ହିଞ୍ଜିଳିକାଟୁ ଓ ବେଲଗାଁରେ ୨୧ ଦିନିଆ ଦଣ୍ଡଯାତ୍ରାର ଶୁଭାରମ୍ଭ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗଂଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଚେିତ୍ରମାସରେ ଆରମ୍ଭ ହୋଇଥାଏ । ମାନସିକଧାରୀ ଦଣ୍ଡୁଆମାନେ ନିଜ ନିଜର ମାନସିକ ପୁରଣ ସକାଶେ ବହୁ କଷ୍ଟ ସହ୍ୟକରି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି । ଏହି ଅବସରରେ ଚେିତ୍ରମାସ ନବମୀ ତିଥି ସୋମବାର ଦିନ ହିଂଜିଳିକାଟୁ ଓ ସ୍ଥାନୀୟ ବ୍ଳକ ବେଲଗାଁରେ ୨୧ ଦିନିଆ ଦଣ୍ଡଯାତ୍ରାର ଶୁଭାରମ୍ଭ ହୋଇଛି । ସୋମବାର ପ୍ରାତଃହରୁ ମାନସିକଧାରୀ ଦଣ୍ଡୁଆମାନେ ହାତରେ ପିଂଛମୂଠା ,ବାନା ଧରି ଢୋଲ, ମହୁରି ବଜାଇ ଗ୍ରାମ ପରିକ୍ରମା କରିଥାନ୍ତି । ସହରର ଜନସାଧାରଣ ଘର ସମ୍ମୁଖରେ ଧୂପ, ଦୀପ, ନେିବେଦ୍ୟ ଓ ପୁର୍ଣକୁମ୍ଭ ସ୍ଥାପନ କରି ମାଁ ଦଣ୍ଡକାଳୀ ଓ ସପ୍ନେଶ୍ୱର ମହାଦେବଙ୍କୁ ଭୋଗ ସର୍ମପଣ କରିଥାନ୍ତି । ଗ୍ରାମ ପରିକ୍ରମା କରିବା ପରେ ମାନସିକଧାରୀ ଦଣ୍ଡୁଆମାନେ ପ୍ରଚଣ୍ଡ ରୌଦ୍ରତାପରେ ଧୂଳିଦଣ୍ଡ ଓ ପରେ ପୋଖରୀ ମଧ୍ୟରେ ଜଳଦଣ୍ଡରେ ସାମିଲ ହୋଇଥିଲେ । ସନ୍ଧ୍ୟା ସମୟରେ ମାଁ ଦଣ୍ଡକାଳୀ ଓ ହରଗୌରୀଙ୍କୁ ଆଳତି ସର୍ମପଣ କରାଯାଇଥିଲା । ଆଳତି ସମୟରେ ହିଂଜିଳିକାଟୁ ସହର ସମେତ ନିକଟବର୍ତି ଗ୍ରାମର ବହୁ ମହିଳା ଓ ପୁରୁଷ ଭକ୍ତଙ୍କ ସମାଗମ ହୋଇଥିଲା । ରୁଦ୍ରକାଳୀଙ୍କୁ ଭଜହେ ଓ ସପ୍ନେଶ୍ୱରଙ୍କୁ ଭଜହେ ଧ୍ୱନିରେ ସ୍ଥାନୀୟ ଅଂଚଳ ପ୍ରକମ୍ପିତ ହୋଇଊଠିଥିଲା । ମଧ୍ୟ ରାତ୍ରରେ କାଳୀ ପ୍ରସନ୍ନ ଓ କାଳିକା ନାଚ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହିଞ୍ଜିଳିକାଟୁ ବଡ଼ ଦଳ ପକ୍ଷରୁ ‘ କିଣି ନେଲା ମନ କଳା ନାଗର’ ଓ ସାନ ଦଳ ପକ୍ଷରୁ ‘ ଅଧେ ତୋର ଅଧେ ମୋର’ ଏବଂ ବେଲଗାଁ ଦଳ ପକ୍ଷରୁ ‘ଅଲକ୍ଷଣୀ’ ସାମାଜିକ ନାଟକ ପରିବେଷଣ କରାଯାଇଥିଲା । ଅନୁରୂପ ଭାବେ ହିଂଜିଳିକାଟୁ ବ୍ଳକ ଅନ୍ତର୍ଗତ ବୁରୁପଡ଼ା. ମକରଝୋଳ, ସମରଝୋଳ,ଖଣ୍ଡରା, ଚାନ୍ଦୁଲି, ସାରୁ, ଆଲପୁର, ପୋଚିଲିମା ପ୍ରମୁଖ ଗ୍ରାମ ଗୁଡ଼ିକରେ ପର୍ଯ୍ୟାୟ କ୍ରମେ ୧୮ ଓ୧୩ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇ ମହାବିଷୃବ ସଂକ୍ରାନ୍ତିରେ ଦଣ୍ଡଯାତ୍ରା ସମାପ୍ତ ହେବ ।
ଫଟୋ-

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ