋଷାଧ୍ୟକ୍ଷ ଗୌରହରି ପୃଷ୍ଟି , ସମୀକ୍ଷକ ପ୍ରଫେସର ରମେଶ ଚନ୍ଦ୍ର ଚୌଧୁରୀ,ମାର୍ଗଦର୍ଶକ ସଭ୍ୟ ନାରାୟଣ ପାଢି,ଉପସଭାପତି ଏ ଶଙ୍କର ଆଚାରୀ,ଜଗନ୍ନାଥ ଦାସ, ରୋହିତ ପାଢ଼ି, ହରିହର ଚୌଧୁରି, ଅରବିନ୍ଦ ପଣ୍ଡା,ଡଃ ଗଦାଧର ବେହେରା, ନାରାୟଣ ପାଢୀ, ପୁଣିବାସୀ ପାଣିଗ୍ରାହୀ, ନିରୁପମା ସାହୁ,ଭାଗ୍ୟଲକ୍ଷ୍ମୀ ପାଢୀ,ଶକୁନ୍ତଳା ସାହୁ, ଜୟନ୍ତୀ ବେହେରା, ଝୁନୁ ଚୌଧୁରୀ, ସଂଯୁକ୍ତା ବେହେରା, ଦ୍ୱିତୀକୃଷ୍ଣ ପଣ୍ଡା, ବିଶ୍ୱମ୍ବର ସାହୁ ଙ୍କ ସମେତ ପାଟଣା ସାହି ବାସିନ୍ଦା ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ ପ୍ରବଚନ କାର୍ଯ୍ୟକ୍ରମ ଆସନ୍ତା ୨୪ ତାରିଖରେ ଉଦଯାପିତ ହେବ ବୋଲି ପାରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ