ହିଞ୍ଜିଳିରେ କେନ୍ଦ୍ରୀୟ ଦଳର ଉନ୍ନୟନ ପ୍ରକଳ୍ପ ପରିଦର୍ଶନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଞ୍ଚଳରେ କେନ୍ଦ୍ରୀୟ ଯୋଜନାର ଅନୁଦାନ ପାଣ୍ଠି ବିନିଯୋଗରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସମ୍ପାଦିତ ହୋଇଛି । ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନା ସହ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସର୍ମ୍ପକରେ ଅନୁଧ୍ୟାନ କରିବା ପାଇଁ ରବିବାର କେନ୍ଦ୍ରୀୟ ଦଳର ୨ ଜଣିଆ ଟିମ୍ ହିଞ୍ଜିଳିକାଟୁ ଗସ୍ତ କରିଛନ୍ତି । ଭାରତ ସରକାରଙ୍କ ମିଳିତ ବ୍ୟାପାର ମନ୍ତ୍ରାଳୟ, ନିର୍ଦ୍ଦେଶକ ସଞ୍ଜୟ ଜେନ୍ ଓ ଜଳଶକ୍ତି ମନ୍ତ୍ରାଳୟ ବୈଷୟିକ ଅଧିକାରୀ ଅଙ୍କିତ ବିଶ୍ୱକର୍ମା ହିଞ୍ଜିଳିକାଟୁ ବ୍ଳକରେ ପହଞ୍ଚିଥିଲେ । କେନ୍ଦ୍ରୀୟ ପ୍ରତିନିଧି ଦଳ ହିଞ୍ଜିଳିକାଟୁ ବ୍ଳକର ସାହାପୁର, ନନ୍ଦିକ, ରାଳବ, ଶାସନଆମ୍ବଗାଁ, ସାରୁ ପଞ୍ଚାୟତ ସମେତ ଓ ପୌରାଞ୍ଚଳରେ କାର୍ଯ୍ୟକାରୀ କରାଯାଇଥିବା ଉନ୍ନୟନ ପ୍ରକଳ୍ପ ଗୁଡିକର କ୍ଷେତ୍ର ପରିଦର୍ଶନ କରିଥିଲେ । ଗ୍ରାମାଞ୍ଚଳରେ ଜଳଜୀବନ ମିଶନର କାର୍ଯ୍ୟକାରିତା, ଲିଚ୍ ପିଟ୍‌, ସୋ ପିଟ୍ ପାଇପ ଲାଇନ, ଅମୃତ ସରୋବର ଯୋଜନାରେ ପୋଖରୀ ଉନ୍ନତିକରଣ, ଆଦର୍ଶ ପୋଖରୀ, ଗୋଶାଳା କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ । ସେଠାରୁ ହିଞ୍ଜିଳିକାଟୁ ପୌରାଞ୍ଚଳରେ ପହଞ୍ଚି ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମିତ ବର୍ଷାଜଳ ଅମଳ ପ୍ରକଳ୍ପର ସ୍ଥିତି ପରଖିଥିଲେ । ପରେ ଏମସିସି, ଏମଆରଏଫ, ମଳ ଉପଚାର କେନ୍ଦ୍ର ଓ ଅନ୍ୟାନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । କେନ୍ଦ୍ରୀୟ ଦଳଙ୍କ ସହ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା (ବୈଷୟିକ), ସୌମ୍ୟ ରଞ୍ଜନ ହୋତା(ଗ୍ରାମୀଣ ଆବାସ),ବିଡିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ, ଜଳ ଓ ପରିମଳ ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ବେହେରା, ସହକାରୀ ଯନ୍ତ୍ରୀ ରବିନ୍ଦ୍ର ନାୟକ, ସହକାରୀ ଯନ୍ତ୍ରୀ ଆଲୋକ ସେଠି, ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ସରପଞ୍ଚ ନିଳାଞ୍ଚଳ ସାହୁ, ପିଇଓ ସୁଶାନ୍ତ ପାତ୍ର, ବୈଷ୍ଣବ ମଣ୍ଡଳଙ୍କ ସମେତ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ