ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳରେ ସାର୍ବଜନୀନ ହେଉନି ସଂକ୍ରମିତଙ୍କ ସଂଖ୍ୟା ସାଧାରଣରେ ଅସନ୍ତୋଷ

ହିଞ୍ଜିଳିକାଟୁ , (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସୁଦ୍ଧା ଜିଲ୍ଲାରେ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସ୍ଥାନୀୟ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଉଭୟ ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣଙ୍କ ପ୍ରତି ଚିନ୍ତା ସୃଷ୍ଟି କରୁଛି । ବିଶେଷକରି ଅଂଚଳର ବୁଦ୍ଧିଜୀବି ମହଲ;ା କରୋନକୁ ନେଇ ଏକ ପ୍ରକାର ଅଜଣା ଭୟ ସୃଷ୍ଟି ହୋଇଛି । ପୂର୍ବରୁ ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ପଂଚାୟତସ୍ତରୀୟ ଆକ୍ରାନ୍ତଙ୍କ ସଂଖ୍ୟା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଉଥିବା ବେଳେ ବର୍ତମାନ କିଛି ଦିନ ହେଲା ସ୍ଥାନୀୟ ପୌରାଂଚଳ କିମ୍ବା ବ୍ଳକର ସଂକ୍ରମିତଙ୍କ ସଂଖ୍ୟା ବିଷୟରେ ସୂଚନା ପ୍ରଦାନ କରାଯାଉନାହିଁ । ଏହାକୁ ନେଇ ଲୋକେ ଦ୍ୱନ୍ଦରେ ରହୁଛନ୍ତି । ପ୍ରଥମେ ସଙ୍ଗରୋଧ କେନ୍ଦ୍ରରୁ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ବର୍ତମାନ ସ୍ଥାନୀୟ ବାସିନ୍ଦା ଏବଂ କରୋନା ଯୋଦ୍ଧା ମାନେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ପୌରାଂଚଳ ଓ ବ୍ଳକରେ ସ୍ଥିତି ବିଗିଡ଼ିବାରେ ଲାଗିଛି । କିଛି ବ୍ୟକ୍ତି କରୋନାରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ସରକାରେୀ ସ୍ତରରେ କେହି ମୃତ୍ୟୁବରଣ କରିନଥିବା ଦର୍ଶାଯାଇଛି । ପ୍ରତିଦିନ ସକାଳ ୧୦ଟାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲୃାଣ ବିଭାଗ ପକ୍ଷରୁ ରାଜ୍ୟର ଓ କେଉଁ ଜିଲ୍ଲାର କେତେ ଆକ୍ରାନ୍ତ ଓ ମୃତକଙ୍କ ସଂକ୍ୟା ଟ୍ୱିଟ୍ କରି ସୂଚନା ପ୍ରଦାନ କରୁଥିବା ବେଳେ ସ୍ଥାନୀୟ ଅଂଚଳର ଆକ୍ରାନ୍ତଙ୍କ ସଂଖ୍ୟା ବିଷୟରେ ଜାଣିବା ସକାଶେ ବୁଦ୍ଧିଜୀବି ମାନେ ଚାତକ ଭଳି ଚାହିଁ ରହିଥିବା ବେଳେ ସ୍ଥାନୀୟ ବ୍ଳକ କିମ୍ବା ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଂଚଳର ସଂକ୍ରମିତଙ୍କ ସଂଖ୍ୟା ସମ୍ପର୍କରେ ସୂଚନା ପ୍ରଦାନ କରାଯାଉନାହିଁ କିମ୍ବା ସାର୍ବଜନୀନ କରାଯାଉନାହିଁ । ଯଦ୍ୱାରା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ପ୍ରଦାନ କରି ସ୍ଥାନୀୟ ଅଂଚଳର ଆକ୍ରାନ୍ତଙ୍କ ସଂଖ୍ୟା ସାର୍ବଜନୀନ କରିବାକୁ ସାଧାରଣରେ ଦାବି ହେଉଛି । ଏ ନେଇ ବିଡ଼ିଓ ପ୍ରସନ କୁମାର ପାତ୍ର ଓ ପୌର ନିର୍ବାହୀ ଅଧିକାରୀ ଜଗଦିଶ ଷଡ଼ଙ୍ଗୀଙ୍କୁ ପଚାରିବାରୁ ସେ କହିଛନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ସମ୍ପର୍କରେ ସୂଚନା ପ୍ରଦାନ ନକରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି, ପୌରାଂଚଳ ଓ ବ୍ଳକର ବିଭିନ୍ନ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଆଶତୀତ ଭାବେ ବୃଦ୍ଧି ପାଇବାରୁ ଜୁନ ୨୮ ତାରିଖ ଠାରୁ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ପୌରାଂଚଳର ୪ଟି ୱାର୍ଡ଼ ସମେତ ୫୯ ନଂ ଜାତୀୟ ରାଜପଥ ତଥା ପୌରାେଂଚଳର ମୁଖ୍ୟ ରାସ୍ତା ବଇଁଚବଣିଆ ଛକ ଠାରୁ ବ୍ଳକ ଛକ ଏବଂ ୩୬ ନଂ ରାଜ୍ୟ ରାଜପଥର ପରିବା ବଜାର ଠାରୁ ହିଞ୍ଜିଳି ମୁଖ୍ୟ ରାସ୍ତାକୁ କଂଟେନମେଂଟ ଓ ପୌରାଂଚଳର ୩କିମି ପରିଧି ଭୁକ୍ତ ଅଂଚଳକୁ ବଫରଜୋନ ଭାବେ ଘୋଷଣା କରାଯାଇଥିଲା । ସେହିପରି ବ୍ଳକ ପ୍ରଶାସନ ପକ୍ଷରୁ ୧୦ଟି ପଂଚାୟତକୁ କଂଟେନମେଂଟ ଜୋନ ଓ ୫ଟି ପଂଚାୟତକୁ ବଫରଜୋନ ଭାବେ ଘୋଷଣା କରାଯାଇଥିଲା । ଚଳିତ ମାସ ୨୨ ତାରିଖ ଠାରୁ ପୌରାଂଚଳ ତଥା ୫୯ ନଂ ଜାତୀୟ ରାଜପଥର ମୁଖ୍ୟ ରାସ୍ତାରୁ କଂଟେନେଂମଟ କଟକଣାକୁ ପ୍ରତ୍ୟାହାର କରାଯାଇଥିଲା ଏବଂ ୧୫ଟି ୱାର୍ଡ଼କୁ ରେଡ଼୍ ଜୋନ ଭାବେ ଘୋଷଣା କରାଯିବା ସହ ସଂପୃକ୍ତ ସାହିର ପ୍ରାବେଶପଥ ଗୁଡ଼ିକୁ ବାଉଁଶବାଡ଼ ସହାୟତାରେ ଅବରୋଧ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ