ହିଞ୍ଜିଳିକାଟୁରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ଜାତୀୟ ସ୍ତରରେ ଫିଲ୍ମ ଫେଷ୍ଟିଭାଲକୁ ମନୋନୀତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରେନା ଭୁତାଣୁ ସଂକ୍ରମଣ ବେଳେ ଲକଡ଼ାଉନ ସଚେତନତା ବାର୍ତା ବହନ କରୁଥିବା କ୍ଷୁଦ୍ର କଳାତ୍ମକ ଚଳଚ୍ଚିତ୍ର ‘ଅଭିଳାଷ’ ଜାତୀୟ ସ୍ତରରେ ଫିଲ୍ମ ଫେଷ୍ଟିଭାଲକୁ ମନୋନୀତ ହୋଇଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଯେ, ସମ୍ପୁର୍ଣ୍ଣ ଚଳଚ୍ଚିତ୍ରଟି ହିଞ୍ଜିଳିକାଟୁ ଅଂଚଳ ପରିସରରେ ନିର୍ମାଣ କରାଯାଇଛି । ହିଞ୍ଜିଳିକାଟୁ ଅଂଚଳର କଳା ଓ ନୃତ୍ୟ ଗବେଷଣା କେନ୍ଦ୍ରର ନୃତ୍ୟମ ଅନୁଷ୍ଠାନର ମୁଖ୍ୟ କୃଷ୍ଣଚନ୍ଦ୍ର ସାହୁ ସଂପୃକ୍ତ କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ସଂପୃକ୍ତ ଚଳଚ୍ଚିତ୍ରରେ ସ୍ଥାନୀୟ ଅଂଚଳର ବହୁ ଉତ୍ସାହୀ ଯୁବ କଳାପ୍ରେମୀ ଚଳଚ୍ଚିତ୍ର ନିର୍ମାଣରେ ଜଡ଼ିତ ରହିଛନ୍ତି । ସଂପୃକ୍ତ ଚଳଚ୍ଚିତ୍ରଟି ବେଙ୍ଗଲ ଲକଡ଼ାଉନ ଅନଲାଇନ ହୋଇଛି । ଏଥି ସକାଶେ ଫେଷ୍ଟିଭାଲ କମିଟିର ଚୟନ କମିଟି ସଦସ୍ୟ ବୃନ୍ଦ ଅଭିଳାଷ ଚଳଚ୍ଚିତ୍ରର ଅନଲାଇନ ସ୍କ୍ରିନିଂ ବେଳେ ଚଳଚ୍ଚିତ୍ରର ପ୍ରସ୍ତୁତି ଓ ପରିବେଷଣ ଆଦି ଉଚ୍ଚକୋଟିର ବୋଲି ବର୍ଣ୍ଣନା କରିଛନ୍ତି । ସଂପୃକ୍ତ ଚଳଚ୍ଚିତ୍ରରେ ନୃତ୍ୟମ ଅନୁଷ୍ଠାନର ଛାତ୍ର ଶିବାଜୀ ଦାସ ମୁଖ୍ୟ ଭୁମିକାରେ ଚମତ୍କାର ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର ସହକାରୀ ନିର୍ଦ୍ଦେଶକ ରଞ୍ଜନ କୁମାର ସାହୁ , କ୍ୟାମେରାମ୍ୟାନ ଟି. ଶ୍ରୀନିବାସ, ସହଯୋଗୀ ରବି ସାହୁ, ଗୋପାଳ ମହାନ୍ତି, ସୋମନାଥ ବେହେରା, କେଶବ ମହାରଣା, ପ୍ରଭାତ କୁମାର ମହାରଣା, ଚିମନ ସାହୁ ପ୍ରମୁଖ ଚଳଚ୍ଚିତ୍ରର ବିଭିନ୍ନ ବିଭାଗ ଦାୟିତ୍ୱରେ ରହିଛନ୍ତି । ସଂପୃକ୍ତ ଚଳଚ୍ଚିତ୍ରଟି ଜାତୀୟ ସ୍ତରରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ହାସଲ କରିବ ।ବୋଲି ଯୁବ ନିର୍ଦ୍ଦେଶକ କୃଷ୍ଣ ସାହୁ ଆଶା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ସଂପୃକ୍ତ ଚଳଚ୍ଚିତ୍ରଟି ସ୍ଥାନୀୟ ଅଂଚଳ ପାଇଁ ସୁନାମ ଅର୍ଜନ କରିଥିବାରୁ ବିଭିନ୍ନ ସ୍ତରରୁ ଶୁଭେଛାର ସୁଅ ଛୁଟିଛି ।