ହିଞ୍ଜିଳିକାଟୁରେ ସ୍ୱାସ୍ଥ୍ୟ ପରୀକ୍ଷା ଯାଂଚ ୩୬ ଜଣଙ୍କ ସ୍ୱାବ ପରୀକ୍ଷା, ୧୮ ନେଗେଟିଭ

ହିଞ୍ଜିଳିକାଟୁ,(ୱାଇଏନଏସ):ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହାକୁ ରୋକିବା ଲାଗି ସରକାର ଓ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରୀ ରହିଛି । ଗଂଜାମ ଜିଲ୍ଲାରେ କରୋନା ଭୁତାଣୁକୁ ପ୍ରତିହିତ କରିବା ଲାଗି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଂଜାମ ଜିଲ୍ଲାର ସମସ୍ତ ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରିବା ନେଇ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲାପାଳ କୁଲାଙ୍ଗେ ଚଳିତ ମାସ ୯ ତାରିଖରେ ସ୍ଥାନୀୟ ବ୍ଳକ ସାରୁ ଗ୍ରାମରୁ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରତ୍ୟେକ ପରିବାରର ସ୍ୱାସ୍ଥ୍ୟ ସମନ୍ଧୀୟ ସୂଚନା ଲିପିବଦ୍ଧ କରିବା ସକାଶେ ଏକ ୫ ଜଣିଆ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମ୍‌ରେ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ, ଏଏନଏମ, ଶିକ୍ଷକ ଓ ଆଶା କର୍ମୀ ଅଂଶ ଗ୍ରହଣ କରିଥିଲେ । ଘରକୁ ଘର ବୁଲି ପ୍ରତ୍ୟେକ ପରିବାରର ସ୍ୱାସ୍ଥ୍ୟ ସମନ୍ଧୀୟ ସୂଚନା ଓ ବାହାର ରାଜ୍ୟ କିମ୍ବା ଜିଲ୍ଲାରୁ ଗତ କିଛି ଦିନ ମଧ୍ୟରେ କେହି ପରିବାର ସଦସ୍ୟ ଗାଁ କୁ ଆସିଛି କି ନାହିଁ ଏବଂ ପରିବାରର କେହି ଥଣ୍ଡା, ଜ୍ଜର, କାଶରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଏକ ନିର୍ଦ୍ଧିଷ୍ଟ ପର୍ମରେ ପୂରଣ କରି ରିପୋର୍ଟ ପ୍ରଦାନ କରିଥିଲେ । ହିଞ୍ଜିଳିକାଟୁ ବ୍ଳକର ମୋଟ ୨୬ ହଜାର ୬୨୭ ପରିବାରର ୧ଲକ୍ଷ ୧୫ ହଜାର ୭୬୮ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇଛି । ସେଥିମଧ୍ୟରୁ ୮୫ ହଜାର ୮୬୨ ପ୍ରାପ୍ତ ବୟସ୍କ ହୋଇଥିବା ବେଳେ ୨୬ ହଜାର ୯୦୬ ନାବାଳକଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇଛି । ସେଥି ମଧ୍ୟରୁ ୫୫ ଜଣଙ୍କୁ ଜ୍ଜର, ୧୦୬ ଜଣଙ୍କୁ ଶୁଖିଲା କାଶ ହୋଇଥିବା ବେଳେ ୮୧ ଜଣ ଥଣ୍ଡାରେ ଆକ୍ରାନ୍ତ ଏବଂ ୭ ଜଣ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ନେଇ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ସେହିପରି ପୌରାଂଚଳର ମୋଟ ୬ ହଜାର ୩୫୩ ପରିବାରର ୨୬ହଜାର ୧୧୭ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇଛି । ସେଥିମଧ୍ୟରୁ ୨୦ ହଜାର ୮୨୩ ପ୍ରାପ୍ତ ବୟସ୍କ ହୋଇଥିବା ବେଳେ ୫ ହଜାର ୨୯୪ ନାବାଳକଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇଛି । ସେଥି ମଧ୍ୟରୁ ୫ ଜଣଙ୍କୁ ଜ୍ଜର , ୧୦ଜଣ ଥଣ୍ଡାରେ ଆକ୍ରାନ୍ତ ହୋଇଥିବା ବେଳେ ଏବଂ ୪ ଜଣ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ନେଇ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ମୁଖ୍ୟତଃ ରିପୋର୍ଟ ଲେଖା ହେବା ସୁଦ୍ଧା ସ୍ଥାନୀୟ ବ୍ଳକ ଓ ପୌରାଂଚଳ ସମ୍ପୁଣ୍ଣ କରୋନା ମୁକ୍ତ ରହିଥିବା ଜଣାପଡ଼ିଛି । ସ୍ଥାନୀୟ ବ୍ଳକର ୨୮ ଓ ପୌରାଂଚଳର ୮ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି । ସେଥିମଧ୍ୟରୁ ବ୍ଳକର ୨୮ ମଧ୍ୟରୁ ୧୫ ଜଣଙ୍କ ରିପୋର୍ଟ ନେଗେଟିଭ ରହିଥିବା ବେଳେ ଏଯାବତ୍ ୧୩ ଜଣଙ୍କ ରିପୋର୍ଟ ଆସିପାରି ନାହିଁ । ପୌରାଂଚଳର ୮ ଜଣଙ୍କ ସ୍ୱାବ ରିପୋର୍ଟ ମଧ୍ୟରୁ ୩ ଜଣଙ୍କ ରିପୋର୍ଟ ନେଗେଟିଭ ରହିଥିବା ବେଳେ ଏଯାବତ୍ ୫ ଜଣଙ୍କ ରିପୋର୍ଟ ଆସିପାରି ନାହିଁ । କରୋନା ମୁକାବିଲା ସକାଶେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ର, ସମ୍ମନିତ ଶିଶୁ ବିକାଶ ଅଧିକାରୀ ଶୁଭଶ୍ରୀ ପାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ