ହିଞ୍ଜିଳିକାଟୁ ସହରରେ ବଢୁଛି ରାଜନୈତିକ ଉଷ୍ମତା

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ) : ଚଳିତ ମାସ ୧୮ ତାରିଖରେ ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ରହିଛି । ପ୍ରାର୍ଥୀଙ୍କ ଭିତରେ ଚାଲିଛି ପ୍ରଚାର ଲଢେଇ । କର୍ମୀଙ୍କୁ ନେଇ ସାହି ସାହି ବୁଲୁଛନ୍ତି ବିଭିନ୍ନ ଦଳ ଓ ସ୍ୱାଧିନ ପ୍ରାର୍ଥୀ । ହିଞ୍ଜିଳିକାଟୁ ଅଂଚଳରେ ଦେଖିବାକୁ ମିଳିଛି ପ୍ରଚାରର ମାହୋଲ୍ । ଏବେ ସମସ୍ତେ ବ୍ୟସ୍ତ ରହିଥିବା ବେଳେକୌଣସି କାର୍ଯ୍ୟ ପାଇଁ ଶ୍ରମିକଙ୍କ ଆବଶ୍ୟକତା ପଡ଼ିଲେ ମିଳୁନାହାନ୍ତି । ନିର୍ବାଚନ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯାଉଛି, ସେମାନେ ସବୁଦିନେ ପାଉଥିବା ପାରିଶ୍ରମିକ ଠାରୁ ଯଥେଷ୍ଟ ଅଧିକ ପାରିଶ୍ରମିକ ପାଉଛନ୍ତି । ରାଜନୈତିକ ଦଳର ବ୍ୟାନର, ପୋଷ୍ଟର, ପତକା ଲଗାଇବା ଓ ବାହାର କରିବା କାର୍ଯ୍ୟରେ ମଧ୍ୟ ଶ୍ରମିକ ମାନେ ନିୟୋଜିତ ହେଉଛନ୍ତି । ସାଧାରଣ ମୂଲ ଡାରୁ ରାଜନୈତିକ ଦଳର ପ୍ରଚାର ଏବଂ ବ୍ୟାନର ପୋଷ୍ଟର ଲଗାଇବା କାମରେ ଅଧିକ ପାରିଶ୍ରମିକ ମିଳିବା ସହ ତୃପ୍ତି ଭୋଜନର ବ୍ୟବସ୍ଥା ରହୁଥିବାରୁ ଶ୍ରିମିକ ମାନେ ମଧ୍ୟ ନିର୍ବାଚନ କାର୍ଯ୍ୟରେ କାମ କରିବାକୁ ପସନ୍ଦ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ