ହିଞ୍ଜିଳିକାଟୁରେ ବିଜେଡ଼ିର ହକ୍ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକ ବିଜେଡ଼ି ପକ୍ଷରୁ ହିଞ୍ଜିଳିକାଟୁ ପୌରାଂଚଳ ଆରଏମସି ପରିସରରେ କେନ୍ଦ୍ର ନେତୃତାଧିନ ବିଜେପି ଓଡ଼ିଶା ପ୍ରତି ଥିବା ହୀନ ମାନସିକତା ଲାଗି ହକ୍ ମାଗୁଛି ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ ପୌରାଂଚଳ ଯୁବ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୨୦୧୪ ସାଧାରଣ ନିର୍ବାଚନ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପ୍ରସ୍ତାବ ଥିଲେ ମଧ୍ୟ ବିଜେପି ତା ପ୍ରତିଶୃତି ଭୁଲିଯାଇଛି । ଦେଶର ବାର୍ଷିକ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବା କଥା ଭୁଲିଯାଇଛି ।ଛତିଶିଗଡ଼ରେ ବିଜେପି ସରକାର ଥିବା ବେଳେ ରାଜନୈତିକ ଉଦ୍ଦ୍ୟେଶ ରଖି ଓଡ଼ିଶାକୁ ପାଣି ବନ୍ଦ କରି ଓଡ଼ିଶାରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି । କେନ୍ଦ୍ର ସରକାର ସମ୍ବଲପୁର – କଟକ, ବାରିପଦା- ଦେବଗଡ଼ ଜାତୀୟ ରାଜପଥ ପ୍ରକଳ୍ପକୁ ଦୀର୍ଘଦିନରୁ ଅନୁମୋଦନ କରିଥିଲେ ମଧ୍ୟ ପ୍ରକଳ୍ପ ଆରମ୍ବ ହୋଇପାରିନାହିଁ । ପୂର୍ବତଟ ରେଳପଥରୁ କେନ୍ଦ୍ର ବାର୍ଷିକ ୨୦ ହଜାର କୋଟି ରାଜସ୍ୱ ପାଉଥିବା ବେଳେ ଓଡ଼ିଶାକୁ ଅଣଦେଖା କରାଯାଉଛି ଏବଂ ଦୀର୍ଘ ଦିନରୁ ଦକ୍ଷିଣବାଇ ରେଳପଥ ସୃଷ୍ଟି ନହେବା ସହ ଖୋର୍ଦ୍ଦା- ବଲାଙ୍ଗିର େ;ରଳପଥ ନିର୍ମାଣରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଓଡ଼ିଶାର ବହୁ ପଂଚାୟତରେ ବ୍ୟାଙ୍କସେବା ଅପହଂଚ ରହିଛି । ବିଦେଶରୁ ଗଛିତ କଳାଟଙ୍କା ଅଣାଯାଇ ଗରିବଙ୍କୁ ୧୫ ଲକ୍ଷ ଟଙ୍କା ଦେବାକୁ କହି ଠକିଛନ୍ତି । ଧାନ ଓ ଅନ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ରାଜ୍ୟ ସରକାର ବାରମ୍ବାର ବିକ୍ଷୋଭ କରିଥିଲେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ । ଗରିବ ଅନୁସୂଚିତ ଜାତି/ ଜନଜାତି ପିଲାଙ୍କ ଛାତ୍ରବୃତି ପାଇବାକୁ ବକେୟା ଥିବା ୮୫ କୋଟି ଟଙ୍କା କେବେ ମକ୍ଟମକ୍ଟବ ତାର ଉତର ନାହିଁ । ଉଜ୍ଜଳା ଯୋଜନାରେ ପ୍ରଥମ ଥର ପାଇଁ ମହିଳାଙ୍କଲାଗି ଗ୍ୟାସ ସଂଯୋଗ ଦିଆଯାଇଥିଲେ ମଧ୍ୟ ସୁଲଭ ଦରରେ ଗ୍ୟାସ ଯୋଗାଇ ନପାରିବା ଦୁର୍ଭାଗ୍ୟର ବିଷୟ ବୋଲି ଏହି ହକ୍ ମାଗୁଛି ଓଡ଼ିଶା ଅଭିଯାନରେ ଆଯୋଜିତ ସଭାରେ ଉପସ୍ଥିତ ବିଜେଡ଼ି ନେତା ଓ କର୍ମୀ ମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷେଦଗାର କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଏନ. ଧନଂଜୟ ରାଓ, ରାଜ୍ୟ ଉପସଭାପତି , ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଛାତ୍ର ବିଜେଡ଼ି ସଭାପତି ରିଙ୍କୁ ପଣ୍ଡା, ସରୋଜ କୁମାର ପଣ୍ଡା, ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ସାବତଙ୍କ ସମେତ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳର ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ