ହିଞ୍ଜିଳିରେ” ମୋ ଗାଁରେ ତହସିଲ”

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ରାଜ୍ୟ ସରକାରଙ୍କ ସଶକ୍ତ ତଥା ସ୍ୱତନ୍ତ୍ର ପ୍ରଶାସନିକ ବିଭାଗ 5 ଟି ରେ ପରିସରଭୁକ୍ତ ହୋଇଛି ରାଜସ୍ୱ ବିଭାଗ।ଗ୍ରାମାଞ୍ଚଳ ଅଧିବାସୀଙ୍କ ଦ୍ୱାରରେ ଓ ହାତପାହାନ୍ତାରେ ବିଭିନ୍ନ ପ୍ରକାର ସେବା ପ୍ରଦାନ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ତହସିଲ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ।କୋଭିଡ କଟକଣା ସାମାନ୍ୟ କୋହଳ ହେଲା ପରେ ପୁଣି ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରକ୍ରିୟାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି।ଏହି ଉପଲକ୍ଷେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଶିକିରି ରାଜସ୍ୱ ମଣ୍ଡଳରେ ଶୁକ୍ରବାର ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ସରପଞ୍ଚ ପ୍ରତିମା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।ଏହି ଅବସରରେ ୨୨ ଜଣ ହିତାଧିକାରୀଙ୍କୁ ପଟ୍ଟା,୧୬ ଜଣଙ୍କୁ ଇ- ପାଉତି,୫ ଜଣଙ୍କୁ ବିବିଧ ପ୍ରମାଣ ପତ୍ର,୨ ଜଣଙ୍କୁ ଦାଖଲ ଖାରଜ ମାମଲା,୬ଜଣଙ୍କୁ ଜବରଦଖଲ ଓ ୮ଜଣଙ୍କୁ ମାସ୍କ ପ୍ରଦାନ କରା ଯାଇଥିଲା।କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ସୁନୀଲ କୁମାର ପ୍ରଧାନ, ମୁଖ୍ୟ କିରାଣୀ କାଳୁ ସାହୁ,ଜ୍ୟୋତିର୍ମୟ ଚନ୍ଦ୍ର,ଏସ ଶିବା ରାଓ, ଏସ ପୁରୁଷୋତ୍ତମ ରେଡ୍ଡୀ, ରଶ୍ମିତା ମଳିକ,ସରୋଜ କୁମାର ପାଢୀ,କୃଷ୍ଣ ଚନ୍ଦ୍ର ଯାନୀ ଓ ଅରୁନ୍ଧତୀ ପାଣିଗ୍ରାହୀ ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ