ହିଞ୍ଜିଳିକାଟୁ ବ୍ଳକ ଓ ପୌର କର୍ମଚାରୀ ଦିନକର ଦରମା ଦାନ କଲେ
ହିଞ୍ଜିଳିକାଟୁ (ଶେଷଦେବ ସାହୁ): କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଥିବା ବେଳେ ସାମାଜିକ ସ୍ତରରେ ସଂକ୍ରମଣଙ୍କ ସଂଖା ଯେପରି ବୃଦ୍ଧି ନପାଏ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରିବା ସହ ସଚେତନତା ଜାରି ରଖିଛନ୍ତି । ଲହି ପରିପ୍ରେକ୍ଷୀରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ଅନୁରୋଧ କ୍ରମେ ପୌର ପରିଷଦର କାର୍ଯ୍ୟରତ ସମସ୍ତ କର୍ମଚାରୀ ସେମାନଙ୍କ ଗୋଟିଏ ଦିନର ଦରମା ବାବଦରେ ୪୦ ହଜାର ୬୫୭ ଟଙ୍କାକୁ ଚେକ୍ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍କୁ ପ୍ରଦାନ କରିଛନ୍ତି । ସେହିପରି ହିଂଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାର ପ୍ରସନ କୁମାର ପାତ୍ରଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ପଂଚାୟତ ସମିତିର କାର୍ଯ୍ୟରତ ସମସ୍ତ କର୍ମଚାରୀ ସେମାନଙ୍କ ଗୋଟିଏ ଦିନର ଦରମା ବାବଦରେ ୪୮ ହଜାର ୮ଶହ ଟଙ୍କାକୁ ଚେକ୍ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍କୁ ପ୍ରଦାନ କରିଛନ୍ତି ।