ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ପଂଚାୟତର ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଉପଜିଲ୍ଲାପାଳ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କରୋନା ଭୁତାଣୁ ସଂକ୍ରମଣ ନିୟନ୍ତ୍ରଣ ସକାଶେ ରାଜ୍ୟ ସରକାର ନୂତନ ରଣକୌଶଳ ଅବଲମ୍ବନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିୀଓ ବାର୍ତାରେ ୨ଟି ବଡ଼ ଘୋଷଣା କରିଛନ୍ତି । ପରିଚାଳନାରେ ବିକେନ୍ଦ୍ରୀକରଣ ଓ ପ୍ରତି ପଂଚାୟତରେ କୋଭିଡ଼୍ କେୟାର ହୋମ ଓ ୱାର୍ଡ଼ସ୍ତରୀୟ କମିଟି ଗଠନ କରିବା ସକାଶେ ଗୁରୁତ୍ୱାରୋପ କରିଥିଲେ । ଶୁକ୍ରବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ହିଞ୍ଜିଳି ବ୍ଳକ ଗ୍ରସ୍ତ କରିଛନ୍ତି । ପ୍ରଥମେ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟରେ ପଂହଚି ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ସହ କରୋନା ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ପରବର୍ତି ସମୟରେ ସ୍ଥାନୀୟ ବ୍ଳକର ବଡ଼ଖଣ୍ଡି, ବୁରୁପୋଡ଼ା, ସାରୁ, ଚାନ୍ଦୁଲି, ପୋଚିଲିମା, ମକରଝୋଳ, କଂଚୁରୁ ପଂଚାୟତ ଗ୍ରସ୍ତ କରି ସଂପୃକ୍ତ ଗ୍ରାମ ପଂଚାୟତର ବହୁ ଜନ ପ୍ରତିନିଧି ମାନଙ୍କ ସହ କୋଭିଡ଼ କେୟାର ହୋମ ବିଷଞୟରେ ଆଲୋଚନା କରିଥିଲେ । ସେଠାରୁ ହିଞ୍ଜିଳିକାଟୁ ପୌରାଂଚଳକୁ ଆସି ସ୍ଥାନୀୟ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ବୁଲି ଦେଖିଥିଲେ । ବିଭିନ୍ନ ଗ୍ରାମାଂଚଳର ଜନ ସାଧାରଣ ଥଣ୍ଡା, କାଶ, ଜ୍ୱର ଲକ୍ଷଣ ଥିବା ବ୍ୟକ୍ତି ବିଶେଷଙ୍କୁ ସିଧାସଳଖ କୋଭିଡ଼-୧୯ ହସପିଟାଲକୁ ନ’ନେଇ ପ୍ରଥମେ ସଂପୃକ୍ତ ଗ୍ରାମ ପଂଚାୟତରେ ହୋଇଥିବା ୧୦/୨୦ ଶର୍ଯ୍ୟା ବିଶିଷ୍ଟ କୋଭିଡ଼ କେୟାର ହୋମରେ ଚିକିତ୍ସା ସକାଶେ ଭର୍ତି କରାଯିବାର ବ୍ୟବସ୍ଥା କରିବାକୁ ଉପ ଜିଲ୍ଲାପାଳ ପୃଷ୍ଟି ପରାମର୍ଶ ଦେଇଥିଲେ । ଯଦି କୌଣସି ବ୍ୟକ୍ତିର କରୋନା ସଂକ୍ରମଣ ଲକ୍ଷଣ ଦେଖାଦିଏ ତାହା ହେଲେ ସଂପୃକ୍ତ କୋଭିଡ଼ କେୟାର ହୋମରେ ପ୍ରାଥମିକ ଚିକିତ୍ସା କରାଯିବ । ନମୁନା ପୋଜିଟିଭ ଜଣାପଡ଼ିଲେ ଅଧିକ ଚିକିତ୍ସା ସକାଶେ କୋଭିଡ଼-୧୯ ଡ଼ାକ୍ତରଖାନାରେ ଭର୍ତି କରାଇବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ପଂଚାୟତାର କଣ କଣ ଉନ୍ନତି ମୂଳକ କାର୍ଯ୍ୟ କରାଯିବ ସେ ନେଇ ପଂଚାୟତର ଜନ ପ୍ରତିନିଧି ମାନଙ୍କ ସହ ଆଲୋଚନରା କରିଥିଲେ । ପୋଚିଲିମା ଗ୍ରାମ ପଂଚାୟତର ୩ଜଣ ଗରୀବ ଶ୍ରେଣୀର ମହିଳାଙ୍କୁ ମାଗଣା ରାସନ ସାମଗ୍ରୀ କିଟ୍ ପ୍ରଦାନ କରିଥିଲେ । ଉପ ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ବ୍ଳକ ଅଧ୍ୟକ୍ଷ ଏନ.ରଘୁନାଥ, ଉପାଧ୍ୟକ୍ଷା ଗିତାଞ୍ଜଳି ପଣ୍ଡା, ସରଂପଚ ଭାଣ୍ଡି ରବିନ୍ଦ୍ର, କେ. ଦୁର୍ଗା ପ୍ରସାଦ ରାଓ, ଜି.ଏରାମା, ଜି. ମୋହନ, ଉମାଶଙ୍କର ସାବତ, ପୂର୍ଣ୍ଣଚନ୍ଦ୍ର ସାହୁ, କେ.ଶଙ୍କର ରାଓ, ବେଷ୍ଣବ ମଣ୍ଡଳ, ରାଜେନ୍ଦ୍ର ପଟ୍ଟନାୟକ, କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ