ହିଞ୍ଜିଳିରେ ବେଆଇନ ମୋରମ ଚାଲାଣ, ଗ୍ରାମବାସୀଙ୍କ ଅଭିଯୋଗରେ ପୋଲିସ ଜବତ କଲା ଜେସିବି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବୁଧବାର ଭୋର ପ୍ରାୟ ସାଢେ଼ ଦୁଇଟାରେ ହିଞ୍ଜିଳିକାଟୁ ବ୍ଲକ୍ ଶାସନ ଆମ୍ବଗାଁ ସ୍ଥିତ ନଣ୍ଡା ପାହାଡ଼ରୁ ବେଆଇନ ଭାବେ ମୋରମ ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ସେଠାରେ ପହଞ୍ଚି ଏକ ଜେସିବି ୪ ଟ୍ରାକ୍ଟର ଓ ଏକ ଟିପରକୁ ଅଟକ ରଖିଥିଲେ । ଅଟକ ରଖିଥିବା ସ୍ଥଳରୁ ଗ୍ରାମବାସୀ ମାନେ ସ୍ଥାନୀୟ ତହସିଲଦାର ,ରାଜସ୍ବ ନିରୀକ୍ଷକ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀଙ୍କ ଦ୍ବାରା ଅଟକ ଗାଡ଼ି ଗୁଡ଼ିକୁ ଜବତ କରିବା ପାଇଁ ସୂଚନା ଦେଇଥିଲେ । ଗାଡି ମାଲିକ ଓ ଗ୍ରାମବାସୀଙ୍କ ସହ ଉତେଜନା ପରିସ୍ଥିତି ଦୃଷ୍ଟି ଆଖିରେ ରଖି ପ୍ରଶାସନିକ ଅଧିକାରୀ ମାନେ ଆସିବା ବିଳମ୍ବ ହେତୁ ହିଞ୍ଜିଳି ପୋଲିସ ତୁରନ୍ତ ଅବଗତ କରାଇଥିଲେ ।ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୋରମ ଖୋଳୁଥିବା ଜେସିବି କୁ ଘଟଣା ସ୍ଥଳରୁ ଆଣି ଥାନାରେ ଅଟକ ରଖିଥିଲେ । ବୁଧୁବାର ସକାଳୁ ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାରଙ୍କୁ ଥାନା ପକ୍ଷରୁ କେସ ବିଷୟଟିକୁ ହସ୍ତାନ୍ତର କରିବା ସହ ୨୦ହଜାର ଟଙ୍କା ଜରିମାନା କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।ଗ୍ରାମବାସୀଙ୍କ କହିବା ପ୍ରକାରେ ଘଟଣା ସ୍ଥଳରେ ବ୍ୟବହୃତ ଜେସିବି ,୪ଟି ଟ୍ରାକ୍ଟର ଏବଂ ଗୋଟିଏ ଟିପର ବାଦିଆମ୍ବଗାଁର ବ୍ୟକ୍ତିବିଶେଷଙ୍କ ଅଟେ ବୋଲି କହିଛନ୍ତି । ଏହି ମୋରମ ଚାଲାଣ ଏହି ଗାଡି ମାଲିକଙ୍କ ଦ୍ୱାରା ଅନା ସୟରେ ବହୁ ଦିନ ଧରି ଚାଲିଛି ବୋଲି ମଧ୍ୟ ଗ୍ରାମବାସୀ ପ୍ରକାଶ କରିଛନ୍ତି ।ଘଟଣା ସ୍ଥଳରୁ ଗ୍ରାମବାସୀଙ୍କ ପ୍ରତ୍ୟେକ୍ଷ ଦର୍ଶୀ ଅନୁସାରେ କେବଳ ଜେସିବିକୁ ଜବତ କରାଯାଇ ଜରିମାନା କରାଯାଇଥିବା ବେଳେ ଅନ୍ୟ ୫ଟି ଗାଡି କେଉଁ ସ୍ୱାର୍ଥରେ ଛାଡିଦିଆ ଗଲା ବୋଲି ପ୍ରଶ୍ନ ଉଠୁଛି । ଏହି ମୋରମ ଚୋରି ରାକେଟ ବହୁ ଦିନ ଧରି ଚାଲିଥିବାରୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ କୋଳିଦାସପୁର ବାଲି ରେମ୍ପ ଗାଡି ପୋଡି ଘଟଣା ଭଳି ଆମ୍ବଗାଁରେ ସେହିଭଳି ଘଟଣା ନ ଘଟିବ ବିଷୟକୁ ଏଡାଇ ଦିଆଯାଇ ନ ପାରେ। ଏଣୁ ବେଳ ଥାଉ ଥାଉ ଉପଯୁକ୍ତ ପଦକ୍ଷେପ ଦିଗରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳ ବାସୀଙ୍କ ଠାରୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ