ହିଞ୍ଜିଳିରେ ପୌର ପ୍ରଶାସନ ପକ୍ଷରୁ ଜୋରିମାନା ଆଦାୟ, ୩ ଦୋକାନ ସିଲ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାର ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ଉପାୟରେ ଜନ ସଚେତନତା ଜାରି ରଖିଛନ୍ତି । ଅସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯାଇଛି । ଅତ୍ୟାବଶ୍ୟକ ନହେଲେ ଘରୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଂଚଳବାସୀଙ୍କୁ ହାତ ପାହାନ୍ତାରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିବା ସକାଶେ ହୋମ୍ ଡ଼େଲିଭରି ସମେତ ଗ୍ରୀନ୍ ହୁଇଲ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଅତ୍ୟାବଶ୍ୟକ ହେଲେ ଘରୁ ବାହାରକୁ ବାହାରିବା ସମୟରେ ମୁହଁରେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ପୌରାଂଚଳର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସମ୍ମୁଖରେ ମାସ୍କ ଓ ସାମାଜିକ ଦୂରତା ନାହିଁ ତ ସାମଗ୍ରୀ ନାହିଁର ବୋର୍ଡ଼ ଟଙ୍ଗାଯାଇଛି । ହେଲେ କିଛି ଅମାନିଆ ଯୁବକ ଏହାକୁ ମାନିବାକୁ ନାରାଜ । ଏଭଳି ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୌର ପ୍ରଶାସନ ରବିବାର କଡ଼ା ପଦକ୍ଷେପ ଗ୍ରହଣ କରିଛି । ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ନେତୃତ୍ୱରେ ପୌର କର୍ମଚାରୀ ପୌରାଂଚଳର ବିଭିନ୍ନ ସ୍ଥାନ ବୁଲିବା ସହ ପୌରାଂଚଳର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସାମାଜିକ ଦୁରତ୍ୱ ରକ୍ଷା କରୁନଥିବାରୁ ୭ଟି ବ୍ୟବସାୟିକ ଅନୁଷ୍ଠାନରୁ ୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏପରିକି ସର୍ବସାଧାରଣ ସ୍ଥାନରେ ଜଣେ ଯୁବକ ଛେପ ପକାଇବାରୁ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ୨ଶହ ଟଙ୍କା ଜୋରିମାନା ଆଦାୟ କରାଯିବା ସହ ଭବିଷ୍ୟତରେ ଏପରି କାର୍ଯ୍ୟରୁ ନିବୃତ ରହିବାକୁ ପରାମର୍ଶ ଦିଆଯାଇଛି । ଲକଡ଼ାଉନ ସମୟରେ ଖିଲାପକାରୀଙ୍କ ଠାରୁ ଏଭଳି ଜୋରିମାନା ଆଦାୟ କରାଯିବ ବୋଲି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି । କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ମେ ୩ ତାରିଖ ଯାଏଁ ଲକ ଡ଼ାଊନ ଘୋଷଣା କରାଯାଇଛି । ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରି ଦୋକାନ ଖୋଲି ଦୋକାନରେ ଜନଗହଳି କରିବା ସହ ବେପାର ବଣିଜ କରୁଥିବା ଅଭିଯୋଗରେ ସ୍ଥାନୀୟ ପୌରପ୍ରଶାସନ ସ୍ଥାନୀୟ ପୌରାଂଚଳ ଆହାର କେନ୍ଦ୍ର ନିକଟରେ ନିକଟରେ ଅବସ୍ଥିତ ସେଲୁନ୍‌କୁ ପୌରପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ସିଲ କରିଛନ୍ତି । ପ୍ରକାଶ ଯେ, ସେଲୁନ ମାଲିକ ଦୋକାନ ଖୋଲି କିଛି ଗ୍ରାହକଙ୍କୁ ଚୁଟି କାଟିବା ସହ ସେବିଂ କରୁଥିଲେ । ଖବର ପାଇ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ସାହୁ ଘଟଣା ସ୍ଥଳରେ ପଂହଚି ସଂପୃକ୍ତ ଦୋକାନକୁ ସିଲ କରିବା ସହ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ପୁଲିସ ଥାନାରେ ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଦୋକାନୀ ମାଲିକଙ୍କୁ ଗିରଫ କରିଛି । ଅନୁରୁପ ଭାବେ ରବିବାର ସ୍ଥାନୀୟ ପରିବା ବଜାର ମଧ୍ୟରେ ଜଣେ ଆଳୁ ଦୋକାନୀ ସାମାଜିକ ଦୂରତ୍ୱ ରକ୍ଷା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ