ହିଞ୍ଜିଳିରେ ବିଜେପିର ବିଜୟ ସଂକଳ୍ପ ସଭା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଅମିତ ଶାହାଙ୍କ ୧୨୦ ମିଶନ ସଫଳ କରିବାକୁ ହେଲେ ରାଜ୍ୟରେ ନବୀନ ସରକାର ହଟିବା ଦରକାର ବୋଲି ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ବୁଧବାର ଅପରାହ୍ନରେ ଅନୁଷ୍ଠିତ ବିଜେପିର ବିଜୟ ସଂକଳ୍ପ ସଭାରେ ଉଦ୍ବୋଧନ ଦେଇଛନ୍ତି । ବୁଧବାର ଅପରାହ୍ନରେ ହିଞ୍ଜିଳିକାଟୁ ପୌରାଂଚଳ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ସମ୍ମୁଖ ପଡ଼ିଆ ଠାରେ ବିଜେପି ପକ୍ଷରୁ ନିର୍ବାଚନି ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ମଂଚାସୀନ ଅତିଥି ମାନେ ନବୀନ ସରକାରଙ୍କ ବିରୋଧରେ ବିଷେଦଗାରା କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ନବୀନ ସରକାର ।ାସନ କରି ଆସୁଥିଲେ ମଧ୍ୟ ଗରୀବ ଜନସାଧାରଣ ମାନଙ୍କ ପ୍ରତି କୌଣସି ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିନାହାନ୍ତି । ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ ବୋଳି ମଂଚାସୀନ ଅତିଥି ମାନେ କହିଥିଲେ । ‘ଫିର ଏକ୍ ବାର ମୋଦି ସରକାର’ ନାରରେ ସଭାସ୍ଥଳ ଗୁଂଜରିତ ହୋଇ ଉଠିଥିଲା । ଆୟୋଜିତ ସଭାରେ ଅସିକା ଲୋକସଭା ବିଜେପି ପ୍ରାର୍ଥୀ ଅନିତା ପ୍ରିୟଦର୍ଶନି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଭାନେତ୍ରୀ ଜୟନ୍ତି ପଢିଆରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାନନ୍ଦ ମହାପାତ୍ର, ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ, ମହେଶ ମହାନ୍ତି, ରାଘବ ପରିଡ଼ା, ଅରୁଣ ପଣ୍ଡା, ଘୁମୁସର ଜିଲ୍ଲା ସଭାପତି ସୂର୍ଯ୍ୟ ଦାଶ, ପୌରାଂଚଳ ସଭାପତି ମାଧବ ଗୌଡ଼, ଶିଶିର ମିଶ୍ର, ଯୁବ ସଭାପତି ଦିପ୍ତି ପ୍ରଧାନ, ବିକାଶ ଆଚାର୍ଯ୍ୟ ପ୍ରମୁଖ ମଂଚାସୀନ ଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଭଗବାନ ମହାନ୍ତି, ନାରାୟଣ ମହାନ୍ତି, ମୃତ୍ୟଂଜୟ ସାହୁ, ସନ୍ତୋଷ ଜେନା, ନିଳାମ୍ବର ଗୌଡ଼, ସନ୍ତୋଷ ମହାନ୍ତି, କିଶାନ ମହାନ୍ତି, ବଲ୍ଳଭ ନାରାୟଣ ସାହୁ, ଲକ୍ଷ୍ମଣ ଗୌଡ଼, ଚନ୍ଦନ ଖୁଂଟିଆ, ନାରୀ ନେତ୍ରୀ ରଶ୍ମିତା ବେହେରା, କୁମାରୀ ବରଡ଼, ଚିତ୍ରସେନ ମହାନ୍ତି, ବ୍ରଜ ନାହାକ, ଡ଼ାକ ବିଶ୍ୱାଳ, ରବି ନାରାୟଣ ସାବତ, ରାମକୃଷ୍ଣ ମହାନ୍ତି, ପି. ସୁରିୟା, ଜିରଂଜିବି ବିଶ୍ୱାଳ, ମାଗି ବେହେରା, ଗୋପାଳ ପଣ୍ଡାଙ୍କ ସମେତ ପ୍ରାୟ ୩ ହଜାରରୁ ଉଦ୍ଧ୍ୱର୍ କର୍ମୀ ଉପସ୍ଥିତ ଥିଲେ । ରାଜ୍ୟ ମୁଖିଆଙ୍କ ଗଡ଼ ଭାବେ ପରିଚିତ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଜେପିର ନିର୍ବାଚନି ସଭାରେ ବିପୁଳ ସଂଖ୍ୟକ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିବାରୁ ସ୍ଥାନୀୟ ବିଜେଡ଼ି ନେତାଙ୍କ ନିଦ ହଜିଯାଇଛି । ଅନ୍ୟ ପକ୍ଷରେ ଆୟୋଜିତ ନିର୍ବାଚନି ସଭାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ବହୁ ପରିମାଣରେ ଜନସାଧାରଣ ଉପସ୍ଥିତ ହେବେ କି ନାହିଁ ସନ୍ଦେହ କରି ଜାଣିଶୁଣି ଧମେନ୍ଦ୍ର ପ୍ରଧାନ ଆସି ନାହାନ୍ତି ବୋଲି ସ୍ଥାନୀୟ ଅଂଚଳର ବିଜେଡ଼ି କର୍ମୀ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ