ହିଞ୍ଜିଳିକାଟୁ ବରିଷ୍ଟ ନାଗରିକ ମଂଚର ବାର୍ଷିକ ସାଧାରଣ ବୈଠକ

ହିଞ୍ଜିିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ):ହିଞ୍ଜିଳିକାଟୁ ବରିଷ୍ଟ ନାଗରିକ ମଂଚର ବାର୍ଷିକ ସାଧାରଣ ବୈଠକ ରବିବାର ହିଂଜିଳିକାଟୁ ପୌରାଂଚଳ ବାରାହୀ ପାହାଡ଼ ପାଦଦେଣ ସ୍ଥିତ ବିଶ୍ୱକର୍ମା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମଂଚର ସଭାପତି ସୁବାଷ ଚନ୍ଦ୍ର ପୋଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଭାପତି ବୈଠକର ଉଦ୍ଦ୍ୟେଶ ଜ୍ଞାପନ କରିଥିଲେ । ସଂଘର ସମ୍ପାଦକ ଚିତ ରଂଜନ ମହାରଣା ମଂଚର ପ୍ରତିଷ୍ଠା ଦିବସ ଠାରୁ ଏଯାବତ୍ ବରିଷ୍ଟ ନାଗରିକ ମାନଙ୍କ କଲ୍ୟାଣ ପାଇଁ ଉଦ୍ଧିଷ୍ଟ କାର୍ଯ୍ୟାବଳି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ବରିଷ୍ଟ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅଗାମୀ ଦିନରେ ବରିଷ୍ଟ ନାଗରିକ ମାନଙ୍କ ବିଭିନ୍ନ ଦାବି ସରକାରଙ୍କନିକଟରେ ଉପସ୍ଥାପନ କରିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ସ୍ଥାନୀୟ ଅଂଚଳର ବରିଷ୍ଟ ନାଗରିକ ମାନଙ୍କୁ ଚିହ୍ନଟ କରାଯାଇ ପରିଚୟ ପତ୍ର ପ୍ରଦାନ, ବ୍ୟାଙ୍କ ଗୁଡ଼ିକରେ ବରିଷ୍ଟ ନାଗରିକ ମାନଙ୍କ ସକାଶେ ସ୍ୱତନ୍ତ୍ର ସୁବିଧା ସୁଯୋଗ ପ୍ରଦାନ ସକାଶେ ନିୟମ ରହିଥିଲେ ମଧ୍ୟ ବ୍ୟାଙ୍କ କର୍ତୁପକ୍ଷଙ୍କ ପକ୍ଷରୁ ଉକ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉନାହିଁ, ଏଥି ସକାଶେ ଆଗାମୀ ଦିନରେ ସଂଘ ପକ୍ଷରୁ ବ୍ୟାଙ୍କ କର୍ତୁପକ୍ଷଙ୍କୁ ଦାବୀ ଉପସ୍ଥାପନା କରିବା ପାଇଁ ନିଷ୍ପତି ଗ୍ରହଣ, ହିଂଜିଳିକାଟୁ ପୌର ପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ବରିଷ୍ଟ ନାଗରିକ ମଂଚର ଭବନ କାର୍ଯ୍ୟକୁ ତ୍ୱରାନିତ କରିବାକୁ ଦାବୀ ଏବଂ ବରିଷ୍ଟ ନାଗରିକ ମଂଚର ସ୍ୱୀକୃତିପ୍ରାପ୍ତ ସଦସ୍ୟ ମାନଙ୍କ ସକାଶେ ସରକାରୀ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା, ବ୍ୟବସ୍ଥାପତ୍ର ସହ ମାଗଣାରେ ଔଷଧ ପ୍ରଦାନ କରିବା ସକାଶେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ ବୈଠକରେ ନିଷ୍ପିତି ଗ୍ରହଣ କରାଯାଇଥିଲା । ଉକ୍ତ ବୈଠକରେ ପୂର୍ବତନ ବିଧାୟକ ହରିହର ସାହୁ, ନିର୍ମଳ ମିଶ୍ର, ଭାଲଚନ୍ଦ୍ର ଷଡ଼ଙ୍ଗୀ, ଭୀମସେନ ବେହେରା, ଶୁକଦେବ ପାଣିଗ୍ରାହୀ,କେଦାରନାଥ ପରିଡ଼ା, ପଦ୍ମନାଭ ତ୍ରିପାଠି, ହରିହର ଚୌଧୁରୀଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ବରିଷ୍ଟ ନାଗରିକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ