ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଞାନ ମହାବିଦ୍ୟାଳୟ : ଓଡ଼ିଆ ବିଭାଗ ପକ୍ଷରୁ ପାଠଚକ୍ର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଞାନ ମହାବିଦ୍ୟାଳୟରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଅନୁଦାନ ସଂସ୍ଥା ଅନୁକୂଲ୍ୟରେ ଓଡ଼ିଆ ବିଭାଗ ପକ୍ଷରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସି. ଏଚ. ଚନ୍ଦ୍ରଶେଖର ପୃଷ୍ଟି ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼ଃ. ଭାସ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପାଠଚକ୍ରରେ ମୁଖ୍ୟ ଅତିଥି ଭାବେ ଗଂଜାମକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. ହରିହର ମିଶ୍ର ଯୋଗଦେଇ କାବ୍ୟ ପୁରୁଷ ପଣ୍ଡିତ ନିଳକଣ୍ଠ ଦାଶଙ୍କ କୃତି ଓ ସଂସ୍କାର ମନୋବୃତି ସମ୍ପର୍କରେ ଉପସ୍ଥିତ ଶିକ୍ଷାର୍ଥୀଙ୍କୁ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଏକ ପ୍ରଶ୍ନୋତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀ ମାନେ ନିଜ ନିଜର ପ୍ରଶ୍ନର ଉତର ସରଳୀକରଣ ମାଧ୍ୟମରେ ପଚାରି ବୁଝିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ଜଗନ୍ନାଥ ମହାପାତ୍ର ପରିଚାଳନା କରିଥିବା ବେଳେ ପବିତ୍ର, ସୁଧିର, ଶ୍ରୀକାନ୍ତ, ରଂଜନ କୁମାର, ସୁଧିରମୁରଲି, ସୁରଜ, ସଂଗ୍ରାମ, ସଂଜୟ, ଶ୍ରୀମନ୍ତ,ବାଦଲ, ପ୍ରକାଶ, ବିକ୍ରମ, ପ୍ରତିମାସାବିତ୍ରୀ, ନନ୍ଦିନି, ପ୍ରିୟା, ସରିତା, ମମତା, କାବେରୀ, ଶିବାନୀ, ରାଜେଶ୍ୱରୀ, ଶୁଭଲକ୍ଷ୍ମୀ ପ୍ରମୂଖକାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟାପିକା ଡ଼ଃ. ବିଷ୍ଣୁପ୍ରିୟା ପଣ୍ଡା ଧନ୍ରବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ