ହିଞ୍ଜିଳିରେ ଏଂଟିଜେନ ପରୀକ୍ଷା ତ୍ୱରାନିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : କରୋନା ହଟସ୍ପଟ ଭାବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଦୃଢ ମୁକାବିଲା କରିବା ସକାଶେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ୨୮ ତାରିଖରେ ଜିଲ୍ଲାରେ ୨୪୫ ସଂକ୍ରମିତଙ୍କ ମଧ୍ୟରୁ ହିଞ୍ଜିଳିକାଟୁ ଅଂଚଳର ୨ କରୋନା ଯୋଦ୍ଧାଙ୍କ ସମେତ ୨୨ ଜଣ ସଂକ୍ରମିତ ଡ଼ାକ୍ତରଖାନାରେ ହୋଉଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସହରରେ ସ୍ଥିତି ସଙ୍ଗୀନ ହୋଇ ଥିବା ବେଳେ ଗ୍ରାମାଂଚଳରେ ମଧ୍ୟ ଅବସ୍ଥା ସମାନ ରହିଥିବା ଜଣାପଡ଼ିଛି । ବିଶେଷ ଭାବେ ଗ୍ରାମଂଚଳ ଗୁଡ଼ିକରେ କରୋନା ଲକ୍ଷଣ ଚିହ୍ନଟ ସକାଶେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ପ୍ରତି ଲୋକେ କୁଣ୍ଠାବୋଧ କରୁଥିବା ଜଣାପଡ଼ିଛି । ଲୋକଙ୍କ ଜୀବଦନ ସୁରକ୍ଷା ପ୍ରତି ପ୍ରଶଥମିକା ଦେଇ ପ୍ରଶାସନ ବର୍ତମାନ ଏଂଟିଜେନ ପରୀକ୍ଷା କାର୍ଯ୍ୟକ୍ରମକୁ ପ୍ରଧାନ୍ୟ ଦେଇଥିବା ଲକ୍ଷ୍ୟ କରାଯାଇଛି ।ଏହି ପରିପ୍ରେକ୍ଷୀରେ ବୁଧବାର ହିଞ୍ଜିଳିକାଟୁ ବ୍ଳକ ରାଳବ ପଂଚାୟତରେ କୋଭିଡ଼ କେୟାର ହୋମ ପରିସରରେ ୱାର୍ଡ଼ସ୍ତରୀୟ ଏଂଟିଜୋନ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ରାଳବ ପଂଚାୟତରେ ୨୨ ଓ ସିକିରି ଓ ପୁଟିଆପଦର ଗ୍ରାମ ପଂଚାୟତରେ ୨୦ ଜଣଙ୍କ ଏଂଟିଜୋନ ପପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ଓଏସଡ଼ି ଜଗୁ ପୂଜାରୀ, ଜିପିଓ ପ୍ରଶାନ୍ତ କୁମାର ରଥ, ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ହେଲଥ ସୁପରଭାଇଜର ଦିଲେଶ୍ୱର ଚୌଧୁରୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ଉମା ପାଣିଗ୍ରାହୀ, ପିଇଓ ଅଶ୍ୱିନି କୁମାର ସାହୁ, ସରପଂଚ ଜାଗିଲି ଦାସ, ଗନ୍ତାୟତ ଦଳାଇଙ୍କ ସମେତ ଆଶା, ଅଙ୍ଗନୱାଡ଼ି କର୍ମୀ କୋଭିଡ଼ ମନିଟରିଂ କମିଟି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ