ହିଞ୍ଜିଳିରେ ଚାଲିଛି ଆଇପିଏଲ ସଟ୍ଟା : ପୋଲିସ ପ୍ରଶାସନ ନିରବ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଆଇପିଏଲ କ୍ରିକେଟ ମ୍ୟାଚ ଗତ ମାସ ୨୩ ତାରିଖ ଠାରୁ ଆରମ୍ଭ ହୋଇଛି । ନିର୍ବାଚନ ଋତୁରେ କ୍ରିକେଟର ଏହି ରୋମାଂଚଭରା କ୍ରିକେଟ ପ୍ରତ୍ୟେକ ବର୍ଗଙ୍କୁ ବେଶ ଆକର୍ଶିତ କରିଛି । ସନ୍ଧ୍ୟା ହୋଇଗଲେ ଟିଭି ସମ୍ମୁଖରେ ୩ ଘଂଟା ବିତାଉଛନ୍ତି ଯୁବପିଢି । ଯାହାର କିଛି ପ୍ରଭାବ ନିର୍ବାଚନ ପ୍ରଚାର ଉପରେ ପଡ଼ୁଥିବା ଦେଖିବାକୁ ମିଳୁଛି । କାରଣ ନିର୍ବାଚନ ପ୍ରଚାର ସହ ନେତାଙ୍କ ଅଧିକାଂଶ ଋଣନୀତିକୁ ତୃଣମୁଳ ସ୍ତରରେ ଏହି ଯୁବପିଢି ହିଁ ପଂହଚାଇଥାନ୍ତି । ଅନ୍ୟପ୍ଣଙ୍କ ଏହି ଖେଳକୁ ନେଇ ପ୍ରତିଦିନ ଲକ୍ଷ ଲକ୍ଷ ଟଭ୍କା ବାଜିରେ ଲାଗୁଥିବା ସହରରେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି । ପ୍ରଥମ ଓଭରର ପ୍ରଥମ ବଲ୍ ଠାରୁ ଆରମ୍ଭ କରି ଶେଷ ଓଭରର ଶେଷ ବଲ୍ ପର୍ଯ୍ୟନ୍ତ ପ୍ରତି ରନ୍ ପିଛା ବାଜି ଲାଗୁଥିବାର ଶୁଣିବାକୁ ମିଳୁଛି । ଆଉ ଏହାର କେନ୍ଦ୍ରସ୍ଥଳି ପାଲଟିଛି ହିଞ୍ଜିଳିକାଟୁ ସହର । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମଂଚଳ ଗୁଡ଼ିକରେ ଅବାଳ ବୃଦ୍ଧ ବନିତା ଆଇପିଏଲ ମାନିଆ ହୋଇପଡ଼ିଥିବା ବେଳେ ଖେଳକୁ ନେଇ ସଟ୍ଟାବାଜି ଜୋର ସୋରରେ ଚାଲିଛି । ଏଥିପାଇଁ କିଛି ନିର୍ଦ୍ଧିଷ୍ଟ ଯୁବକ ବୁକି ସାଜିଥାନ୍ତି ୍ଟଶଥିପାଇଁ ମୁଖ୍ୟ ବୁକ୍ିକୁ କିଛି ନିର୍ଦ୍ଧିଷ୍ଟ ଆକାରରେ ଅର୍ଥ ଦେବାକୁ ପଡ଼ୁଛି । ନଚେତ ଅନ୍ଲାଇନ୍ ଆପ୍ ମାଧ୍ୟମରେ ଟଙ୍କା ଟ୍ରାନସଫର କରିଥାନ୍ତି । ଉକ୍ତ ଆପ୍ ମାଧ୍ୟଢ଼ରେ କେଉର୍ ମ୍ୟାଚ୍ରେ କେଉଁ ଦଳ ବିଜୟୀ ହେବ, କେଉଁ ଓଭରରେ କେତେ ରନ ହେବ ଏବଂ ୱିକେଟ ଯିବ କି ନାହିଁ ସେଥିରେ ବାଜି ଲାଗିଥାଏ । ସେହିଭଳି ପ୍ରତି ଓଭରରେ ଚୌକା ଓ ଛକା ପାଇଁ ଡ଼ବଲ ବାଜି ଲାଗିଥାଏ । ଦୈନିକ ପ୍ରାୟ ହିଞ୍ଜିଳିକାଟୁ ସହର ସମେତ ନଦିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଲକ୍ଷାଧିକ ଟଙ୍କାର ସଟ୍ଟା ବାଜି ଚାଲୁଥିବାର ଜଣାପଡ଼ିଛି । ହିଞ୍ଜିଳିକାଟୁ ସହରରେ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ନିଜସହଯୋଗୀଙ୍କ ଜରିଆରେ ବେଧଡ଼କ ଭାବେ ଆଇପିଏଲ କ୍ରିକେଟ ଜୁଆ ଖେଳ ଚଲାଇଥିବାର ଜଣାପଡ଼ିଛି । କମ୍ ସମୟରେ ଅଧିକ ଟଙ୍କା ରୋଜଗାର ଲୋଭରେ ପଡ଼ି ଯୁବପିଢି ସର୍ବସ୍ୱ ହରାଉଛନ୍ତି । ଗୋଟିଏ ପଟେ ନିର୍ବାଚନ ସକାଶେ ପୋଲିସ ପ୍ରଶାସନ ବ୍ୟସ୍ତ ରହୁଥିବା ବେଳେ ଏହାର ସୁଯୋଗ ନେଇ ବେଟିଂ ଭଳି ବେଆଇନ କାରବାର ଚାଲିଥିବା ଅଭିଯୋଗ ହୋଇଛି ।