ହିଞ୍ଜିଳିକାଟୁ ବ୍ଳକ ଓ ପୌରାଞ୍ଚଳ ବିଜେଡ଼ି ସଭାପତି ଘୋଷଣା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଦ୍ବାରା ହିଞ୍ଜିଳିକାଟୁ ବ୍ଲକ୍ ଓ ପୈାରାଞ୍ଚଳ ବିଜେଡି ସଭାପତି ଘୋଷଣା ହୋଇଯାଇଛି । ପୁଣିଥରେ ପୂର୍ବତନ ପ୍ରଧାନଶିକ୍ଷକ ତଥା ବରିଷ୍ଠ ନେତା ଭିମସେନ ବେହେରା କ୍ରମାଗତ ୩ଥର ପାଇଁ ପୈାରଞ୍ଚଳ ସଭାପତି ଭାବେ ମନୋନୀତ ହୋଇଛନ୍ତି । ସେହିପରି ବରିଷ୍ଠ ବିଜେଡି ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନଙ୍କୁ ବ୍ଳକ ସଭାପତି ଭାବେ ମନୋନୀତ କରାଯାଇଛି । ଆସନ୍ତା ବର୍ଷ ଉଭୟ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୈାର ନିର୍ବାଚନ ଥିବାରୁ ସଙ୍ଗଠନ ଦୃଷ୍ଟିରୁ ଉଭୟ ପଦବୀ ଅତ୍ୟନ୍ତ ଗୁରୁତ୍ବ ମନେ କରାଯାଉଛି । ଦଳୀୟ ସଂଗଠନ ବୃଦ୍ଧି ଓ ମୁଖ୍ୟମନ୍ତ୍ରୀଙ୍କ ଗଡରେ ବିଜେଡ଼ିର ଦବଦବା ଜାହିର ପାଇଁ ସମସ୍ତ କର୍ମୀ ଓ ନେତାଙ୍କୁ ସହଯୋଗ କରିବା ପାଇଁ ଉଭୟ ସଭାପତି ନିବେଦନ କରିଛନ୍ତି । ଅନ୍ୟ ପକ୍ଷରେ ମନୋନୀତ ସଭପତି ଦ୍ବୟଙ୍କୁ ଅଞ୍ଚଳର ବିଜେଡ଼ି ନେତା ଓ କର୍ମୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।


