ହିଞ୍ଜିଳିକାଟୁ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ ଦିବସ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଞ୍ଚଳ ଉନଡ଼ୋର ଷ୍ଟାଡ଼ିୟମ ପରିସରରେ ହିଞ୍ଜିଳିକାଟୁ ଇଗଲ କ୍ରିକେଟ କ୍ଳବ ପକ୍ଷରୁ ଆୟୋଜିତ ହିଞ୍ଜିଳିକାଟୁ ପ୍ରିମିୟମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ୨ୟ ଦିବସରେ ରାଜବଂଶ କ୍ରିକେଟ କ୍ଳବ, ଶେରଗଡ଼ ଓ ଅମରନାଥ କ୍ରିକେଟ କ୍ଳବ, ଆସିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଶେରଗଡ଼ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୪୪ ରନ୍ ସଂଗ୍ରହ କରିଥିଲେ । ଜବାବରେ ଆସିକା ଦଳ ସମସ୍ତ ୱିକେଟ ହରାଇ ୧୭୩ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଶେରଗଡ଼ ଦଳ ୭୧ ରନରେ ବିଜୟ ଲାଭ କରିଥିଲେ । ଅତିଥି ଭାବେ ପୈାରାଞ୍ଚଳ ନଗର ବିଜେଡ଼ି ସଭାପତି ଭିମସେନ ବେହେରା ଯୋଗଦେଇ ଶେରଗଡ଼ ଦଳର ଅନିଲ( ୧୯ ବଲରେ ୫୦ ରନ୍ ସଂଗ୍ରହ ସହ ଗୋଟିଏ ଓ୍ବିକେଟ ଅକ୍ତିଆର)ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ । ପ୍ରଶାନ୍ତ କୁମାର ପ୍ରଧାନ ଓ ମନ୍ମଥ ସାମନ୍ତରା ଅମ୍ପ୍ୟାୟର ଦାୟିତ୍ୱରେ ଥିବା ବେଳେ ରାକେଶ ପୃଷ୍ଟି ସ୍କୋରର ଓ ଅମୁଲ୍ୟ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ । ସଚିନ ସେଠି,ବାବୁଲି, ଜିତୁ, ଓମକାର, ସୁନିଲ, କାଳିଆ, ଲୁଲୁ, ଅଶୋକ, ଜଗନଙ୍କ ସମେତ ଆୟୋଜକ ଇଗଲ କ୍ରିକେଟ କ୍ଳବର ସଦସ୍ୟ ମାନେ ସହଯୋଗ କରିଥିଲେ । ଟୁର୍ଣ୍ଣାମେଣ୍ଟର ୩ୟ ଦିବସ ବୁଧବାର ବ୍ୟାଘ୍ର ଦେବୀ କ୍ରିକେଟ କ୍ଳବ୍, ଭଞ୍ଜନଗର ଓ ରୟାଲ କ୍ରିକେଟ କ୍ଳବ୍, ହିଞ୍ଜିଳିକାଟୁ ମଧ୍ୟରେ ଅନୁଷ୍ଠିତ ହେବ ।
ଫଟୋ-