ହିଞ୍ଜିଳିରେ ସ୍ମୃତିଚାରଣ ସଭା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଭାଗବତ କଥା ବିତରଣ ପରିଷଦ ଦାତବ୍ୟ ନ୍ୟାସ ଅନୁଷ୍ଠାନର କୋଷାଧ୍ୟକ୍ଷ ନିଳମାଧବ ଦ୍ୟାନସୁମନ୍ତର ପରଲୋକରେ ଅନୁଷ୍ଠାନ ପକ୍ଷରୁ ସୁନ୍ଦରକାଣ୍ଡ କାର୍ଯ୍ୟକ୍ରମ ସହ ଏକ ସ୍ମୃତିଚାରଣ ସଭା ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଦେବାନନ୍ଦ ମହାପାତ୍ରଙ୍କ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ ଓ ସମ୍ମାନିତ ଅତିଥି ଭାବେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଯୋଗ ଦେଇଥଇଲେ । ପରିଷଦର କର୍ମକର୍ତ୍ତା ମାନେ ସ୍ୱର୍ଗତ ଦ୍ୟାନସୁମନ୍ତଙ୍କ ସ୍ମୃତିଚାରଣ କରିଥିଲେ । ପୂର୍ବରୁ ବୌଦ୍ଧିକ ଶିକ୍ଷା କମିଟି ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ କୃତୀ ଶିକ୍ଷାର୍ଥୀ ମାନଙ୍କ ନାମ କମିଟି ଅଧ୍ୟକ୍ଷ ପ୍ରଫେସର ଅରବିନ୍ଦ ପଣ୍ଡା ଘୋଷଣା କରାଯାଇଥିଲା । ଗିତାଶ୍ଳୋକ ଆବୃତ୍ତିରେ ବିଚିତ୍ରା ଗଉଡ଼ ପ୍ରଥମ, ଦିବ୍ୟଜ୍ୟୋତି ପୂଜାରୀ ଦ୍ୱିତୀୟ ଓ ଇପସାରାଣୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରବନ୍ଧ ପ୍ରତିଯୋଗିତାରେ ସମ୍ବିତ ପାତ୍ର ପ୍ରଥମ, ଲିପସାରାଣୀ ସାହୁ ଦ୍ୱିତୀୟ ଓ ପ୍ରଜ୍ଞାପାରିମିତା ଗଉଡ଼ ଓ ସ୍ମୃତିସ୍ନିଗ୍ଧା ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ବକୃତା ପ୍ରତିଯୋଗିତାରେ ୟାଂଶୁ ରଥ ପ୍ରଥମ, ଅନୁରାଧା ପରମଗୁରୁ ଦ୍ୱିତୀୟ ଓ ସୁଗୁନୁ ସାହୁ ଓ ନୃସିଂହ ଚରଣ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଆଧ୍ୟାତ୍ମିକ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରିୟଙ୍କା ସାହୁ ପ୍ରଥମ, ଅମ୍ରିତା ପାଣିଗ୍ରାହୀ ଦ୍ୱିତୀୟ ଓ ସୁଧାମୟୀ ଦାଶ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପରିଷଦର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀ ମାନଙ୍କୁ ପରିଷଦ ତରଫରୁ ପୁରସ୍କୃତ କରାଯିବ ବୋଲି ପରିଷଦର ଉପସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ସମୀକ୍ଷକ ରମେଶ ଚନ୍ଦ୍ର ଚୌଧୁରୀ, ଶିକ୍ଷାବିତ ହରିହର ଚୌଧୁରୀ, ପବିତ୍ର ମୋହନ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ, ଗଙ୍ଗାଧର ସାହୁ, ବିଜୟ ପାଣିଗ୍ରାହୀଙ୍କ ସମେତ ପରିଷଦର କର୍ମକର୍ତ୍ତା ଓ ଓ ସଭ୍ୟ, ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ