ହିଞ୍ଜିଳି ଥାନା ସମ୍ମୁଖରେ ବିକ୍ଷୋଭ ପଦର୍ଶନ କଲେ ଅନ୍ତିରିଗାଁର ବହୁ ମହିଳା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ତଥା ପୁରୁଷୋତମପୁର ବ୍ଳକ ଅନ୍ତରିଗାଁରେ ଗୁରୁବାର ଅପରାହ୍ନରେ ପୁରୁଷୋତମପୁର ତହସିଲଦାର ଅରୁଣ ନାୟକ ଗ୍ରାମର କିଛି ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ସଂପୃକ୍ତ ଗ୍ରାମର ବହୁ ମହିଳା ଓ ପୁରୁଷ ହିଞ୍ଜିଳି ଥାନା ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଗ୍ରାମର କିଛି ଯୁବକ ଘର ସମ୍ମୁଖରେ ବସିଥିବା ବେଳେ ପୁରୁଷୋତମପୁର ତହସିଲଦାର ସଂପୃକ୍ତ ଗ୍ରାମରେ ପଂହଚିଥିଲେ । ତହସିଲଦାରଙ୍କ ଗାଡ଼ିକୁ ଦେଖି ଯୁବକ ମାନେ ନିଜ ନିଜ ଘରକୁ ପଳାଇଥିଲେ । ତହସିଲଦାର ଘର ମଧ୍ୟରେ ପଶି ଯୁବକଙ୍କୁ ମାଡ଼ ମାରିଥିଲେ । ତହସିଲଦାରେଙ୍କ ମାଡ଼ରେ ଗ୍ରାମର ବସନ୍ତ କୁମାର ନାହାକ(୨୫), ଦିପକ କୁମାର ନାହାକ(୨୩), ଅରୁଣ ନାହାକ ଆହତ ହୋଇଛନ୍ତି । ତହସିଲଦାର ଘର ମଧ୍ୟକୁ ପଶିବା ବେଳେ ଜଣେ ଗର୍ଭବତି ମହିଳାଙ୍କୁ ଦଳି ଚାଲି ଯାଇଥିବା ବେଳେ ମହିଳା ଜଣକ ମଧ୍ୟ ଆହତ ଅଭିଯୋଗ ହୋଇଛି । ବିନା କାରଣରେ ତହସିଲଦାର ଗ୍ରାମ ମଧ୍ୟରେ ପଶି ମାଡ଼ ମାରିଥିବାକୁ ବିରୋଧ କରି ସଂପୃକ୍ତ ଗ୍ରାମର ୫୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ହିଞ୍ଜିଳି ଥାନା ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ । ପରେ ଘଟଣାର ସମାଧାନ ନେଇ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କ ସହାୟତାରେ ଘଟଣା ନେଇ ଏକ ବୈଠକ ଚାଲିଥିବା ଜଣାପଡ଼ିଛି । ଏ ନେଇ ପୁରୁଷୋତମପୁର ତହସିଲଦାର ଅରୁଣ ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଅନ୍ତରିଗାଁ କୋଠଘର ନିକଟରେ ବହୁ ଯୁବକ ଜୁଆ ଖେଳୁଥିଲେ । ଏନଫୋର୍ସମେଂଟ ଟିମ୍ ସହାୟତାରେ ଚଢାଉ କରାଯାଇଥିବା ବେଳେ ଯୁବକ ମାନେ ବିରୋଧ କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ମାଡ଼ ମାରିବା ଘଟଣା ସମ୍ପୁର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି । ତେବେ ଘଟଣା ନେଇ ଖବର ଲେଖା ହେବା ସୁଦ୍ଧା ହିଞ୍ଜିଳି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ