ହିଞ୍ଜିଳିକାଟୁ ତହସିଲ ଅଧିନସ୍ଥ ଅଂଚଳରେ ଚାଲିଛି ବିନା ଅନୁମତିରେ ପ୍ଳଟ ବ୍ୟବସାୟ!
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ତହସିଲ ଅଧିନସ୍ଥ କେତକ ଅଂଚଳରେ ଏକର ଏକର ଚାଷ ଜମି କିଣି ତାକୁ ସମତୁଲ କରି ବିନା ଅନମତିରେ କିସମ ନ ବଦଳାଇ ପ୍ଳଟିଂ ବ୍ୟବସାୟ ଚଳାଇଛନ୍ତି ଯାଇ ବେପାରୀ ମାନେ । ଫଳରେ ଲୋକେ ସେମାନଙ୍କ ନିର୍ଦ୍ଦାରିତ ମୁଲ୍ୟ ଠାରୁ ଅଧିକ ଟଙ୍କା ଦେଇ କିଣୁଛନ୍ତି ଉକ୍ତ ଜମି । ବ୍ୟବସାୟୀ ମାନେ ପ୍ଳଟ ତିଆରି କରୀବାବେଳେ କିଣିଥିବା ଠାରୁ ଅଧିକ ଜମି ମନଇଛା ଜେସିବି ଲଗାଇ ସମତୁଲ କରିବା ସହ ସରକାରୀ, ଗୋଚର ଜମି ସହ ପାହାଡ଼ ଭାଙ୍ଗି ପ୍ଳଟ କରି ରାସ୍ତା ଓ ବିଦ୍ୟୁତ୍ ଖୁଂଟ ପକାଇ ଲୋକଙ୍କୁ ପ୍ରଲୋଭିତ କରି ବିକ୍ରି କରୁଛନ୍ତି । ଅନ୍ୟ ପକ୍ଷରେ କେତକ ସ୍ଥଳରେ ବେପାରୀଙ୍କୁ ଜମି ନବିକିଲେ ଜୋର ଜବରଦସ୍ତ ସମତୁଲ କରି କିଣୁଥିବା ମଧ୍ୟ ଅଭିଯୋଗ ହୋଇଛି । ଜମି କିଣାବିକା ନେଇ ପଚାଂୟତ କିମ୍ବା ମୁନିସୀପାଲଟିରେ ଜମି କିଣାବିକା ନେଇ ତଥ୍ୟ ନଥାଏ ।ସରକାରୀ ନିୟମ ଅନୁଯାଇ ଯଦି କେହି ଜମି କିଣି ପ୍ଳଟ ବ୍ୟବସାୟ କରେ କ୍ରୟର ୧୦% ପ୍ରତିଶତ ଅର୍ଥ ସ୍ଥାନୀୟ ପଚାଂୟତ ହେଉ କିମ୍ବା ମୁନିସୀପାଲଟିରେ ପୈଠ କରିବା ସହ ଅନୁମତି ନେବା କଥା ଯାହା ଏଠିକାର ବ୍ୟବସାୟୀ ମାନେ ସେଠି ପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି । ତହସିଲ ଓ ଉପନିବନ୍ଧକଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ୍ୁ ଭିତିରୀ ଦିଆନିଆ କରି ବ୍ୟବସାୟ ଚଳାଇଥିବା ଅଭିଯୋଗ ହୋଇ ଆସୁଛି । ବହୁ ସ୍ଥାନରେ ଚାଷ ଜମିର କିସମ ମଧ୍ୟ ନ ବଦଳାଇ ଜମି ହିସାବରେ କ୍ରୟ ବିକ୍ରୟ ଚାଲିଛି ବେଧଡକ । ଫଳରେ ସାଧାରଣ ଲେେକେ ଜମି କିଣି ଘର କରିବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ହିଞ୍ଜିଳି ତହସିଲ ଅନ୍ତର୍ଗତ ନୁଆଗଡ଼ ମୈାଜା ଅନ୍ତର୍ଗତ କୋର୍ଟ ନିକଟର ପାହାଡ଼ ସମତୁଲ କରିବା ସହ ସରକାରୀ ଜମିକୁ ଅକ୍ତିଆର କରି କ୍ରୟ କରିଥିବା ଜମିରେ ମିଶାଇ ପ୍ଳଟ କାଟୁଥିବା ଅଭିଯୋଗ କରିଛନ୍ତି ଅଂଚଳ ବାସି । ଯଦି କୋର୍ଟ ନିକଟରେ ଆଇନକୁ ଦଳି ଚକଟି ପ୍ଳଟ ବିନା ଅନୁମତିରେ କରାଯାଉଛି, ତାହା ହେଲେ ମୁନିସୀପାଲଟି ଅନ୍ତର୍ଗତ ସହ ହିଞ୍ଜିଳି ବ୍ଳକର ବିଭିନ୍ନ ସ୍ଥାନରେ ପ୍ଳଟ କାଟି ଭିତିରି ଦିଆନିଆରେ ବ୍ୟବସାୟୀ ମାନେ ପ୍ଳଟ ବେପାର କରୁଥିବା ଆଲୋଚନା ଚାଲିଛି । ଫଳରେ ସରକାରୀ ତହବିଲରକୁ କୋଟି କୋଟି ଟଙ୍କାର ରାଜସ୍ବ ନ ଆସି ସିଧା ସଳଖ ପ୍ଳଟ ବେପାରୀ ମାନେ ସରକାରୀ କର୍ମଚାରୀଙ୍କୁ ହାତ ବାରିସୀ କରି ସିଧା ଲୁଟ୍ କରି ବେପାର ଚଳାଉଛନ୍ତି । ଏଥିପାଇଁ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଏପରି ବେଆଇନ ବେପାରୀଙ୍କୁ ଅଙ୍କୁଶ ଲଗାଇବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।


