ହିଞ୍ଜିଳିକାଟୁରେ ଫିଲ୍ମ ଫେଷ୍ଟିଭାଲ କାର୍ଯ୍ୟକ୍ରମ ଓଡ଼ିଶା ସ୍କ୍ରିନ୍ ଆୱାଡ଼ ୨୦୨୧

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଲକଡ଼ାଉନ ସମୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରରେ ନିର୍ମିତ ହୋଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ ଆନ୍ତର୍ଜତାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । ଏଥି ସକାଶେ ସ୍ଥାନୀୟ ସହର ସମେତ ରାଜ୍ୟର ବିଭିନ୍ନ ଅଂଚଳରୁ ସଂପୃକ୍ତ ଅନୁଷ୍ଠାନକୁ ଏବଂ ଅନୁଷ୍ଠାନର କୁନି କୁନି କଳାକାର ଓ କାର୍ଯ୍ୟକର୍ତାଙ୍କୁ ଶୁଭେଚ୍ଛାର ସୂଅ ଛୁଟିଥିଲା । ଏହି ଅବସରରେ ରବିବାର ସନ୍ଧ୍ୟାରେ ସୃଷ୍ଟି ଓଡ଼ିଶା ଓ ନୃତ୍ୟମ ଅନୁଷ୍ଠାନର ମିଳିତ ସହଯୋଗରେ ସ୍ଥାନୀୟ ପୌରାଂଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ନିକଟରେ ଏକ ଫିଲ୍ମ ଫେଷ୍ଟିଭାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ନିଳମଣି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସଂସଦ ପ୍ରମିଳା ବିଷୋୟୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଆର୍ଟ ମହାବିଦ୍ୟାଳୟର ଅଧ୍ୟକ୍ଷ ଉଜ୍ଜଳ କୁମାର ସାହୁ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ବରିଷ୍ଠ ବ୍ୟଙ୍ଗ ଚିତ୍ରକାର ଉମା ଶଙ୍କର ଆଚାର୍ଯ୍ୟ ପ୍ରମୁଖ ମଂଚାସିନ ଥିଲେ । ଅଙ୍ଗହାର ନୃତୟନା ଓ ନୃତ୍ୟମ ନୃତ୍ୟ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମଂଚାସିନ ଅତିଥି ମାନଙ୍କ ଦ୍ୱାରା ଆଶୁତୋଷ ପଟ୍ଟନାୟକ, ନିଳମଣି ପଟ୍ଟନାୟକ, ମାନସ ରଂଜନ ରଥ, ବିବେକ କୁମାର ଡ଼ାକୁଆଙ୍କୁ ଓଡ଼ିଶା ସ୍କ୍ରିନ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ଡ଼ିକେ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ଚଳଚ୍ଚିତ୍ରରେ ଶ୍ରେଷ୍ଠ ଅଭିନେତା ଭାବେ ଟି. ଏ୍ରୀନୁ ଦାସ, ପ୍ରିତି ରଂଜନ ପ୍ରଧାନ, ମଧୁସୁଦନ ମିଶ୍ର, କାଜଲ ବେହେରା, ସୋନମ ସାହୁ, ଟି. ଶିବାଜି ଦାସ, ଇ. ସଂଚିତା ପାତ୍ର, ଅଜିତ ସାହୁ, ଗୋପାଳ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଠ ଫିଲ୍ମ ମେକର ଭାବେ ସନ୍ୟାସି ମହାରଣା, ହରି ଚୱନ ଓ ଅରୁଣ ମହାରଣାଙ୍କୁ ପୁରସ୍କୃତ କରାଯାଇଥିଲା । ସହକାରୀ ନିର୍ଦ୍ଦେଶକ ଭାବେ ରଂଜନ କୁମାର ସାହୁ, ଶ୍ରେଷ୍ଟ ସିନେ ରାଇଟର ଭାବେ ପ୍ରିୟମ୍ବଦ ପଟ୍ଟନାୟକ, ଅଭିଳାଷ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କୁ ଶ୍ରେଷ୍ଟ ନିର୍ଦ୍ଦେଶକ, ଚିତ୍ର କଳା ପଦର୍ଶନରେ ରାଜାରାମ ସ୍ୱାଇଁ, ଶଙ୍କର ସାର, ମନୋଜ ସାହୁଙ୍କୁ ଅତିଥି ମାନଙ୍‌କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ଯୋଗିନ୍ଦ୍ର ସ୍ୱାଇଁ, ସମ୍ପାଦକ ମାନସ ରଂଜନ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷାର୍ଥୀ ସଂଘର ସଭାପତି ଇ. ସଂଚିତା ପାତ୍ର, ଅରୁଣ ନାହାକ, ସୁଜତା ପାଠି, ପ୍ରଭାତ କୁମାର ମହାରଣା, ଚିନ୍ମୟ କୁମାର ସାହୁଙ୍କ ସମେତ ଅନୁଷ୍ଠାନର କର୍ମକର୍ତା ବୃନ୍ଦ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ