ହିଞ୍ଜିଳିକାଟୁରେ ୭୧ ତମ ଜନରାଜ୍ୟ ଦିବସ ପାଳିତ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକର ବିଭିନ୍ନ ସରକାରୀ ଓ ସେରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନ, ସ୍ୱେଛାସେବୀ ଅନୁଷ୍ଠାନ ଗୁଡ଼ିକରେ ମହା ଆଡ଼ମ୍ବର ସହକାରେ ୭୧ ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି । ପ୍ରେସକ୍ଳବ ଓ ଗାୟତ୍ରୀ ପରିବାରର ମିଳିତ ସହଯୋଗରେ ପ୍ରେସକ୍ଳବ ଭବନ ଠାରେ ପ୍ରେସକ୍ଳବ ସମ୍ପାଦକ ଦ୍ୱିତୀକୃଷ୍ଣ ପଣ୍ଡା ପତକା ଉତୋଳନ କରିଥିଲେ । ପ୍ରେସକ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକ, ସାମ୍ବାଦିକ ଶେଷଦେବ ସାହୁ, ବିଶ୍ୱମ୍ବର ସାହୁ, ବିଭୂପ୍ରସାଦ ପଣ୍ଡା, ଗାୟତ୍ରୀ ପରିବାରର ଜିଲ୍ଲା ସଂଯୋଜକ ଡ଼ଃ. ବୃନ୍ଦାବନ ମିଶ୍ର, ଟି ଏକ୍ଷ୍ମୀ ନାରାୟଣ ପାତ୍ରଙ୍କ ସମେତ ବହୁ ସାମ୍ବାଦିକ ଓ ସ୍ଥାନୀୟ ଗାୟତ୍ରୀ ପରିବାରର ସଦସ୍ୟ ମାନେ ଅଂଶ ଗହଣ କରିଥିଲେ । ହିଞ୍ଜିଳି ଥାନାରେ ଥାନା ଅଧିକାରୀ ଅଭିମନ୍ୟୁ ଦାସ, ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନୀ, ଏନଏସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭଗବାନ ମହାନ୍ତି, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ ବସନ୍ତ କୁମାର ପଣ୍ଡା, ପୌରପରିଷଦ କାର୍ଯ୍ୟାଳୟରେ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଉପଶଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ର, ପଂଚାୟତ ସମିତି କାର୍ଯ୍ୟାଳୟରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ତହସିଲ କାର୍ଯର୍୍ୟାଳୟ ଓ ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ତହସିଲଦାର ଗୋପିନାଥ କୁଅଁର, ଜେଏମଏଫସି ନ୍ୟାୟଳୟରେ ମାଜିଷ୍ଟେଟ ରାଜଶ୍ରୀ ପଟ୍ଟନାୟକ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଅଧ୍ୟକ୍ଷ ଅମୂଲ୍ୟ କୁମାର ପଣ୍ଡା, ସମନ୍ନୟ ଶିଶୁ ବିକାଶ ପକ୍ଳ୍ କାର୍ଯ୍ୟାଳୟରେ ସିଡ଼ିପିଓ ଶୁଭଶ୍ରୀ ପାତ୍ର, ପୋଚିଲିମା ଉଚ୍ଚ ବିଦ୍ୟାଳୟ ଓ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆରଏସଏସର ଗଂଜାମ ଜିଲ୍ଲା ସଂଘ ଚାଳକ ଡ଼ାକ୍ତର ପ୍ରଭାକର ସାହୁ, ପୋଡ଼ିଙ୍ଗି ପଲ୍ଲୀ ବିକାଶ କେନ୍ଦ୍ରରେ ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନିଳମଣି ପଟ୍ଟନାୟକ, ପୋଚିଲିମା ପଂଚାୟତ କାର୍ଯ୍ୟାଳୟରେ ସଂରପଚ ଭାଣ୍ଡି ରବିନ୍ଦ୍ର, ଗଣ୍ଡଳା ପଂଚାୟତ କାର୍ଯ୍ୟାଳୟରେ ସରଂପଚ ଗୌରୀ ସାହୁ ପତକା ଉତୋଳନ କରିଥିଲେ । ଏତଦ୍ ବ୍ୟତିତ ବୁରୁପଡ଼ା ଭଗବତି ବିଦ୍ୟାପିଠ, ପୋଡ଼ିଙ୍ଗି ଶ୍ୟାମଳାଇ ବିଦ୍ୟାପିଠ, ବଡ଼ଖଣ୍ଡି ସତ୍ୟଭାମା ବିଦ୍ୟାପିଠ, ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଓଁ ଶ୍ରୀ ଇଂଟର ନ୍ୟାସନାଲ ସ୍କୁଲ, ଧରିତ୍ର ପବ୍ଳିକ ସ୍କୁଲ, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର, ଦୁର୍ବନ୍ଧ ପଂଚାୟତ ଉଚ୍ଚ ବିଦ୍ୟାଳୟ, ସିକିରି ବିନାୟକ ପାଠାଗାର, ପୋଡ଼ିଙ୍ଗି ପଲ୍ଳୀ ବିକାଶ କେନ୍ଦ୍ର, ଶ୍ୟାମଳାଇ ଅଟୋ ଏସୋସିଏସନ, ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମରେ ତ୍ରିରଙ୍ଗା ସେବା ସଙ୍ଘ ପକ୍ଷରୁ ମହା ଆଡ଼ମ୍ବର ସହକାରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ସହ ପୌର ପରିଷଦର ନିର୍ବାହୀ ଅଧିକାରୀ ଡଃ. ମନୋରଂଜନ ସାହୁ ପତକା ଉତୋଳନ କରିବା ପରେ ସେବା ସଂଘର ସଦସ୍ୟ ଓ ଅଂଚଳର ବହୁ ବୁଦ୍ଧିଜୀବି ୧୫୦ ମିଟର ବିଶିଷ୍ଟ ତ୍ରିରଙ୍ଗା ପତକା ଧରି ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ । ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।



