ହିଞ୍ଜିଳିରେ” ମୋ ଗାଁରେ ତହସିଲ”
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ରାଜ୍ୟ ସରକାରଙ୍କ ସଶକ୍ତ ତଥା ସ୍ୱତନ୍ତ୍ର ପ୍ରଶାସନିକ ବିଭାଗ 5 ଟି ର ପରିସରଭୁକ୍ତ ହୋଇଛି ରାଜସ୍ୱ ବିଭାଗ।ଗ୍ରାମାଞ୍ଚଳ ଅଧିବାସୀଙ୍କ ଦ୍ୱାରରେ ଓ ହାତପାହାନ୍ତାରେ ବିଭିନ୍ନ ପ୍ରକାର ସେବା ପ୍ରଦାନ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ତହସିଲ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି ଜନ ମଙ୍ଗଳ କାର୍ଯ୍ୟକ୍ରମ “ମୋ ଗାଁରେ ତହସିଲ”।କୋଭିଡ କଟକଣା ସାମାନ୍ୟ କୋହଳ ହେଲା ପରେ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରକ୍ରିୟାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି।ଏହି ଉପଲକ୍ଷେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବୁରୁପଡା ରାଜସ୍ୱ ମଣ୍ଡଳରେ ଶୁକ୍ରବାର ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ତତ୍ତ୍ୱାବଧାନରେ ଶ୍ୟାମଳାଇ ପୀଠ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ହିଞ୍ଜିଳି ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ।ଉପାଧ୍ୟକ୍ଷା ଗୀତାଞ୍ଜଳି ପଣ୍ଡା, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ଅତିରିକ୍ତ ତହସିଲଦାର ସୁନୀଲ କୁମାର ପ୍ରଧାନ ଓ ସରପଞ୍ଚ ଉମା ଶଙ୍କର ସାବତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ଏହି ଅବସରରେ ୩୭ ଜଣ ହିତାଧିକାରୀଙ୍କୁ ପଟ୍ଟା,ଇ- ପାଉତିରେ ଟ ୧୦୧୨ଆଦାୟ,୧୭ ଜଣଙ୍କୁ ବିବିଧ ପ୍ରମାଣ ପତ୍ର,୬ଜଣଙ୍କୁ ଜବରଦଖଲ ମାମଲାରେ ଟ ୪୫୬୦ ଆଦାୟ କରା ଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ କିରାଣୀ କାଳୁ ସାହୁ,ଜ୍ୟୋତିର୍ମୟ ଚନ୍ଦ୍ର,ଏସ ପୁରୁଷୋତ୍ତମ ରେଡ୍ଡୀ,ଏମ ଶିବ ଶଙ୍କର ରାଓ,ରାଜସ୍ବ ନିରୀକ୍ଷକ ସୁଧାଂଶୁ ଶେଖର ପାଣିଗ୍ରାହୀ,ଅରବିନ୍ଦ ଦାସ, ଟିଟୁ ସେଠୀ, ଦେବାଶିଷ ଯାନୀ,ତ୍ରିଲୋଚନ ଦାଶ,ରଶ୍ମିତା ମଳିକ, ଜ୍ୟୋତିର୍ମୟୀ ପଟ୍ଟନାୟକ ଓ ଟୁକୁନା ଗୌଡ଼ ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ।