ହିଞ୍ଜିଳିକାଟୁରେ ପୁଣି ଦାଦାବଟି ଆତଙ୍କ, ଥାନାରେ ଅଭିଯୋଗ
ହିଞ୍ଜିଳିକାଟୁ (ଶେଷଦେବ ସାହୁ): କିଛି ଦିନ ପରେ ଗଂଜାମ ଜିଲ୍ଲା ହିଂଜିଳିକାଟୁ ଅଂଚଳରେ ଦାଦାବଟି ମାଗିବା ଘଟଣା ନେଇ ଥାନାରେ ଅଭିଯୋଗ ହୋଇଛି । ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟାରେ ବିଜୁ ପଟ୍ଟନାୟକ ଛକ ସ୍ଥିତ ଏକ ଡ଼୍ରେସ ଦୋକାନରେ ଜାହାଡ଼ା ଗ୍ରାମର ଜଣେ ଯୁବକ ରାଜେଶ କୁମାର ବେବର୍ତା ପଂହଚି ଦୋକାନି କମର୍କଚାରୀଙ୍କୁ ଡ଼୍ରେସ ମାଗିଥିଲେ । ଦୋକାନୀ କର୍ମଚାରୀ ସଂପୃକ୍ତ ଯୁବକଙ୍କୁ ଡ଼୍ରେସ ଦେବା ପରେ ଯୁବକ ଜଣକ ଡ଼୍ରେସ ନେଇ ଘଟଣା ସ୍ଥଳରୁ ଚାଲି ଯିବାକୁ ଊଦ୍ୟମ କରିଥିଲେ । ଦୋକାନ କର୍ମଚାରୀ ଡ଼୍ରେସ୍ର ମୁଲ୍ୟ ମାଗିବାରୁ ଯୁବକ ଜଣକ ଅସଭ୍ୟ ଭାଷାରେ ଗାଳି ଗୁଲୁଜ କରିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ପରେ କର୍ମଚାରୀଙ୍କୁ ଏହା ଦାଦାବଟି ବୋଲି କହିବା ସହ ମାଲିକଙ୍କୁ କହିବୁ ଅଧିକ ଦାଦାବଟି ଦେବ, ନଚେତ ବହୁତ ବଡ଼ ଅସୁବିଧା ହେବ କହି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ସଂପୃକ୍ତ ଦୋକାନୀ କର୍ମଚାରୀ ଘଟଣା ନେଇ ମାଲିକଙ୍କୁ ଫୋନ ଯୋଗେ କହିଥିଲେ । ଖବର ପାଇ ମାଲିକ ଦୋକାନରେ ପଂହଚି ସଂପୃକ୍ତ ଯୁବକଙ୍କୁ ଖୋଜିଥିଲେ । ଯୁବକ ଜଣକ ନିକଟସ୍ଥ ଠିପିବନ୍ଦ ବିଦେଶୀ ମଦ ଦୋକାନରେ ଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପଂହଚି ସଂପୃକ୍ତ ଯୁବକଙ୍କୁ କାବୁ କରି ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡ଼ିଛି ।