ହିଞ୍ଜିଳିରେ ବିଜେପିର ବିଜୟ ସଂକଳ୍ପ ସଭା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଏକବିଂଶ ଶତାଦ୍ଧୀରେ ଭାରତ ମୋଦୀଙ୍କ ନେତୃତ୍ୱରେ ଆଗକୁ ଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦିନ ହିଂଜିଳି ଗ୍ରସ୍ତରେ ଆସି ଆୟୋଜିତ ବିଜୟ ସଂକଳ୍ପ ସଭାରେ ଉଦବୋଧନ ଦେଇଥିଲେ । ସୋମବାର ଦିନ କେନ୍ଦ୍ରମନ୍ତ୍ରୀ ପ୍ରଧାନ ହେଲିକ୍ୟାପଟର ଯୋଗେ ନିର୍ଦ୍ଧାରିତ ସମୟର ଦୀର୍ଘ ସାଢେ ୩ ଘଂଟା ବିଳମ୍ବରେ ଆସି ସ୍ଥାନୀୟ ସହର ନିକଟସ୍ଥ ଆଚିକାବନ୍ଧ ଛକ ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ଼ରେ ଅବତରଣ କରିଥିଲେ । ଆୟୋଜିତ ସଭାରେ ମଂଚାସୀନ ଅତିଥି ମାନେ ନବୀନ ସରକାରଙ୍କ ବିରୋଧରେ ବିଷେଦଗାରା କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ନବୀନ ସରକାର ଶାସନ କରି ଆସୁଥିଲେ ମଧ୍ୟ ଗରୀବ ଜନସାଧାରଣ ମାନଙ୍କ ପ୍ରତି କୌଣସି ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିନାହାନ୍ତି ।ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆୟୁଷ୍ମାନ ଯୋଜନା କ୍ଷେତ୍ରରେ ରାଜ୍ୟ ମୁଖିଆଙ୍କ ଗଡ଼ ସମ୍ପୁଣ୍ଣ ବିଫଳ ବୋଲି କହିଥିଲେ । ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ ବୋଲି ମଂଚାସୀନ ଅତିଥି ମାନେ କହିଥିଲେ । ‘ଫିର ଏକ୍ ବାର ମୋଦି ସରକାର’ ନାରରେ ସଭାସ୍ଥଳ ଗୁଂଜରିତ ହୋଇ ଉଠିଥିଲା ।ପରିଶେଷରେ ଆସିକା ଲୋକସଭା ପ୍ରାର୍ଥୀନି ଅନିତା ଶୁଭଦର୍ଶୀନି ଓ ହିଂଜିଳି ବିଧାନସଭା ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରାଇବା ପାଇଁ ହିଂଜିଳିବାସୀଙ୍କୁ ଅନୁରୋଧ କରିଥିଲେ । ଆୟୋଜିତ ସଭାରେ ଅସିକା ଲୋକସଭା ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶନି, ହିଂଜିଳି ବିଧାନସଭା ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଭାନେତ୍ରୀ ଜୟନ୍ତି ପଢିଆରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାନନ୍ଦ ମହାପାତ୍ର, ରାଘବ ପରିଡ଼ା, ଅରୁଣ ପଣ୍ଡା, ଘୁମୁସର ଜିଲ୍ଲା ସଭାପତି ସୂର୍ଯ୍ୟ ଦାଶ, ପୌରାଂଚଳ ସଭାପତି ମାଧବ ଗୌଡ଼, ଶିଶିର ମିଶ୍ର, ଯୁବ ସଭାପତି ଦିପ୍ତି ପ୍ରଧାନ, ବିକାଶ ଆଚାର୍ଯ୍ୟ, ଶ୍ରୀକାନ୍ତ ପାଢି ପ୍ରମୁଖ ମଂଚାସୀନ ଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଭଗବାନ ମହାନ୍ତି, ନାରାୟଣ ମହାନ୍ତି, ମୃତ୍ୟଂଜୟ ସାହୁ, ସନ୍ତୋଷ ଜେନା, ନିଳାମ୍ବର ଗୌଡ଼, ସନ୍ତୋଷ ମହାନ୍ତି, କିଶାନ ମହାନ୍ତି, ବଲ୍ଳଭ ନାରାୟଣ ସାହୁ, ଲକ୍ଷ୍ମଣ ଗୌଡ଼, ନାରୀ ନେତ୍ରୀ ରଶ୍ମିତା ବେହେରା, କୁମାରୀ ବରଡ଼, ଚିତ୍ରସେନ ମହାନ୍ତି, ବ୍ରଜ ନାହାକ, ଡ଼ାକ ବିଶ୍ୱାଳ, ରବି ନାରାୟଣ ସାବତ, ଶିବ ଗୌଡ଼, ଲକ୍ଷ୍ମିକାନ୍ତ ପାତ୍ର, ପ୍ରମୋଦ ପଣ୍ଡା, ନିରାକାର ସାହୁ, କଂସ ପ୍ରଧାନ, ଜୟରାମ ସ୍ୱାଇଁ, ଚନ୍ଦନପ୍ରସାଦ ଖୁଂଟିଆ, ରାମକୃଷ୍ଣ ମହାନ୍ତି, ପି. ସୁରିୟା, ଜିରଂଜିବି ବିଶ୍ୱାଳ, ମାଗି ବେହେରା, କୃଷ୍ଣ ଖଟାଇ, ଗୋପାଳ ପଣ୍ଡାଙ୍କ ସମେତ ପ୍ରାୟ ୩ ହଜାରରୁ ଉଦ୍ଧ୍ୱର୍ କର୍ମୀ ଉପସ୍ଥିତ ଥିଲେ ।