ହିଞ୍ଜିଳିକାଟୁ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ଉନଡ଼ୋର ଷ୍ଟାଡ଼ିୟମ ପରିସରରେ ହିଞ୍ଜିଳିକାଟୁ ଇଗଲ କ୍ରିକେଟ କ୍ଳବ ପକ୍ଷରୁ ଆୟୋଜିତ ହିଞ୍ଜିଳିକାଟୁ ପ୍ରିମିୟମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପୌରାଞ୍ଚଳ ପ୍ରତିନିଧି ତଥା ଇଗଲ କ୍ରିକେଟ କ୍ଳବ ସଭାପତି ସଞ୍ଜୟ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ, ବିଡ଼ିଓ ସୁବ୍ରତ କୁମାର ଜେନା, ଜିଲ୍ଲା ବିଜେଡ଼ି ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନିଳମଣି ପଟ୍ଟନାୟକ, ପୂର୍ବତନ ନଗରପାଳ ଶିବରାମ ଗଉଡ଼, ଯୁବ ବିଜେଡ଼ି ସମ୍ପାଦକ ପ୍ୟାରୀମୋହନ ପାଢି ପ୍ରମୁଖ ଯୋଗ ଦେଇଥିଲେ । ଉଦଘାଟନି ଉତ୍ସବରେ ଡ଼େଲିସିଅସ କ୍ରିକେଟ କ୍ଳବ, ଚେରମାରିଅ ଓ ପ୍ରିନ୍ସ କ୍ରିକେଟ କ୍ଳବ, ବଡ଼ଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଚେରମାରିଆ ଦଳ ବୋଲିଂ ନିଷ୍ପତ୍ତି ନେଇଥିଲେ । ବଡ଼ଗଡ଼ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୭ ରନ୍ ସଂଗ୍ରହ କରିଥିଲେ । ଜବାବରେ ଚେରମାରିଆ ଦଳ ୮ୱିକେଟ ବିନିମୟରେ ୧୫୮ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ବଡ଼ଗଡ଼ ଦଳ ୨୯ ରନରେ ବିଜୟ ଲାଭ କରିଥିଲେ । ଅତିଥି ଭାବେ ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ କୁମାର ସାହୁ ଯୋଗଦେଇ ବଡ଼ଗଡ଼ ଦଳର ଦିବାକରଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ । ପ୍ରଶାନ୍ତ କୁମାର ପାଢି ଓ ବିଷ୍ଣୁ ପଣ୍ଡା ଅମ୍ପ୍ୟାୟର ଦାୟିତ୍ୱରେ ଥିବା ବେଳେ ଅମୁଲ୍ୟ ପଣ୍ଡା ସ୍କୋରର ଓ ପ୍ରଶାନ୍ତ ପ୍ରଧାନ ଧାରା ବିବରଣୀ ପ୍ରଦାନ କରିଥିଲେ । ସଚିନ ସେଠି, ନିଳାମ୍ବର ପାତ୍ର, ପ୍ରଭାତ, ତପନ, ଅମୁଲ୍ୟ, ଜଗନଙ୍କ ସମେି ଆୟୋଜକ ଇଗଲ କ୍ରିକେଟ କ୍ଳବର ସଦସ୍ୟ ମାନେ ସହଯୋଗ କରିଥିଲେ ।