ହିଞ୍ଜିଳିରେ ସଙ୍ଗରୋଧ ନିୟମକୁ ଫୁ

ହିଞ୍ଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ/ଶେଷଦେବ ସାହୁ):ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ସଂକ୍ରମଣ ଭୟରେ ଅନେକ ଲୋକେ ରାଜ୍ୟ ବାହାରୁ ନିଜ ଭିଟାମାଟିକୁ ଫେରି ଆସିଛନ୍ତି । ସେମାନଙ୍କୁ ପ୍ରଶାସନ ତରଫରୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କବାସଭବନ ସମ୍ମୁଖରେ ସଙ୍ଗରୋଧ ନୋଟିସ ମରାଯାଇଛି । ମାତ୍ର ହିଂଜିଳିକାଟୁ ଅଂଚଳରେ ଏହି କଟକଣାକୁ ଯେମିତି ଲୋକମାନେ ମାନିବାକୁ ନାରାଜ । ହିଂଜିଳିକାଟୁ ପୌରାଂଚଳ ଓ ବ୍ଳକର ୧୭ଜଣ ବିଦେଶ ଓ ୧୧୩୮ ବାହାର ରାଜ୍ୟରୁ ଫେରି ଆସିଥିବା ଜଣାପଡ଼ିଛି । ମାତ୍ର ସେମାନଙ୍କ ମଧ୍ୟରୁ ଅନେକ ସଙ୍ଗରୋଧ ନିୟମକୁ ଖାତିର ନକରି ବାହାରେ ଖୁଲୁମଖୁଲା ବୁଲୁଥିବା ଦେଖିବାକୁ ମିଳିଛି । ଘର ସମ୍ମୁଖରେ ମରାଯାଇଥିବା ସଙ୍ଗରୋଧ ଫର୍ମକୁ ଚିରି ଲୋକମାନେ ଦୋକାନ ବଜାର ସମେତ ବିଭିନ୍ନ ସାହି ବସ୍ତିର ଛକ ମାନରେ ଆଡ୍ଡା ଜମାଉଥିବାର ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ସ୍ଥାନୀୟ ବ୍ଳକର ୨୧ଟି ପଂଚାୟତ ମଧ୍ୟରୁ ଅନେକ ପଂଚାୟତରେ ଚିହ୍ନଟ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ଆନୁସଙ୍ଗିକ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ କେବଳ ଖଟ ପକାଯାଇଥିବା ବେଳେ ଆବଶ୍ୟକ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଉପସ୍ଥିତ ନଥିବା ଜଣାପଡ଼ିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ