ହିଞ୍ଜିଳିରେ ମାନିଲେ ନାହିଁ ସାମାଜିକ ଦୂରତ୍ୱ ରକ୍ଷା ବୁଦ୍ଧିଜୀବି ମହଲରେ ଅସନ୍ତୋଷ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଅନଲକ-୧ ନିୟମ ପ୍ରକାରେ ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ସଟଡ଼ାଉନ ଘୋଷଣା କରାଯାଇଛି । ହେଲେ ଏହା ପୂର୍ବରୁ ଶୁକ୍ରବାର ହିଞ୍ଜିଳିକାଟୁରେ ଦେଖାଦେଇଛି ଅଭାବନୀୟ ପରିସ୍ଥିତି । ଦୀର୍ଘ ଅଢେଇ ମାସର ସାମାଜିକ ଦୂରତ୍ୱ ରକ୍ଷା ଓ ଅନ୍ୟାନ କରୋନା ମହାମାରୀ ନିୟମ ବିଗିଡ଼ିଗଲା । ଲଗାତାର ୨ଦିନ ସଟଡାଉନ ପାଇଁ ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ହିଁ ଘଟିଗଲା । ଶୁକ୍ରବାର ସ୍ଥାନୀୟ ପରିବା ବଜାର ଓ ଲକ୍ଷ୍ମୀ ବଜାରରେ ନିୟମ ରକ୍ଷା ପାଇଁ କେହି ଗୁରୁତ୍ୱ ଦେଲେ ନାହିଁ ବୋଲି ବଣିକ ସଂଘର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ କହିଛନ୍ତି । ଶୁକ୍ରବାର ଦିନ ତମାମ ସ୍ଥାନୀୟ ପୌରାଂଚଳ ପରିବା ବଜାର ଓ ଲକ୍ଷ୍ମୀ ବଜାରରେ ଗ୍ରାହକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ଲଗାତାର ୨ ଦିନ ଧରି ସଟଡ଼ାଉନ ରହିବ ଏଥିଲାଗି ଖାଉଟି ମାନେ ବଜାରରୁ ସଉଦା ପତ୍ର ବୋହିବାକୁ ଲାଗିଥିଲେ । ସ୍ଥାନୀୟ ସହର ନିକଟବର୍ତି ଗ୍ରାମାଂଚଳର କ୍ଷୁଦ୍ର ବେପାରୀଙ୍କ ସମେତ ଖାଉଟି ମାନେ ୨ ଦିନ ଲାଗି ରାସନ, ପରିବା ଓ ଅତ୍ୟାବଶ୍ୟକ ସମାଗ୍ରୀ କିଣିବା ସକାଶେ ସହରର ବିଭିନ୍ନ ରାସନ, ପରିବା ଓ ଅନ୍ୟାନ ସାମଗ୍ରୀ କିଣିବା ସକାଶେ ଭିଡ଼ ଜମାଇଥିଲେ । ଅପରାହ୍ନ ୩ ଟା ଠାରୁ ପରିବା ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର କୃତିମ ଅଭାବ ପରିଲିକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା । ଅପରାହ୍ନରେ ବଜାର ମୁହାଁ ଲୋକଙ୍କ ମଧ୍ୟରେ ଭିଡ଼ ଓ ସାମଗ୍ରୀର ଅଭାବ ହାହାକାର ଲାଗି ରହିଥିବାର ଦେଖିବାକୁ ମିଳିଥିଲା । ନିକଟବର୍ତି ଗ୍ରାମାଂଚଳରୁ ଆସିଥିବା ଖାଉଟିଙ୍କ ସମେତ କ୍ଷୁଦ୍ର ବେପାରୀ ମାନଙ୍କ ଅଟୋ ଓ ମୋଟର ସାଇକେଲର ଗହଳି ସହର ମଧ୍ୟରେ ଲାଗି ରହିଥିଲା । ଗ୍ରାହକଙ୍କ ମଧ୍ୟରେ ସଟଡ଼ାଉନ ନେଇ ଅଧିକ ଭୟଭାବ ଓ ଅଯଥା ଅତ୍ୟଧିକ ସାମଗ୍ରୀ ବୋହି ନେବା କାରଣରୁ ବଜାର ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ହୋଇନପାରିବା ସହ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା । ଶୁକ୍ରବାର ସ୍ଥାନୀୟ ସହର ମଧ୍ୟରେ ଏଭଳି ଗହଳି ଚହଳି ଲାଗି ରହିବା ଯୋଗୁଁ ପ୍ରଶାସନର ପାରିବା ପଣକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଖିବାକୁ ମିଳିଥିଲା । ଏହାକୁ ସହରର ବହୁ ବୁଦ୍ଧିଜୀବି ନାପସନ୍ଦ କରିଥିଲେ । ସାମାଜିକ ଦୂରତ୍ୱ ରକ୍ଷା ନକଲେ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କ ଠାରୁ ପୌର ପ୍ରଶାସନ ୧ ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହ ଆବଶ୍ୟକ ସ୍ଥଳେ ସଂପୃକ୍ତ ଦୋକାନକୁ ସିଲକ କରୁଥିବା ବେଳେ ଶୁକ୍ରବାର ସ୍ଥାନୀୟ ସହର ମଧ୍ୟରେ ଅତ୍ୟଧିକ ଭିଡ଼ ଲାଗି ରହିବା ସହ ସାମାଜିକ ଦୂରତ୍ୱ ରକ୍ଷା ହେଉନଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ଅଂଚଳବାସୀଙ୍କ ମଧ୍ୟରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ