ବିଜ୍ଞାନ ମହାବିଦ୍ୟାଳୟରେ କ୍ରୀଡ଼ା ଓ ନାଟ୍ୟ ସଂସଦର ବାର୍ଷିକତ୍ସୋବ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ କ୍ରୀଡ଼ାସଂସଦ ପକ୍ଷରୁ ୫୫ତମ ବାର୍ଷିକ କ୍ରୀଡ଼ାତ୍ସୋବ ବୁଧବାର ମହାବିଦ୍ୟାଳୟ ପରିସରସ୍ଥ ରାମଚନ୍ଦ୍ର ମର୍ଦ୍ଧରାଜ ଦେଓ ଶତାବ୍ଦୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡ଼ା ସଂସଦ ଉପସଭାପତି ପ୍ରାଧ୍ୟାପକ ଡ଼ଃ. ମାନସ ମୋହନ ବଳିୟାର ସିଂ ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜିତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅର୍ଜୁନ ପୁରସ୍କାର ବିଜେତା କେ. ରବିକୁମାର ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କ ଶାରିରୀକ ସୁସ୍ଥତା ସକାଶେ କ୍ରୀଡ଼ା ଏକାନ୍ତ ଆବଶ୍ୟକ ଏବଂ କ୍ରୀଡ଼ାରେ ପ୍ରତିଯୋଗୀ ମାନେ ମେଡ଼ାଲ ପଛରେ ନଦୌଡ଼ି ଖେଳୁଆଡ଼ ମନୋଭାବ ନେଇ ଖେଳିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ୟଙ୍ଗ କବି ଡ଼ଃ. ରମାକାନ୍ତ ମହାପାତ୍ର ଓ ମଂଚ ଓ ଦୂରଦର୍ଶନ ନିର୍ଦ୍ଦେଶକ ପ୍ରଫେସର ପାର୍ଥସାରଥୀ ସାମନ୍ତରାୟ ଓ ପ୍ରଫେସର ଭାସ୍କର ମିଶ୍ର ମଂଚାସିନ ଥିଲେ । ଏହି ଅବସରରେ ମହାବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୬୨ ଜଣ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବାଳକ ବିଭାଗରେ ରାହୁଲ ଜେନା ଓ ବାଳିକା ବିଭାଗରେ ସାବିତ୍ରୀ ଗୌଡ଼ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ । ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଓ ବହୁ ଶିକ୍ଷାର୍ଥୀ ଉପସ୍ଥିତ ଥିଲେ । ଅନୁରୂପ ଭାବେ ବୁଧବାର ଅପରାହ୍ନରେ ନାଟ୍ୟ ସଂସଦର ଉପସଭାପତି ଡ଼ଃ, ଭାସ୍କର ମିଶ୍ରଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ନାଟ୍ୟ ସଂସଦର ବାର୍ଷିକତ୍ସୋବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ