ହିଞ୍ଜିଳିକାଟୁରେ ସର୍ବଶିକ୍ଷା ଅଭିଯାନ ଦିଗହରା

ଭିକ୍ଷାବୃତି କରି ଚଳୁଛନ୍ତି କୋମଳମତି ଶିଶୁ: ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚାର ଓ ପ୍ରସାର ମାଧ୍ୟମରେ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହା କେବଳ କାଗଜ କଲମରେ ସୀମିତ ରହିଯାଉଥିବା ଦେଖିବାକୁ ମିଳିଛି ।ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ସଭିଏଁ ପଢନ୍ତୁ- ସଭିଏଁ ବଢନ୍ତୁ ନାରା ଦେଇ ବିଭିନ୍ନ ଉପାୟରେ ଶିକ୍ଷାରୁ କେହି ବି ଯେମିତି ବଂଚିତ ନହେବେ, ସେଥିଲାଗି ସରକାରଙ୍କ ପକ୍ଷରୁ ବହୁ ଆଇନ ପ୍ରଣୟନ କରାଯିବା ସହ ବହୁ ଯୋଜନା ମାନ ସରକାର ପ୍ରସ୍ତୃତ କରୁଛନ୍ତି । ବାସ୍ତବ କ୍ଷେତ୍ରରେ ଏହାର ରୂପରେଖ ରାଜ୍ୟ ମୁଖିଆଙ୍କ ଗଡ଼ ହିଞ୍ଜିଳିକାଟୁ ଅଂଚଳରେ ଓଲଟା ଦେଖିବାକୁ ମିଳୁଛି । ବିଶେଷ କରି ଗ୍ରାମାଂଚଳରେ ବସବାସ କରୁଥିବା ହରିଜନ, ଆଦିବାସୀ ଏବଂ ସବର୍ଣ୍ଣ ଜାତିର ପିଲା ମାନେ ଆଜି ମଧ୍ୟ ଶିକ୍ଷାଦାନରୁ ବଂଚିତ ରହିଥିବାର ଦେଖିବାକୁ ମିଳିଛି । ଏଭଳି ଶ୍ରେଣଶୀର ଶିଶୁ ମାନେ ବିଦ୍ୟାଳୟ ତ ଦୂରର କଥା ଅଙ୍ଗନୱାଡ଼ି ଦ୍ୱାର ମଧ୍ୟ ମାଡ଼ିନଥିବାର ଦେଖିବାକୁ ମିଳୁଛି । ନିଜର ପେଟ ପାଟଣା ପାଇଁ ବାପା ମା ଏବଂ ପରିବାର ସଦସ୍ୟଙ୍କ ସହ ଭିକ୍ଷା ଥାଳି ଧରି ଭିକ୍ଷାବୃତି କରୁଥିବାର ଦେଖିବାକୁ ମିଳୁଛି । ଏଭଳି ଚିତ୍ର ଗତକିଛି ଦିନ ଧରି ହିଞ୍ଜିଳିକାଟୁ ପୌରାଂଚଳ ଓ ଗ୍ରାମାଂଚଳରେ ଦେଖିବାକୁ ମିଳିଛି ।୬ ରୁ ୧୪ ବର୍ଷ ବୟସର ଶିଶୁ ମାନଙ୍କୁ ବାଧ୍ୟତା ମୂଳକ ଶିକ୍ଷା ପ୍ରଦାନ ପାଇଁ ନିୟମ କାର‌୍ୟ୍ୟକାରୀ କରାଯାଇଥିଲେ ମଧ୍ୟ ଏହା କେବଳ କାଗଜ କଲମରେ ସୀମିତ ରହିଯାଉଥିବା ଦେଖିବାକୁ ମିଳୁଛି । କୋମଳମତି ଶିଶୁ ମାନଙ୍କୁ ସ୍କୁଲ ମୁହାଁ କରିବା ପାଇଁ ସରକାର ବିଦ୍ୟାଳୟରେ ଶିକ୍ଷାଦାନ ସହ ମଧ୍ୟାନ୍ନ ଭୋଜନ ପାଠ୍ୟପୁସ୍ତକ, ଛାତ୍ରବୃତି, ପୋଷାକ ବିତରଣ, ସାଇକେଲ ପ୍ରଦାନ, ଲାପଟପ ପ୍ରଦାନ କରୁଛନ୍ତି । ଏପରିକି ଅଧାରୁ ପାଠ ଛାଡ଼ୁଥିବା ଶିକ୍ଷାର୍ଥୀ ମାନଙ୍କୁ ପୁଣିଥରେ ବିଦ୍ୟାଳୟ ମୁହାଁ କରିବା ପାଇଁ ଉତ୍ଥାନ, ଉଜ୍ଜଳା କାର‌୍ୟ୍ୟକ୍ରମ ମାଧ୍ୟମରେ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ହେଲେ ଏସବୁ ପରିଶେେରେ ଫସର ଫାଟୁଛି । ପିଲା ମାନେ ପାଠ ପଢିବା ପାଇଁ ଇଛା ପ୍ରକାଶ କରୁନାହାନ୍ତି । ଶିକ୍ଷକ ମାନଙ୍କୁ କେବଳ ଶିକ୍ଷା ପ୍ରଦାନ କରିବା ପାଇଁ ନିଯୁକ୍ତ ପ୍ରଦାନ କରାଯାଇଥିବା ବେଳେ ବାସ୍ତବ କ୍ଷେତ୍ରରେ ସରକାରଙ୍କ ବହୁ ଯୋଜନାରେ ନିୟୋଜିତ କରାଯାଉଛି । ତତ୍ସହିତ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ସାଙ୍ଗକୁ ମଧ୍ୟାନ୍ନ ଭୋଜନରେ ବୋଝ ଭଳି କାର‌୍ୟ୍ୟରେ ଲିପ୍ତ ଶିକ୍ଷାଦାନରୁ ବଂଚିତ ହେଉଥିବା ଶୁଣିବାକୁ ମିଳୁଛି । ସରକାରଙ୍କ ନିଷ୍ପତି ପ୍ରକାରେ ପ୍ରାଥମିକ ଓ ଉଚ୍ଚ ତାହାସାଙ୍ଗକୁ ବିଦ୍ୟାଳୟ ଗୁଡ଼ିକରେ ଆବଶ୍ୟକୀୟ ଭିତିଭୂମି ନାହିଁ । ହିଞ୍ଜିଳିକାଟୁ ସମନ୍ନିତ ଶିଶୁ ବିକାଶ କେନ୍ଦ୍ର ଅଧିନରେ ବହୁ ଅଙ୍ଗନୱାଡ଼ି କେନ୍ଦ୍ର ରହିଥିଲେ ମଧ୍ୟ କେନ୍ଦ୍ର ପରିଚାଳନାରେ ତୃଟି ପରିଲିକ୍ଷିତ ଥିବାର ଦେଖିବାକୁ ମିଳୁଛି । ସଂପୃକ୍ତ ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ଗର୍ଭବତି ମହିଳା ଠାରୁ ଆରମ୍ଭ କରି ୫ ବର୍ଷ ପର‌୍ୟ୍ୟନ୍ତ ଶିଶୁ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଥିବା ବେଳେ ଅଙ୍ଗନୱାର୍ଡ଼ି କର୍ମୀମାନେ ଅନ୍ୟାନ କାର‌୍ୟ୍ୟରେ ବ୍ୟସ୍ତ ରହୁଥିବା ବେଳେ କେନ୍ଦ୍ରର ଦାୟିତ୍ୱ ହେଲପର ହାତରେ ନ୍ୟସ୍ତ ରହୁଥିବାର ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ପ୍ରାଥମିକ ସ୍ତରରୁ ଶିକ୍ଷାର ବିକାଶ କିଭଳି ହେବ, ତାହା ସହଜେ ଅନୁମେୟ । ବହି ବସ୍ତାନି ଧରିବା ବୟସରେ କୋମଳମତି ଶିଶୁ ମାନେ ଭିକ୍ଷା ବୃତି କରି ପେଟ ପୋଷିବା ଘଟଣା ଆଜି କାଲିର ନୁହେଁ ଏଭଳି ଘଟଣା ଦୀର୍ଘ ଦିନ ଧରି ହିଞ୍ଜିଳିକାଟୁ ପୌରାଂଚଳରେ ଦେଖିବାକୁ ମିଳୁଥିଲେ ମଧ୍ୟ ପ୍ରଶାସନର କିଭଳି ଦୃଷ୍ଟି ଗୋଚର ହୋଇ ପାରୁନାହିଁ, ଏ ନେଇ
ବୁଦ୍ଧିଜୀବି ମହଲରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର ଶିକ୍ଷା ପ୍ରତି ଦୃଷ୍ଟି ପ୍ରଦାନ କରି ଶିକ୍ଷାର ଉନ୍ନତି, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଦୃଷ୍ଟି ପ୍ରଦାନ କଲେ ଗ୍ରାମାଂଚଳ ଗୁଡ଼ିକରେ ଶିକ୍ଷାର ଉନ୍ନ୍ତି ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ