ହିଞ୍ଜିଳିରେ ନିର୍ବାଚନ ଆଚରଣ ବିଧିର ଖୋଲା ଉଲଂଘନ : ତହସିଲଦାରଙ୍କ ଦୃଷ୍ଟି ଆକର୍ଶଣ ପରେ ହଟିଲା ହୋଡ଼ିଂ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଗତ ରବିବାର ଅପରାହ୍ନ ଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ କରିଥିଲେ । ସୋମବାର ସକାଳୁ ହିଞ୍ଜିଳିକାଟୁ ତହସିଲଦାର ଗୋପିନାଥ କଅଁରଙ୍କନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଟିମ ଗଠନ କରାଯାଇ ହିଞ୍ଜିଳିକାଟୁଳ ପୌରାଂଚଳରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଲୋଚନକୁ ଆଣିବା ପାଇଁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ହୋଡ଼ିଂକୁ ବାହାର କରାଯାଇଥିଲା । ପରିତାପର ବିଷୟ ହିଞ୍ଜିଳିକାଟୁ ବ୍ଳକ ତଥା ପୁରୁଷୋତମପୁର ଥାନା ଧୋବାଡ଼ି ପାଟପୁର ଗ୍ରାମର ରାସ୍ତା ପ୍ୱାଶ୍ୱର୍ସ୍ଥ ଜୈନିକ ବ୍ୟକ୍ତିଙ୍କ ବାସଭବନ ସମ୍ମୁଖରେ ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମର ଏକ ହୋଡ଼ିଂ ଲାଗିଥିବା ଦେଖିବାକୁ ମିଳିଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଆଚରଣ ବିଧିର ଖେଲା ଉଲଂଘନ କରାଯାଉଥିବା ନେଇ ବିଜେପିର ବରିଷ୍ଟ ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାନନ୍ଦ ମହାପାତ୍ର ଅଭିଯୋଗ କରିଛନ୍ତି । ଘଟଣା ନେଇ ପ୍ରଶାସନର କିଭଳି ଦୃଷ୍ଟି ଗୋଚର ହେଉନାହିଁ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତହସିଲଦାରଙ୍କ ଦୃଷ୍ଟିଗୋଚର କରାଯିବା ପରେ ହୋଡ଼ିଂକୁ ତୁରନ୍ତ ହଟାଯାଇଥିବା ଦେଖିବାକୁ ମିଳିଥିଲା ।