ହିଞ୍ଜିଳିକାଟୁରେ ଜାତୀୟ ଲୋକ ଅଦାଲତ

ହିଞ୍ଜିଳିକାଟୁ , (ଯୁଗାବ୍ଦ ନ୍ୟୁଜ/ ଶେଷଦେବ ସାହୁ):  ହିଞ୍ଜିଳିକାଟୁ ଜେଏମଏଫସି ନ୍ୟାୟଳୟରେ ଶନିବାର ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବିଚାରପତି ରାଜଶ୍ରୀ ପଟ୍ଟନାୟକ ୭ଟି ଫୌଜଦାରୀ ଓ ୫ଟି ବ୍ୟାଙ୍କ ବିବାଦୀୟ ମାମଲାର ସମାଧାନ କରିଥିଲେ । ଫୌଜଦାରୀ ମାମଲାରେ ୫ଶହ ଟଭ୍‌କା ଜୋରିମାନା ଆଦାୟ କରାଯାଇଥିବା ବେଳେ ବ୍ୟାଙ୍କ୍ ମାମଲାରେ ୪ଲକ୍ଷ ୧୦ ହଜାର ଟଙ୍କା ଆଦାୟ କରାଯାଇଥିଲା । ଆଂଚଳିକ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ପରିଚାଳକ କାଶି ବିଶ୍ୱନାଥ ଦାଶ, ଏସବିଆଇ ହିଂଜିଳିକାଟୁ ଶାଖାର ପରିଚାଳକ ସତ୍ୟାଶିଷ ପଟ୍ଟନାୟକ, ୟୁନିୟନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଶାଖା ପରିଚାଳକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ସ୍ଥାନୀୟ ଓକିଲ ସଂଘ ସମ୍ପାଦକ ମାନସ ରଂଜନ ପାଢି, ସରକାରୀ ଓକିଲ ଯିଶୁରାମ ବେହେରା, ପ୍ରମଦେ କୁମାର ଦଳାଇ, ଏସବିଆଇ ବ୍ୟାଙ୍କ ଓକିଲ ରାମଚନ୍ଦ୍ର ମହାପାତ୍ରଙ୍କ ସମେତ ହିଂଜିଳିକାଟୁ ଓକିଲ ସଂଘର ବହୁ ଓକିଲ ଓ ନ୍ୟାୟଳୟର କର୍ମଚାରୀ ମାମଲା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ